ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଫାଇନାଲରେ ପଞ୍ଜାବ

Key Points
ଆଇପିଏଲ ୨୦୨୫ର ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସର ଦମଦାର ବିଜୟ । ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ପଞ୍ଜାବ । ଜୁନ ୩ରେ ଫାଇନାଲରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ପଞ୍ଜାବ ।
ଆଇପିଏଲ ୨୦୨୫ର ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସର ଦମଦାର ବିଜୟ । ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ପଞ୍ଜାବ । ଜୁନ ୩ରେ ଫାଇନାଲରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ପଞ୍ଜାବ । ପରାଜୟ ସହ ମୁମ୍ବାଇର ଅଭିଯାନ ସମାପ୍ତ ହୋଇଛି । ଶ୍ରେୟସ ଆୟର ଅଧିନାୟକତ୍ୱ ଇନିଂସ ଖେଳି ନିଜ ଦଳକୁ ଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୬ ୱିକେଟ ହରାଇ ୨୦୩ ରନ କରିଥିଲା । ଜବାବରେ ପଞ୍ଜାବ ଶ୍ରେୟସ ଆୟରଙ୍କ ବିଧ୍ୱଂସୀ ୮୭ ରନ ଓ ନେହାଲ ୱେଧରାଙ୍କ ୪୮ ରନ ବଳରେ ମ୍ୟାଚକୁ ଜିତି ନେଇଛି । ଶ୍ରେୟସ ନିଜ ଇନିଂସରେ ୪୧ ବଲରୁ ୫ ଚୌକା ଓ ୮ଟି ଛକା ମାରିଛନ୍ତି ।