Videos
|
Sports

ରାଗିଲେ ଫ୍ୟାନ୍,କାହା ପତ୍ତା କାଟିଲେ ଗମ୍ଭୀର!

Sangram Tripathy
Browse all articles by Sangram Tripathy
·2 years ago·2 min read
ରାଗିଲେ ଫ୍ୟାନ୍,କାହା ପତ୍ତା କାଟିଲେ ଗମ୍ଭୀର!


ଅର୍ଗସ ବ୍ୟୁରୋ: ଟିମ୍ ଇଣ୍ଡିଆର ସବୁ ଫର୍ମାଟରୁ ଅବସର ନେଇସାରିଛନ୍ତି ପୂର୍ବତନ ଅଧିନାୟକ  ମହେନ୍ଦ୍ର ସିଂ ଧୋନି । କେବଳ ଆଇପିଏଲରେ ଦେଖାଉଛନ୍ତି ଜଲୱା। ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ, ଗମ୍ଭୀର କେମିତି କଲେ ଧୋନିଙ୍କୁ ବିଦା । ପୁରା ଖବର ଭିତରକୁ ଗଲେ ଆପଣ ମଧ୍ୟ ଜାଣିପାରିବେ ଅସଲ କଥା।  କ୍ରିକେଟରେ କେମିତି ହୁଏ ରାଜନୀତି, ଟ୍ୟାଲେଣ୍ଟ ଥାଇ ମଧ୍ୟ କେମିତି କରାଯାଏ ଅଣଦେଖା।

 ଟିମ୍ ଇଣ୍ଡିଆର ହେଡ୍ କୋଚ ହୋଇଛନ୍ତି ବାମହାତି ବ୍ୟାଟର ଗୌତମ ଗମ୍ଭୀର, ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ କରିବେ ଅଭିଯାନ  ୨୭ଜୁଲାଇରୁ ଭାରତ ଖେଳିବ ୩ଟି ଟି-୨୦ ସହ ଦିନିକିଆ ମ୍ୟାଚ୍  । କିନ୍ତୁ ସବୁଠୁ ବଡ କଥା ଗମ୍ଭୀର ଭାରତର କୋଚ ହେଉ ହେଉ କାଟିଛନ୍ତି ଧୋନୀଙ୍କ ପତ୍ତା ! ଧୋନିଙ୍କୁ ଆଦର୍ଶ ମାନୁଥିବା ଟିମ୍ ଇଣ୍ଡିଆର ଅନେକ ଖେଳାଳିଙ୍କୁ କରାଯାଇଛି ଅଣଦେଖା ।


ନଂ୧-ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଟର ହାର୍ଦ୍ଦିକ ପାଣ୍ଡ୍ୟା,ଧୋନୀଙ୍କ  ସହଯୋଗୀ ଭାବେ ବେଶ ଜଣାଶୁଣା। ଅନେକ ସମୟରେ ସେ ତାଙ୍କ ପାଖେ ପାଖେ ଥାନ୍ତି। ପୂର୍ବରୁ ଚର୍ଚ୍ଚା ହେଉଥିଲା ଟି-୨୦ରେ ହାର୍ଦ୍ଦିକ ହେବେ ଅଧିନାୟକ,କିନ୍ତୁ ଗମ୍ଭୀର ଆସିବା ପରେ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟ କୁମାର ଯାଦବ ହୋଇଛନ୍ତି ଟି-୨୦ ଅଧିନାୟକ। ଖାଲି ସେତିକି ନୁହେଁ ଅଧିନାୟକ ହେବା ଦୂରର କଥା,ଉପଅଧିନାୟକ ପଦରୁ ମଧ୍ୟ ତାଙ୍କୁ ହଟାଇଦିଆଯାଇଛି,ପାଣ୍ଡ୍ୟାଙ୍କୁ ଲାଗିଛି ଶକ୍ତି ଧକ୍କା।


ନଂ୨. ଟିମ୍ ଇଣ୍ଡିଆର ବ୍ୟାଟର ତଥା ଚେନ୍ନାଇ ସୁପର କିଙ୍ଗ୍ ର ଅଧିନାୟକ ଋତୁରାଜ ଗାଏକ୍ୱାଡ,ଧୋନୀଙ୍କ ଘନିଷ୍ଠ ଭାବେ ବେଶ ଜଣାଶୁଣା,ସେ ପଡିଆର ହେଉ ଅବା ବାହାର,ରଣନୀତି ସମ୍ପର୍କରେସବୁବେଳେ କରନ୍ତି ଆଲୋଚନା ତାଙ୍କୁ ମଧ୍ୟ କରାଯାଇଛି ଟିମ୍ ଇଣ୍ଡିଆରେ ଅଣଦେଖା। ଶ୍ରୀଲଙ୍କା ଗସ୍ତ ଲାଗି ଟିମ୍ ଘୋଷଣା ହୋଇଥିଲେ ମଧ୍ୟ  ଟି-୨୦ ରେଂଙ୍କିରେ ୮ମ ସ୍ଥାନରେ ଥିବା ସର୍ତ୍ତେ ମଧ୍ୟ ଟି-୨୦ ଏଂବ ଦିକିଆରେ ଋତୁରାଜଙ୍କୁ ମିଳିନି ସ୍ଥାନ,କିନ୍ତୁ ଟି-୨୦ରେ ୩୭ ରାକିଂ ରେ ଥିବା ଶୁଭମନ ଗିଲ୍ ଙ୍କୁ ଉପଅଧିନାୟକ କରିଛି ବିସିସିଆଇ,ସେଥିରେ ସମର୍ଥନ ରହିଛି ଗମ୍ଭୀରଙ୍କର,ଏଠୁ ଜଣାପଡୁଛି ଜଣଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ତାଙ୍କୁ ଟିମରେ ଜାଗା ମିଳୁନି କିନ୍ତୁ ଆଉଜଣଙ୍କୁ ଟିମ୍ ରେ ଉପଅଧିନାୟକ ଦାୟିତ୍ବ ମିଳୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନଂ୩ ଭାରତର ସବୁ ଫର୍ମାଟରେ ଟିମ୍ ରେ ନଜର ଆସିଥାନ୍ତି ରବିନ୍ଦ୍ର ଜାଡେଜା,ନିକଟରେ ଭାରତ ଟି-୨୦ ଜିତିବା ପରେ ସେ ଅବସର ଘୋଷଣା କରିଛନ୍ତି,ମାତ୍ର ଦିନିକିଆ ଓ ଟେଷ୍ଟରେ ସେ ଖେଳ ଜାରି ରଖିଛନ୍ତି କିନ୍ତୁ ଶ୍ରୀଲଙ୍କା ଦିନିକିଆ ଗସ୍ତ ଲାଗି ତାଙ୍କୁ ଟିମ୍ ରେ ଜାଗା ମିଳିନି,ତାଙ୍କୁ ମଧ୍ୟ ଅଣଦେଖା କରାଯାଇଥିବା ଚର୍ଚ୍ଚା ହେଉଛି।ସବୁଠାରୁ ବଡ଼ କଥା ହେଉଛି ଧୋନୀଙ୍କ ଠୁ କ୍ରିକେଟର ରଣକୌଶଳ ଶିଖୁଥିବା ତାଙ୍କ ଘନିଷ୍ଠ ଥିବା ଖେଳାଳି, ଗମ୍ଭୀର ଆସିବା ପରେ କୁଆଡେ ଭାରତୀୟ ଟିମ୍ ରୁ ତାଙ୍କ ଦବଦବା କମିବା ସହ ଟିମ୍ ରେ  ମଧ୍ୟ ଜାଗା ମିଳୁନଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ତେବେ ଦେଖିବାକୁ ବାକି ରହିଲା ଆଗକୁ କଣ ହେଉଛି,ପ୍ରଦର୍ଶନ ଆଧାରରେ ନା ରାଜନୀତି ହିସାବରେ ଖେଳାଳିଙ୍କୁ ମିଳୁଛି ଟିମ୍ ଇଣ୍ଡିଆରେ ସ୍ଥାନ

Rage fan, serious! | Argus News