Videos
|
Sports

ଆଶା ଥିଲା,ନିରାଶ କଲେ ସିନ୍ଧୁ

Sangram Tripathy
Browse all articles by Sangram Tripathy
·2 years ago
ଆଶା ଥିଲା,ନିରାଶ କଲେ  ସିନ୍ଧୁ


ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଏଯାଏ ୩ଟି ବ୍ରୋଞ୍ଜ ପଦକ ମିଳିଥିବାବେଳେ ଆଶାଅନୁସାରେ ଭାରତ ପଦକ ଜିତିପାରିନି। ଭାରତର ଷ୍ଟାର ବ୍ୟାଟମିଣ୍ଟନ ଖେଳାଳି ପିଭି ସିନ୍ଧୁ ମଧ୍ୟ ଭାରତକୁ ନିରାଶ କରିଛନ୍ତି। ଦଶମ ମାନ୍ୟତାପ୍ରାପ୍ତ ସିନ୍ଧୁ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ ଖେଳାଳି ହି ବିଙ୍ଗ ଜିଆଓଙ୍କଠୁ ହାରି ଯାଇଛନ୍ତି। ସିନ୍ଧୁଙ୍କ ସ୍ୱର୍ଣ୍ଣ ପଦକ ହୋଇଛି ଚୁରମାର।

ଅଲମ୍ପିକ୍ସରେ ସିନ୍ଧୁଙ୍କ ହ୍ୟାଟ୍ରିକ୍‌ ପଦକ ସ୍ୱପ୍ନ ମଧ୍ୟ ଭାଙ୍ଗିଛି। ସିନ୍ଧୁ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ,୨୦୨୧ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସିନ୍ଧୁ କହିଛନ୍ତି, ମୋର ସାମାନ୍ୟ କିଛି ତ୍ରୁଟି ପାଇଁ ମୋତେ ହାରର ସମ୍ମୁଖୀନ ହେବାକୁ ପଡ଼ିଛି। କିନ୍ତୁ ଏଥିପାଇଁ ମୁଁ ମୋର ସର୍ବୋତ୍ତମ ଦେଇଥିଲି। ଏହାପରେ ବି ଯାହା ହେଲା ତାହା ମୋ’ର ଭାଗ୍ୟ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PV Sindhu was disappointed | Argus News