Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିରାଟଙ୍କ ଧୂଆଁଧାର ମାଡ଼ରେ ପରାସ୍ତ ହେଲା ପଞ୍ଜାବ

Ritu Das
Browse all articles by Ritu Das
·2 years ago·1 min read
ବିରାଟଙ୍କ ଧୂଆଁଧାର ମାଡ଼ରେ ପରାସ୍ତ ହେଲା ପଞ୍ଜାବ

ଅର୍ଗସ ବ୍ୟୁରୋ: ଧର୍ମଶାଳାରେ ଚମକିଲେ ବିରାଟ। ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଗତକାଲି ଆଇପିଏଲରେ ଦମଦାର ରେକର୍ଡ କରିଥିଲେ। ବିରାଟ ସିନା ଶତକ କରିପାରି ନ ଥିଲେ କିନ୍ତୁ ଦମଦାର ରନ କରି ଫ୍ୟାନ୍ସଙ୍କ ହୃଦୟରେ ରାଜ କରିଛନ୍ତି। ଆଉ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ବିରାଟଙ୍କ ମାଡ଼ ଦେଖି ଯେଉଁମାନେ ତାଙ୍କ ନାଁରେ ଗପୁଥିଲେ ଯେ ବିରାଟଙ୍କ ଷ୍ଟ୍ରଇକ ରେଟ ମନ୍ଥର ରହୁଛି ସେମାନେ କାଲି ସତରେ କାହାକୁ ମୁହଁ ଦେଖେଇ ପାରି ନ ଥିବେ। କାରଣ କାଲି ମ୍ୟାଚରେ ବିରାଟଙ୍କ ଷ୍ଟ୍ରାଇକ ରେଟ ହେଉଛି ୧୯୫।

ଗତକାଲି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବେଙ୍ଗାଲୁରୁ ଦଳର ଅଧିନାୟକ ତଥା ଓପନର ଫାଫ ଡୁପ୍ଲେସିସ ମାତ୍ର ୯ ରନ କରିଆଉଟ ହୋଇଥିଲେ ବି ଅନ୍ୟ ଓପନର ବିରାଟ କୋହଲି ଲଢୁଆ ବ୍ୟାଟିଂ କରିଚାଲିଥିଲେ । ସେ ମାତ୍ର ୪୭ଟି ବଲରୁ ୯୨ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୬ଟି ଛକା ଓ ୭ଟି ଚୌକା ମାରିଥିଲେ । ତେବେ ସେ ଅଳ୍ପକେ ଶତକରୁ ବତ ହୋଇଥିଲେ । ରଜତ ପଟିଦାର ୫୫ ରନ କରିଥିବାବେଳେ କାମେରନ ଗ୍ରୀନ ୪୬ ରନ କରିଥିଲେ । ଦିନେଶ କାର୍ତ୍ତିକ ୧୮ ରନ କରି ପାଭିଲିୟନ ଫେରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୪୧ ରନ କରିଥିଲା ।
ପଞ୍ଜାବ ପକ୍ଷରୁ ହର୍ଷଲ ପଟେଲ ୩ଟି ଓ୍ବିକେଟ ନେଇଥିବାବେଳେ ବିଧ୍ବାଥ କେବରପ୍ପା ୨ଟି ଓ୍ବିକେଟ ନେଇଥିଲେ । ଅର୍ଶଦୀପ ସିଂ ଓ ସାମ କୁରାମ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Punjab was defeated | Argus News