Odisha Cricket / ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ହେଲେ ପ୍ରଭଞ୍ଜନ ମଲ୍ଲିକ
·1 month ago·2 min read

Key Points
ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ହେଲେ ପ୍ରଭଞ୍ଜନ ମଲ୍ଲିକ
୨୦୨୬-୨୭ ପାଇଁ ପୁରୁଷ ଦଳର ମୁଖ୍ୟ କୋଚ୍ ନିଯୁକ୍ତ କଲା OCA
ପୂର୍ବରୁ ୧୯ ବର୍ଷରୁ କମ୍ ଦଳର ମୁଖ୍ୟ କୋଚ୍ ଥିଲେ ପ୍ରଭଞ୍ଜନ
ଆଗରୁ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ଥିଲେ ପ୍ରଭଞ୍ଜନ ମଲ୍ଲିକ

କଟକ: ଓଡ଼ିଶା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇଛି । ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ପ୍ରଭଞ୍ଜନ ମଲ୍ଲିକଙ୍କୁ ପୁରୁଷ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି ଓସିଏ । ୨୦୨୬-୨୭ ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯାଇଛି ।
ଏହା ପୂର୍ବରୁ ପ୍ରଭଞ୍ଜନ ମଲ୍ଲିକ ଓଡ଼ିଶା ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ଵ ନିର୍ବାହ କରି ସାରିଛନ୍ତି । ପ୍ରଭଞ୍ଜନଙ୍କ ତତ୍ତ୍ଵାବଧାନରେ ଅଣ୍ଡର-୧୯ ଦଳ ଭିନୁ ମଙ୍କଡ଼ ଟ୍ରଫିର କ୍ଵାର୍ଟର ଫାଇନାଲ୍କୁ ଯାଇଥିଲା ।
ଏଥିସହ ପଢ଼ନ୍ତୁ: ବିରାଟଙ୍କୁ ବିରକ୍ତ କରୁଛି BCCIର 'ଚମ୍ପକ୍'; କଲେ ବଡ଼ ଖୁଲାସା
ଏଥିସହ ପ୍ରଭଞ୍ଜନ ମଲ୍ଲିକ କଟକ ପାନ୍ଥର ଫ୍ରାଞ୍ଚାଇଜ ଏବଂ ରାଇଜିଂ ଷ୍ଟୁଣ୍ଡେଣ୍ଟ୍ସ୍ କ୍ଲବର ମୁଖ୍ୟ କୋଚ୍ ଦାୟିତ୍ଵ ତୁଲାଇଛନ୍ତି । ପ୍ରଭଞ୍ଜନ ରାଇଜିଂ ଷ୍ଟୁଣ୍ଡେଣ୍ଟ୍ସ୍ କ୍ଲବର ମୁଖ୍ୟ କୋଚ୍ ଥିବାବେଳେ ଦଳ ଓସିଏ କ୍ଲବ୍ କ୍ରିକେଟ୍ ଲିଗରେ ଚାମ୍ପିଅନ୍ ହୋଇଥିଲା ।
ପ୍ରଭଞ୍ଜନ ମଲ୍ଲିକ ଓଡ଼ିଶା ବରିଷ୍ଠ କ୍ରିକେଟ ଦଳର ଚୟନକର୍ତ୍ତା କମିଟିରେ ୫ ବର୍ଷ ଧରି ସଦସ୍ୟ ରହି ସାରିଛନ୍ତି । ସେ ଓଡ଼ିଶା ଦଳର ପ୍ରତିନିଧିତ୍ଵ କରିବା ସହ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୮୮ଟି ମ୍ୟାଚ୍ ଏବଂ ଲିଷ୍ଟ-ଏରେ ୫୬ଟି ମ୍ୟାଚ୍ ଖେଳିଛନ୍ତି ।
ଏହାସହ ଓସିଏ ବୈଷୟିକ ନିର୍ଦ୍ଦେଶକ ଭାବେ ଶାନ୍ତନୁ ଘୋଷଙ୍କୁ ନିଯୁକ୍ତି ଦେଇଛି । ଏବେ ଶାନ୍ତନୁ ଘୋଷ ବିସିସିଆଇର ସେଣ୍ଟର ଫର୍ ଏକ୍ସଲେନ୍ସ ଇଲାଇଟ୍ କ୍ଯାମ୍ପ ୨୦୨୬ ଅଣ୍ଡର-୧୯ ପୁରୁଷ ଦଳ ସହ ଅଛନ୍ତି । ଏହା ପୂର୍ବରୁ ସେ ୨୦୨୫ରେ ରାଜକୋଟରେ ସ୍ପିନ୍ ବୋଲିଂ କୋଚ୍ ଥିଲେ ।
ପ୍ରଭଞ୍ଜନଙ୍କ କ୍ରିକେଟ୍ ଯାତ୍ରା
ଓଡ଼ିଶା ଦଳ ପକ୍ଷରୁ ପ୍ରଭଞ୍ଜନ ୮୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୪୧ ଇନିଂସରେ ୫ ହଜାର ୮୧୮ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୮ଟି ଶତକ, ୨୭ଟି ଅର୍ଦ୍ଧଶତକ ରହିଛି । ପ୍ରଭଞ୍ଜନଙ୍କ ସର୍ବାଧିକ ସ୍କୋର୍ ହେଉଛି ଅପରାଜିତ ୨୦୭ ରନ୍ ।
ଏଥିସହ ପଢ଼ନ୍ତୁ: ଗାଙ୍ଗୁଲି ବଞ୍ଚାଇଥିଲେ ରାହୁଲ ଦ୍ରାବିଡଙ୍କ କ୍ୟାରିୟର ! ପୂର୍ବତନ ଅଧିନାୟକ କଲେ ବଡ଼ ଖୁଲାସା
ସେହିଭଳି ଲିଷ୍ଟ-ଏ କ୍ରିକେଟରେ ପ୍ରଭଞ୍ଜନ ମଲ୍ଲିକ ୫୬ଟି ମ୍ୟାଚ୍ ୪୯ଟି ଇନିଂସରେ ୧୧୫୬ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୭ଟି ଅର୍ଦ୍ଧଶତକ ରହିଛି । ସର୍ବାଧିକ ୯୯ ରନ୍ ସ୍କୋର୍ କରିଛନ୍ତି ପ୍ରଭଞ୍ଜନ । ସେହିଭଳି ୧୧ଟି ଟି-ଟ୍ଵେଣ୍ଟି ଖେଳିଥିବା ପ୍ରଭଞ୍ଜନ ୧୭୦ ରନ୍ କରିଛନ୍ତି ।
ପ୍ରଥମ ଶ୍ରେଣୀ କ୍ରିକେଟରେ ୮୮ଟି ମ୍ୟାଚ୍ ଖେଳି ପ୍ରଭଞ୍ଜଳ ୩୦ଟି ୱିକେଟ୍ ନେଇଛନ୍ତି । ସେହିଭଳି ଲିଷ୍ଟ-ଏ କ୍ରିକେଟ୍ରେ ୫୬ଟି ମ୍ୟାଚ୍ରେ ୧୬ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories