Videos
|
Sports

କ୍ବାଲିଫାୟର-୧ରେ ପଞ୍ଜାବ-ବେଙ୍ଗାଲୁରୁ: ଫିକା ପଡ଼ିଲା ରିଷଭଙ୍କ ଶତକ

Ritu Das
Browse all articles by Ritu Das
·1 year ago·1 min read
କ୍ବାଲିଫାୟର-୧ରେ ପଞ୍ଜାବ-ବେଙ୍ଗାଲୁରୁ: ଫିକା ପଡ଼ିଲା ରିଷଭଙ୍କ ଶତକ

Key Points

ରିଷଭ ପନ୍ତଙ୍କ ପରାକ୍ରମୀ ଶତକକୁ ଫିକା କରିଛନ୍ତି ଜିତେଶ ଶର୍ମା

କ୍ବାଲିଫାୟର-୧ରେ ଟେବୁଲ୍ ଟପର୍ ପଞ୍ଜାବ କିଙ୍ଗ୍ସକୁ ଭେଟିବା ସୁନିଶ୍ଚିତ କରିଛି ଆରସିବି

ରିଷଭ ପନ୍ତଙ୍କ ପରାକ୍ରମୀ ଶତକକୁ ଫିକା କରିଛନ୍ତି ଜିତେଶ ଶର୍ମା ଓ ମୟଙ୍କ ଅଗ୍ରୱାଲ। ଏହି ଦୁଇ ଯୁବ ତାରକା ଅବିଭାଜିତ ପଞ୍ଚମ ୱିକେଟ୍‌ରେ ୧୨୭ ରନ୍ ଯୋଡ଼ିବା ପରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ୨୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ୮ ବଲ୍ ପୂର୍ବରୁ ହାସଲ କରି ନେଇଛି। ଫଳରେ ଶେଷ ଲିଗ୍‌ ମ୍ୟାଚ୍‌ରେ ରୋମାଞ୍ଚକ ବିଜୟ ହାସଲ କରି ପଏଣ୍ଟ୍ ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ତା’ସହିତ କ୍ବାଲିଫାୟର-୧ରେ ଟେବୁଲ୍ ଟପର୍ ପଞ୍ଜାବ କିଙ୍ଗ୍ସକୁ ଭେଟିବା ସୁନିଶ୍ଚିତ କରିଛି। ଏଲିମିନେଟର୍‌ରେ ଗୁଜରାଟ-ମୁମ୍ବାଇ ମୁହାଁମୁହିଁ ହେବେ। ଏକନା ଷ୍ଟାଡିୟମ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଅଧିନାୟକ ରିଷଭ ପନ୍ତ ନିଜ ପୁରୁଣା ଚମକ ଛାଡ଼ିଥିଲେ। ଗତ ୧୩ ପାଳିରେ ଅପ୍ରତ୍ୟାଶିତ ଭାବେ ସଂଘର୍ଷ କରିଥିବା ପନ୍ତ ଲକ୍ଷ୍ନୌର ଶେଷ ମ୍ୟାଚ୍‌ରେ ହିଁ ଚଳିତ ଋତୁରେ ନିଜ ଶ୍ରେଷ୍ଠ ପାଳି ଖେଳିଥିଲେ। ହାତ-ଆଖି ସମନ୍ବୟର ଅପୂର୍ବ ଉଦାହରଣ ସୃଷ୍ଟି କରି ୨୯ ବଲ୍‌ରୁ ପ୍ରଥମେ ଅର୍ଦ୍ଧଶତକ ପୂରଣ କରିଥିଲେ। ପୁଣି ଏକାଗ୍ରତା ନହରାଇ ନିଜ ପାଳିକୁ ଆହୁରି ଲମ୍ବା କରି ୫୪ ବଲ୍‌ରୁ ସ୍ମରଣୀୟ ଶତକ ମାରିଥିଲେ।


ଲମ୍ବା ବିଫଳତାକୁ ଦୂର କରିବାର ଖୁସିରେ ଶତକ ଛୁଇଁବା କ୍ଷଣି ଶୂନ ମାରି ନିଜ ଭାବପ୍ରବଣତାକୁ ଦର୍ଶାଇଥିଲେ। ମିଚେଲ ମାର୍ସଙ୍କ ସହ ମିଶି ଦ୍ବିତୀୟ ୱିକେଟ୍‌ରେ ପନ୍ତ ଯୋଡ଼ିଥିବା ୧୭୫ ରନ୍ ପାଇଁ ଲକ୍ଷ୍ନୌ ୨୨୭/୩ର ବଡ଼ ସ୍କୋର୍ କରିଥିଲା। ଇଂଲଣ୍ଡ ଗସ୍ତରେ ଭାରତୀୟ ଟେଷ୍ଟ୍ ଦଳର ଉପଅଧିନାୟକ ନିଯୁକ୍ତ ହୋଇଥିବା ପନ୍ତ ମଧ୍ୟ ଏହି ଗୁରୁଦାୟିତ୍ବ ତୁଲାଇବା ଲାଗି ଉଭୟ ଆ‌ତ୍ମବିଶ୍ବାସ ଓ ଫର୍ମ ଫେରି ପାଇଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ମଧ୍ୟ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ବୋନସ୍ ସାବ୍ୟସ୍ତ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


punjab-bengaluru-in-qualifier-1-rishavs-power-pack-century-is-waste | Argus News