Videos
|
Sports

ବିଶ୍ବକପ୍ ବିଜୟୀ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି

Ritu Das
Browse all articles by Ritu Das
·2 years ago·1 min read
ବିଶ୍ବକପ୍ ବିଜୟୀ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ: ବିଶ୍ବବିଜେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ। ଭାରତୀୟ ଦଳର ଖେଳାଳିମାନେ ଗତକାଲି ଭାରତ ଫେରିବା ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେମାନେ ସାକ୍ଷାତ କରିଥିଲୋ ସେତେବେଳର ଭିଡିଓ ଏବେ ସାମ୍ନାକୁ ଆସିଛିା ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ସହ ଆଲୋଚନା କରୁଛନ୍ତି, ଆଉ ଫାଇନାଲ ମ୍ୟାଚର ରୋମାଞ୍ଚକର ମୂହୂର୍ତ୍ତ କେମିତି ଥିଲା, ସେକଥା ଖେଳାଳିଙ୍କ ଠାରୁ ଶୁଣିଥିଲେ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ଟିମର କ୍ୟାପଟେନ ରୋହିତ ଶର୍ମା ମ୍ୟାଚ ଜିତିବାର ଶ୍ରେୟ ସବୁ ଖେଳାଳିଙ୍କୁ ଦେଇଥିଲେ। ମୋଦି କହିଲେ ବିଶ୍ବକପ ଜିତିବାପରେ ତୁମେ ଯେଉଁଭଳି କପ ନେଲ ତାହା ଦେଶବାସୀଙ୍କୁ ଖୁବ ଭଲ ଲାଗିଲା। ମାଟିକୁ ପ୍ରଣାମ କରିବାର ମୁଁ ଦେଖିଲି ଖୁବ ଗର୍ବିତ ଅନୁଭବ କଲି। 

ପ୍ରତି ଖେଳାଳି ନିଜ ଅନୁଭୂତି କହିଥିଲେ । ଫାଇନାଲ ମ୍ୟାଚର ଚାପ ଭିତରେ ସେମାନେ କିପରି ପ୍ରଦର୍ଶନ ଉପରେ ଧ୍ୟାନ ରଖିଥିଲେ, ବିଜୟୀ ହୋଇଥିଲେ ଆଉ ଦେଶକୁ ଗର୍ବିତ କରିଥିଲେ, ସେକଥା ଖେଳାଳିମାନେ କହିଥିଲୋ ଏହି କାହାଣୀ କହିବା ବେଳେ ଖେଳାଳିମାନେ ଭାବପ୍ରବଣ ହୋଇପଡିଥିବା ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prime Minister Modi | Argus News