PSL Under Threat / PSL ପୂର୍ବରୁ ବିଦେଶୀ ଖେଳାଳିଙ୍କୁ ଖୋଲା ଧମକ; 'ଖେଳିବାକୁ ଆସିଲେ ଜୀବନ ଯିବ'
·3 months ago·2 min read

Key Points
PSL ଆରମ୍ଭ ପୂର୍ବରୁ ଆତଙ୍କବାଦୀଙ୍କ ଧମକ । ଅଷ୍ଟ୍ରେଲିଆର ଷ୍ଟାର୍ ଖେଳାଳି ଡେଭିଡ୍ ୱାର୍ନର ଓ ଷ୍ଟିଭ୍ ସ୍ମିଥ୍ଙ୍କ ଭଳି ଖେଳାଳିଙ୍କୁ ମାରି ଦେବାକୁ ଧମକ ଦେଲା TTP ।
ନୂଆଦିଲ୍ଲୀ: ପାକିସ୍ତାନ ସୁପର୍ ଲିଗ୍ (PSL) ୨୦୨୬ ଆରମ୍ଭର ଠିକ୍ ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ସୁରକ୍ଷାକୁ ନେଇ ବିପଦ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ, ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ତହରିକ-ଏ-ତାଲିବାନ ପାକିସ୍ତାନ (TTP)ର ଜମାତ-ଉଲ-ଅହରାର ବିଦେଶୀ ଖେଳାଳିଙ୍କୁ ଧମକ ଦେଇଛି ।
କ୍ରିକେଟ ବୋର୍ଡକୁ ଆତଙ୍କୀ ସଂଗଠନ ଚେତାବନୀ ଦେଇ କହିଛି, "ନିଜ ଖେଳାଳିଙ୍କୁ PSLରେ ଖେଳିବାକୁ ପାକିସ୍ତାନ ପଠାଅ ନାହିଁ ।" ଜଣେ ବରିଷ୍ଠ କମାଣ୍ଡରଙ୍କ ସୂତ୍ରରୁ କୁହାଯାଇଛି, "ଯଦି ଖେଳାଳିଙ୍କ ସହ କିଛି ବି ହୁଏ ସେଥିପାଇଁ ଆମେ ଉତ୍ତରଦାୟୀ ରହିବୁ ନାହିଁ ।"
ଏଥିସହ ପଢ଼ନ୍ତୁ: ରୋହିତ ନା ବିରାଟ...କିଏ IPLର ପ୍ରକୃତ କିଙ୍ଗ୍ ?
କୁହାଯାଉଛି ଏହି ଧମକ ଏବେ ପାକିସ୍ତାନର ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଏପରିକି ମ୍ୟାଚ୍ ଯେଭଳି ନ ହେବ, ଖେଳାଳି ଯେଭଳି ପଡ଼ିଆକୁ ଆସିବେ ନାହିଁ ସେଥିପାଇଁ ଆତଙ୍କୀ ସଂଗଠନ ପ୍ରୟାସ କରୁଥିବା କହିଛନ୍ତି କମାଣ୍ଡର ।
ପାକିସ୍ତାନର ଆତଙ୍କୀ ସଂଗଠନ ଏଭଳି ଧମକ ଦେଇଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟାର୍ ଖେଳାଳି ଡେଭିଡ୍ ୱାର୍ନର ଓ ଷ୍ଟିଭ୍ ସ୍ମିଥ୍ଙ୍କ ଭଳି ଖେଳାଳି PSL ୨୦୨୬ରେ ଖେଳିବାକୁ ଯାଉଛନ୍ତି । ଡେଭିଡ୍ ୱାର୍ନର କରାଚି କିଙ୍ଗ୍ସର ଅଧିନାୟକ ଅଛନ୍ତି । ସ୍ମିଥ୍ ମୁଲତାନ ସୁଲତାନ୍ସ ତରଫରୁ ଡେବ୍ୟୁ କରିବାକୁ ପାକିସ୍ତାନରେ ପହଞ୍ଚି ସାରିଛନ୍ତି ।
ଏହାଛଡ଼ା ମାର୍ନସ ଲାବୁଶେନ, ମୋଈନ ଅଲୀ, ଡେବୋନ କାମ୍ବେ ଓ ଏଡମ ଜମ୍ପା ଭଳି ବିଦେଶ ଖେଳାଳି ପାକିସ୍ତାନ ସୁପର୍ ଲିଗ୍ର ଅଂଶ । ଏବେ ଏମାନଙ୍କ ସୁରକ୍ଷା ଚିନ୍ତା ବଢ଼ି ଯାଇଛି । ଆତଙ୍କୀ ସଂଗଠନ ୱାର୍ନର ଓ ସ୍ମିଥଙ୍କ ନାଁ ନେଇ ଧମକ ଦେବା ସହ ଖେଳିବାକୁ ଆସିଲେ ପରିଣାମ ଖରାପ ହେବ ବୋଲି କହିଛନ୍ତି ।
ଏଥିସହ ପଢ଼ନ୍ତୁ: ଇଦରେ ବାବର ଆଜମଙ୍କ ରୋଷେଇ ଭିଡିଓ ଭାଇରାଲ...ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ...ପ୍ରବଳ ଟ୍ରୋଲ
ଖାଲି ଷ୍ଟାଡିୟମ୍ରେ ମ୍ୟାଚ୍
ସେପଟେ ସ୍ଥିତିକୁ ଦେଖି ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବଡ଼ ପଦକ୍ଷେପ ଗ୍ରହଣ କରିଛି । ପିସିବି ଅଧ୍ୟକ୍ଷ ମୋହସିନ ନକ୍ଭୀ କହିଛନ୍ତି, ପିଏସଏଲ୍ ୨୦୨୬ର ସମସ୍ତ ମ୍ୟାଚ୍ ଦର୍ଶକଙ୍କ ଅନୁପସ୍ଥିତିରେ ଖେଳାଯିବ ।
ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ପାକିସ୍ତାନ ସୁପର୍ ଲିଗ୍ । ଟୁର୍ଣ୍ଣାମେଣ୍ଟରେ ମୋଟ ୪୪ଟି ମ୍ୟାଚ୍ ଖେଳାଯିବ । ସମସ୍ତ ମ୍ୟାଚ୍ ଲାହୋର ଓ କରାଚିରେ ଖେଳାଯିବାକୁ ଥିବାବେଳେ ଓପନିଂ ସେରିମନି ବାତିଲ୍ କରି ଦିଆଯାଇଛି । ଏବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଆତଙ୍କବାଦୀଙ୍କ ଧମକ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଖିବାର କଥା ଏବେ ବିଦେଶୀ ଖେଳାଳି କ'ଣ ନିଷ୍ପତ୍ତି ନେଉଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories