Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପଞ୍ଜାବର ପରାଜୟରେ ପ୍ରୀତି ଜିଣ୍ଟା ନିରାଶ, ଭାଇରାଲ ହେଉଛି ଫଟୋ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପଞ୍ଜାବର ପରାଜୟରେ ପ୍ରୀତି ଜିଣ୍ଟା ନିରାଶ, ଭାଇରାଲ ହେଉଛି ଫଟୋ

Key Points

ପଞ୍ଜାବର ପରାଜୟରେ ପ୍ରୀତି ଜିଣ୍ଟା ନିରାଶ

ସ୍ଵପ୍ନ ଭାଙ୍ଗିବା ପରେ ରୋକି ପାରିଲେନି ଆଖିର ଲୁହ

ଭିଡିଓ ଭାଇରାଲ ପ୍ରୀତିଙ୍କ ଫଟୋ

୧୮ ବର୍ଷ ପରେ ପୂରଣ ହେଲା ବିରାଟଙ୍କ ସ୍ୱପ୍ନ

ଭାଙ୍ଗିଗଲା ଜାରାଙ୍କ ସ୍ୱପ୍ନ। ମାନେ ପ୍ରୀତି ଜିଣ୍ଟାଙ୍କ ସ୍ୱପ୍ନ। ଦୀର୍ଘ ୧୮ ବର୍ଷ ଧରି ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଭାଙ୍ଗିଯାଇଛି। ସେପଟେ ପୂରା ହେଲା ବିରାଟଙ୍କ ସ୍ୱପ୍ନ । ୧୮ ବର୍ଷର ଅପେକ୍ଷାର ହେଲା ଅନ୍ତ । ପ୍ରଥମ ଥର ଚାମ୍ପିଅନ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ହେଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଚର୍ଚ୍ଚାରେ ଅଛନ୍ତି। କାରଣ ତାଙ୍କ ଦଳ IPL ଫାଇନାଲରେ ହାରିବା ପରେ ଭାଙ୍ଗିପଡିଛନ୍ତି ମାଲିକାଣୀ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ୟୁଜର୍ସମାନେ କମେଣ୍ଟ କରୁଛନ୍ତି। ପ୍ରୀତି ଏବଂ ବିରାଟଙ୍କ ଫଟୋ ସେୟାର କରିବା ସମୟରେ ଜଣେ ପ୍ରଶଂସକ X ଲେଖିଥିଲେ, "ଭାଇ ଇଏ ମଧ୍ୟ ୧୮ ବର୍ଷ ଧରି ଅପେକ୍ଷା କରିଥିଲେ। ଅନ୍ୟ ଜଣେ ସେୟାର କରିଛନ୍ତି-ପ୍ରୀତିଜିଣ୍ଟାଙ୍କ ଆଖିରେ ଲୁହ ଦେଖାଯାଉଛି ।

ଆଉ ଜଣେ ଲେଖିଛନ୍ତି ସେ ପୁଣି ଥରେ ଭାଙ୍ଗି ପଡ଼ିଛନ୍ତି...ମୁଁ ୨୦୧୪ରେ ସମାନ ଦୃଶ୍ୟ ଦେଖିଥିଲି। ଶେଷରେ ଜଣେ ୟୁଜର୍ସ ଲେଖିଛନ୍ତି, "ପ୍ରୀତି ଜିଣ୍ଟା ପାଇଁ ଦୁଃଖ ଅନୁଭବ କରୁଛି... ଏପରିକି ସେ ବହୁତ ଦିନ ଧରି ଅପେକ୍ଷା କରି ଆସୁଛନ୍ତି! ଭଲ ଖେଳିଛି ପଞ୍ଜାବ କିଙ୍ଗ୍ସ!

RCB ଏବଂ ପଞ୍ଜାବ କିଙ୍ଗ୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଥିଲା। କାରଣ ଉଭୟ ଦଳ IPL ଫାଇନାଲରେ ପହଞ୍ଚିବା ପାଇଁ ୧୮ ବର୍ଷ ଅପେକ୍ଷା କରିଥିଲେ। ଏହା ଉଭୟ ପକ୍ଷ ପାଇଁ ପ୍ରଥମ ଟାଇଟଲ୍ ହୋଇଥାନ୍ତା। ଗୋଟିଏ ପଟେ RCB ଦଳ ସେଲିବ୍ରେସନ କରୁଥିଲା, ଅନ୍ୟପଟେ ପଞ୍ଜାବ ଟିମ୍‌ ନିରାଶ ଥିଲା। ପ୍ରୀତି ତାଙ୍କ ହସ ପଛରେ ନିଜ ଲୁହକୁ ଲୁଚାଇ ରଖିଥିଲେ। ସିଜିନ୍ ସାରା ଭଲ ପ୍ରଦର୍ଶନ ସତ୍ତ୍ୱେ, ଶେଷରେ ଲକ୍ଷ୍ୟ ପୂରଣ କରିପାରିନଥିଲା ଦଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
preity-zinta-in-tears-after-punjab-kings-loses-ipl-2025-final-fans-say-she-deserves-that-trophy-more | Argus News