Videos
|
Sports

ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡଙ୍କ ଚୁକ୍ତିନାମା ବୃଦ୍ଧି

Ritu Das
Browse all articles by Ritu Das
·2 years ago·1 min read
ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡଙ୍କ ଚୁକ୍ତିନାମା ବୃଦ୍ଧି

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଟିମ ଇଣ୍ଡିଆରେ ଚାଲିଥିବା ମୁଖ୍ୟ କୋଚକୁ ନେଇ ସସପେନ୍ସ ଲାଗି ରହିଥିଲା। BCCI ଆଜି ଏହାର ସମାଧାନ କରିଛି। ବୁଧବାର ଏ ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ଭ‌ାବେ ରାହୁଲଙ୍କ ଚୁକ୍ତିନାମା ବୃଦ୍ଧି ପାଇଛି ବୋଲି ଆଜି ‘ଏକ୍ସ’ ଜରିଆରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ରାହୁଲଙ୍କ ସହ ବିସିସିଆଇ ବ୍ୟାଟିଂ କୋଚ୍‌ ଭାବେ ବିକ୍ରମ ରାଥୋଡ, ବୋଲିଂ କୋଚ୍‌ ପାରସ୍‌ ହାମ୍‌ବ୍ରେଙ୍କ ଓ ଫିଲ୍ଡିଂ କୋଚ୍‌ ଟି ଦିଲ୍ଲୀପଙ୍କର ବି କାର୍ଯ୍ୟକାଳ ବୃଦ୍ଧି ପାଇଛି।

 

ତେବେ କେତେ ଦିନ ପାଇଁ ଚୁକ୍ତିନାମା ବୃଦ୍ଧି ପାଇଛି ବୋଲି ବିସିସିଆଇ ସ୍ପଷ୍ଟ ନ କରିଥିଲେ ବି ରାହୁଲ ଅତି କମ୍‌‌ରେ ୨୦୨୪ ଟି-୨୦ ବିଶ୍ବକପ୍‌ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେବେ ବୋଲି ଅନୁମାନ କରାଯାଉଛି।୨୦୨୧ ମସିହାରେ ରାହୁଲଙ୍କୁ ୨ ବର୍ଷ ପାଇଁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ମିଳିଥିଲା। ଯାହାକି ଏହି ମାସ ଶେଷ ହୋଇଛି। ତେବେ ଦ୍ରାବିଡଙ୍କ ପ୍ରଶିକ୍ଷଣ ଅଧୀନରେ ଭାରତ ଉଭୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଏବଂ ଏକ ଦିନିକିଅର ବିଶ୍ୱକପରେ ରନର୍ସଅପ୍ ହୋଇଛି।  ଗତ ଦୁଇ ବର୍ଷ ମଧ୍ୟରେ ସେ ଭଲ ରେକର୍ଡ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିକଟରେ ଶେଷ ହୋଇଥିବା ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ପରେ ଚୁକ୍ତିନାମା ଶେଷ ହେବା ପରେ ବିସିସିଆଇ ରାହୁଲ ଦ୍ରାବିଡଙ୍କ ସହ ଏ ନେଇ ଆଲୋଚନା ହୋଇଥିଲା। ସେ ଏହି କାର୍ଯ୍ୟକାଳକୁ ଆଗକୁ ନେବାକୁ ସର୍ବସମ୍ମତି କ୍ରମେ ରାଜି ହୋଇଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର