Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Inspirational Cricket Story / ଦିନେ ଅର୍ଥାଭାବ କ୍ରିକେଟ୍‌ ଛାଡ଼ିବାକୁ ବାଧ୍ୟ କରିଥିଲା: ଆସନ୍ତୁ ଜାଣିବା ପ୍ରଶାନ୍ତବୀରଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା

Ritu Das
Browse all articles by Ritu Das
·7 months ago·3 min read
ଦିନେ ଅର୍ଥାଭାବ କ୍ରିକେଟ୍‌ ଛାଡ଼ିବାକୁ ବାଧ୍ୟ କରିଥିଲା: ଆସନ୍ତୁ ଜାଣିବା ପ୍ରଶାନ୍ତବୀରଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା
auction

Key Points

ପ୍ରଶାନ୍ତବୀରଙ୍କ ଭାଗ୍ୟ ଖୋଲିଦେଲା ଆଇପିଏଲ ମିନି ଅକ୍ସନ। ଆଜି ପ୍ରଶାନ୍ତଙ୍କୁ ନେଇ ସବୁଠି ଚର୍ଚ୍ଚା। ଆଉ କୁହାଯାଉଛି ଧୋନୀ ତାଙ୍କ ସ୍ୱପ୍ନ ପୂରଣ କରିଦେଇଛନ୍ତି।
ପ୍ରଶାନ୍ତବୀରଙ୍କ ଭାଗ୍ୟ ଖୋଲିଦେଲା ଆଇପିଏଲ ମିନି ଅକ୍ସନ। ଆଜି ପ୍ରଶାନ୍ତଙ୍କୁ ନେଇ ସବୁଠି ଚର୍ଚ୍ଚା। ଆଉ କୁହାଯାଉଛି ଧୋନୀ ତାଙ୍କ ସ୍ୱପ୍ନ ପୂରଣ କରିଦେଇଛନ୍ତି। ୧୪ କୋଟିରୁ ଅଧିକ ଦେଇ CSK ତାଙ୍କୁ କିଣିବା ପରେ ସବୁଠି ପ୍ରଶାନ୍ତଙ୍କ କଥା। ଇଣ୍ଡିଆନ ପ୍ରିମିଅର୍‌ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି ଭାବେ ରେକର୍ଡ କରିଛନ୍ତି ଉତ୍ତର ପ୍ରଦେଶର ଅଲରାଉଣ୍ଡର ପ୍ରଶାନ୍ତ ବୀର। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତାଙ୍କୁ ୧୪.୨ କୋଟି ଟଙ୍କାରେ କିଣି ନୂଆ ରେକର୍ଡ ସୃଷ୍ଟି କରିଛି। କିନ୍ତୁ ପ୍ରଶାନ୍ତବୀରଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା ଶୁଣିଲେ ଆପଣଙ୍କ ଆଖି ବି ଭରି ଆସିବ। ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି।

କେବଳ କଠିନ ପରିଶ୍ରମ ଦ୍ୱାରା ଭାରତରେ ସଫଳ ହେବା ସହଜ ନୁହେଁ । ନିଷ୍ଠା, ପରିଶ୍ରମ, ଅଧ୍ୟବସାୟ ସହ କିଛି ଉତ୍ତମ ବନ୍ଧୁଙ୍କ ସହଯୋଗ ହିଁ ଜଣଙ୍କୁ ଉଚିତ ମାର୍ଗରେ ନେଇଥାଏ ଓ ସଫଳ କରାଇଥାଏ । ଚେନ୍ନାଇ ସୁପରକିଙ୍ଗ୍ସ ଦଳରେ ନୂଆ କରି ସାମିଲ ହେବାକୁ ଯାଇଥିବା ପ୍ରଶାନ୍ତ ବୀରଙ୍କ କ୍ରିକେଟ୍ ଜୀବନ ଏହାର ଜ୍ୱଳନ୍ତ ଉଦାହରଣ । ଆମେଥିର ଏକ ଗରିବ ପରିବାରରୁ ବାହାରି ସୁପରକିଙ୍ଗ୍ସ ଦଳରେ ସାମିଲ ହେବା ପର୍ଯ୍ୟନ୍ତ ପ୍ରଶାନ୍ତଙ୍କ ଯାତ୍ରା ବେଶ୍ ହୃଦୟ ସ୍ପର୍ଶୀ ।

ପ୍ରଶାନ୍ତ ଏକଦା କ୍ରିକେଟ୍ ଛାଡ଼ି ପରିବାରକୁ ସହାୟତା କରିବାକୁ ଚିନ୍ତା କରିଥିଲେ । ମାତ୍ର କୋଚ୍ ଓ ଘନିଷ୍ଠ ବନ୍ଧୁଙ୍କ ଉଚିତ ପରାଶର୍ମ ଓ ସହାୟତା ତାଙ୍କୁ ଆଜି ସାରା ଭାରତରେ ପରିଚିତ କରାଇଛି । ପ୍ରଶାନ୍ତଙ୍କ ଜେଜେ ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବା କଷ୍ଟକର ହୋଇଥିଲା । ଜେଜେଙ୍କ ପେନସନ ଅର୍ଥରେ ପ୍ରଶାନ୍ତ କ୍ରିକେଟ୍ ଉପକରଣ କିଣିବା ସହ ପ୍ରଶିକ୍ଷଣ ଖର୍ଚ୍ଚ ଚଳାଉଥିଲେ । ନିଜ ଖର୍ଚ୍ଚ ଉଠାଇବା କଷ୍ଟକର ହୋଇଥିଲା । ବାପା ଶିକ୍ଷା ମିତ୍ର ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ଦରମା ଅର୍ଥରେ ଘର ଚଳାଇବା କଷ୍ଟକର ହେଉଥିଲା । କ୍ରିକେଟ୍ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ପ୍ରଶାନ୍ତ ନିଶ୍ଚିତ ହୋଇଯାଇଥିଲେ। 



କିନ୍ତୁ କୋଚ ରାଜୀବ ଏକଥା ଜାଣିବା ପରେ ତାଙ୍କୁ କ୍ରିକେଟ୍ ନ ଛାଡ଼ିବାକୁ ବାରଣ କରିଥିଲେ । କ୍ରିକେଟ୍ ପ୍ରଶିକ୍ଷଣର ଖର୍ଚ୍ଚ ଉଠାଇବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ପ୍ରଶାନ୍ତଙ୍କ ସଫଳତା ପଛରେ ଜଣେ ଉତ୍ତମ ବନ୍ଧୁ ରକ୍ସିତ ଗର୍ଗଙ୍କ ହାତ ରହିଛି । ରକ୍ସିତ ଓ ପ୍ରଶାନ୍ତ ଏକଦା ଏକତ୍ର ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ରହି ପ୍ରଶିକ୍ଷଣ ନେଉଥିଲେ । ସେଠାରେ ଉପଯୁକ୍ତ ପ୍ରଶିକ୍ଷଣ ନମିଳିବାରୁ ଉଭୟ ଛାତ୍ରାବାସ ଛାଡ଼ି ସହରନପୁରରେ ରାଜୀବ ଗୋଏଲଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ । ସେଠାରେ ପ୍ରଶାନ୍ତଙ୍କ ରହିବା ପାଇଁ ଘର ନଥିଲା । ତେଣୁ ରକ୍ସିତ ତାଙ୍କୁ ନିଜ ଘରେ ରଖିଥିଲେ । ଉଭୟ ଗୋଟିଏ ସାଇକେଲରେ ଏକତ୍ର ପ୍ରଶିକ୍ଷଣ ନେବାକୁ ଯାଉଥିଲେ । ରକ୍ସିତଙ୍କ ଆର୍ôଥକ ପରିସ୍ଥିତି ମଧ୍ୟ ଭଲ ନଥିଲା । ତାଙ୍କ ବାପା ପାନ ଦୋକାନ କରି ଘର ଚଳାଉଥିଲେ । ତଥାପି ସେ ପ୍ରଶାନ୍ତଙ୍କୁ ଘରେ ରଖିଥିଲେ । ଓପନିଂ ବ୍ୟାଟର ରକ୍ସିତ ଉତ୍ତର ପ୍ରଦେଶ ୧୬ବର୍ଷରୁ କମ୍ ଦଳରେ ସ୍ଥାନ ପାଇଥିଲେ । ମାତ୍ର ପ୍ରଶାନ୍ତଙ୍କୁ ଦଳରେ ସ୍ଥାନ ମିଳି ନଥିଲା। 

ଏହାସହ ପଢ଼ନ୍ତୁ: ପ୍ରଥମେ ଅନ୍‌ସୋଲ୍ଡ ପରେ ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ପ୍ରଶାନ୍ତ ଭାଙ୍ଗି ନ ପଡ଼ି ତ୍ରୁଟି ସୁଧାରିବାରେ ଲାଗି ପଡ଼ିଥିଲେ । କଠିନ ପରିଶ୍ରମର ମୂଲ୍ୟ ମିଳିଥିଲା। ପ୍ରଶାନ୍ତଙ୍କୁ ୧୯ବର୍ଷରୁ କମ୍ ୟୁପି ଦଳରେ ସ୍ଥାନ ମିଳିଥିଲା । ଏହା ପରଠୁ ସେ ଆଉ ହାରି ନାହାନ୍ତି । ସେ ୟୁପି ସିନିୟର ଦଳର ନିୟମିତ ସଦସ୍ୟ ହୋଇ ସାରିଛନ୍ତି । ପ୍ରଶାନ୍ତଙ୍କୁ ନିଜ ଘରେ ରଖି ପ୍ରଶିକ୍ଷଣରେ ସହାୟତା କରିଥିବା ବନ୍ଧୁ ରକ୍ସିତ ଆଜି କ୍ରିକେଟ୍ ଠୁ ଦୂରେଇ ଯାଇଛନ୍ତି । ପିତା ମାତାଙ୍କ ମୃତ୍ୟୁ ପରେ ସେ କ୍ରିକେଟ୍ ଛାଡ଼ି ସହରନପୁରରେ ଏକ କ୍ରୀଡ଼ା ଉପକରଣ ଦୋକାନ ଖୋଲିଛନ୍ତି । ଆଜି ସୁପରକିଙ୍ଗ୍ସ ତାଙ୍କୁ କିଣିବା ପରେ ପ୍ରଶାନ୍ତ ପ୍ରଥମେ ରକ୍ସିତଙ୍କୁ ଭିଡ଼ିଓ କଲ କରି ଜଣାଇଥିଲେ । ପରେ ସେ ପରିବାର ସହ କଥା ହୋଇଥିଲେ ।

ସହରନପୁର ମିଲର: ପ୍ରଶାନ୍ତ ନିଜ ଅଞ୍ଚଳରେ ‘ସହରନପୁର ମିଲର’ ନାମରେ ପରିଚିତ । ଦକ୍ଷିଣ ଆଫ୍ରିକା ବ୍ୟାଟର ଡେଭିଡ୍ ମିଲରଙ୍କ ଭଳି ଛକା ମାରିବାର କ୍ଷମତା ରଖିଥିବାରୁ ତାଙ୍କୁ ଏଭଳି ନାମ ମିଳିଛି । ଗତ ୟୁପି ଟି-ଟ୍ୱେଣ୍ଟି ଲିଗ୍‌ରେ ପ୍ରଶାନ୍ତ ୧୫୫.୩୪ ଷ୍ଟ୍ରାଇକ ରେଟ୍‌ରେ ୩୨୦ ରନ ସଂଗ୍ରହ କରିବା ସହ ୮ଟି ୱିକେଟ୍ ନେଇ ସୁପରକିଙ୍ଗ୍‌ସର ଦୃଷ୍ଟି ଆକର୍ଷଣ କରିଥିଲେ । ସୁପରକିଙ୍ଗ୍ସ ତାଙ୍କୁ ସଙ୍ଗେ ସଙ୍ଗେ ଟ୍ରାଏଲ ପାଇଁ ଡ଼କାଇଥିଲା।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
From Financial Struggles to Cricket Dreams: Prashant Veer’s Journey | Argus News