Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୮ ଓ୍ଵିକେଟ୍‌ରେ ହରାଇଛି ପଞ୍ଜାବ କିଙ୍ଗସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଲକ୍ଷ୍ନୌ ସୁପର ଜାଏଣ୍ଟସକୁ  ୮ ଓ୍ଵିକେଟ୍‌ରେ ହରାଇଛି ପଞ୍ଜାବ କିଙ୍ଗସ

ବୋଲରଙ୍କ ପରେ ଦମ ଦେଖାଇଲେ ବ୍ୟାଟର। ଲକ୍ଷ୍ନୌରେ ଖେଳା ଯାଇଥିବା ଆଇପିଏଲ୍ ୨୦୨୫ର ୧୩ତମ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ । ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୮ ଓ୍ଵିକେଟ୍‌ରେ ହରାଇଛି ପଞ୍ଜାବ କିଙ୍ଗସ । ଚଳିତ ସିଜିନରେ ଲଗାତାର ଦ୍ଵିତୀୟ ବିଜୟ ହାସଲ କରିଛି ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ ଦଳ। ଅନ୍ୟପଟେ ଏଲଏସଜି ତୃତୀୟ ମ୍ୟାଚ୍‌ରୁ ଦ୍ଵିତୀୟ ପରାଜୟ ଭୋଗିଛି। ଲକ୍ଷ୍ନୌ ଦ୍ଵାରା ଧାର୍ଯ୍ୟ ୧୭୨ ରନର ବିଜୟ ଲକ୍ଷ୍ୟକୁ ପଞ୍ଜାବ ୧୬.୨ ଓଭରରେ ୨ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ପ୍ରଭସିମରନ ସିଂ ୬୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ୫୨ ରନ ଓ ନେହଲ ଓ୍ଵେଧେରା ୪୩ ରନ ଅପରାଜିତ ଇନିଂସ ଖେଳିଛନ୍ତି।


ବିଜୟ ସହ ପଞ୍ଜାବ ପଏଣ୍ଟ ଟେବୁଲର ଦ୍ଵିତୀୟକୁ ଉଠିଥିବା ବେଳେ ଲକ୍ଷ୍ନୌ ଷଷ୍ଠକୁ ଖସିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ । ଆଡନ ମାରକ୍ରମ ୨୮ ରନ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ଋଷଭ ପନ୍ତ ନିଜର ଖରାପ ଫର୍ମ ଜାରି ରଖି ମାତ୍ର ୨ ରନ କରି ପାଭିଲିୟନ ଫେରିଥିଲେ । ବୋଲିଂରେ ଅର୍ଶଦୀପ ସିଂ ୪୩ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଜବାବରେ ପଞ୍ଜାବ କିଙ୍ଗସ ଆରମ୍ଭରୁ ୱିକେଟ୍ ହରାଇଥିଲା । ପ୍ରିୟଂଶ ଆର୍ଯ୍ୟ ୮ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ପ୍ରଭସିମରନ ସିଂ ଧୂଆଁଧାର ବ୍ୟାଟିଂ କରିଥିଲେ । ଆଉ ଅଧିନାୟକ ଶ୍ରେୟସ ଆୟର ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ । ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ଦ୍ୱିତୀୟ ୱିକେଟରେ ୮୪ ରନ ଯୋଡି ଦଳ ବିଜୟ ସୁନିଶ୍ଚିତ କରିଥିଲେ । ପଞ୍ଜାବ ୧୬.୨ ଓଭରରେ ମାତ୍ର ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଖେଳ ଖବର:

Sponsored
punjab-kings-delivered-a-commanding-performance-to-defeat-lucknow-super-giants-by-eight-wickets-chasing-down-a-target-of-172-in-just-162-overs | Argus News