ଆଇପିଏଲରେ ଜଲଓ୍ବା ଦେଖାଉଛନ୍ତି ପୃଥ୍ବୀ ସଙ୍କ ଗର୍ଲଫ୍ରେଣ୍ଡ

ଅର୍ଗସ ବ୍ୟୁରୋ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୭ତମ ସଂସ୍କରଣରେ ପ୍ଲେୟର ପୃଥ୍ବୀ ସ'ଙ୍କ ପ୍ରଦର୍ଶନ ସେତେ ଭଲ ନାହିଁ। ପୃଥ୍ବୀ ୨୦୨୪ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳୁଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୮ଟି ମ୍ୟାଚ ଖେଳି ମାତ୍ର ୧୯୮ ରନ କରିବାକୁ ସକ୍ଷମ ହୋଇଛନ୍ତି। ପୃଥ୍ବୀଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଥିବା ମ୍ୟାଚରେ ପ୍ଲେଇଙ୍ଗ ୧୧ରୁ ହିଁ ଡ୍ରପ କରାଗଲା। ଅପରପକ୍ଷେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା। କିନ୍ତୁ ସବୁ ମ୍ୟାଚରେ ତାଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି।
ଛୋଟ ପିଲାଙ୍କ ଦ୍ବାରା ନ୍ୟୁଜିଲାଣ୍ଡ ଦଳ ଘୋଷିତ
ପୃଥ୍ବୀ ସ'ଙ୍କ ପ୍ରଫେସନାଲ କ୍ୟାରିୟର ଚର୍ଚ୍ଚାରେ ଥିବାବେଳେ ଏବେ କିଛି ଦିନ ହେଲା ତାଙ୍କ ପର୍ସନାଲ ଲାଇଫ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛି। ଏବେ ସବୁଠି ଶୁଣିବାକୁ ମିଳୁଛି ଯେ, ପୃଥ୍ବୀ ନିଧି ତାପଡ଼ିଆଙ୍କୁ ଡେଟ କରୁଛନ୍ତି। ଖୁବ ସୁନ୍ଦରୀ ହେଉଛନ୍ତି ନିଧି। ସବୁଠି ଚର୍ଚ୍ଚା ଯେ, ପୃଥ୍ବୀଙ୍କ ଲାଇଫରେ ଜଣେ ସୁନ୍ଦରୀ ଥାଉ ଥାଉ ସେ କାହିଁକି ଭଲ ଖେଳିବାକୁ ଫୋକସ କରୁନାହାନ୍ତି। ନିଧି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ଫ୍ଲାଗ ଧରି ଚିୟର୍ସ କରୁଥିଲେ। ଏହାପୂବରୁ CSK ଏବଂ DC ମ୍ୟାଚ ବେଳେ ପୃଥ୍ବୀ ୪୩ ରନ କରିଥିଲେ। ଏହାକୁ ନିଧି ତାଙ୍କ ଇନଷ୍ଟାରେ ଷ୍ଟାଟସ ରଖିଥିଲେ। ତେବେ ଆଉ ଗୋଟେ କଥା ହେଉଛି ପୃଥ୍ବୀଙ୍କୁ ଗରବା ଡ୍ୟାନ୍ସ ଶିଖାଇଛନ୍ତି ନିଧୀ। ୨୦୨୨ ମସିହାରେ ପୃଥ୍ବୀ ନିଧିଙ୍କ ସହ ଫଟୋ ଶେୟାର କରିଥିଲେ। ସେବେଠୁ ଦୁଇ ଜଣଙ୍କ ମଧ୍ୟରେ ଆଫେୟାର୍ସ ଥିବା ଶୁଣିବାକୁ ମିଳୁଥିଲା। କିନ୍ତୁ ଉଭୟ ଏହି ଆଫେୟାର୍ସ ଖବରକୁ କୌଣସି ଅଫିସିଆଲି କନଫର୍ମେସନ ଦେଇନାହାନ୍ତି।
କିନ୍ତୁ ଆଇପିଏଲ ମ୍ୟାଚ ବେଳେ ଦୁଇଜଣଙ୍କ ମଧ୍ୟରେ ଏକ ଅଲଗା ପ୍ରକାର ଟ୍ବିନିଙ୍ଗ ଦେଖିବାକୁ ମିଳୁଛି। ତେବେ ଦୁହେଁ ଦୁହିଁଙ୍କୁ ନେଇ ଖୁବ ସିରିୟଶ ବୋଲି ଆପଣ ମନା ମଧ୍ୟ କରିପାରିବେନି। ନିଧି ପ୍ରଫେସନାଲ କ୍ୟାରିୟରରେ ଜଣେ ମଡେଲ ଆଉ ମଧ୍ୟ ସେ କିଛି ଆଲବମରେ ଅଭିନୟ କରିଛନ୍ତି। ଏହାସହ CIDରେ ମଧ୍ୟ ଆକ୍ଟିଂ କରିଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର