Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜୁନ୍‌ରେ ସରିବ ରାହୁଲଙ୍କ କାର୍ଯ୍ୟକାଳ: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଖୁବ୍ ଶୀଘ୍ର ବାହାରିବ ବିଜ୍ଞାପନ

Sports

ଜୁନ୍‌ରେ ସରିବ ରାହୁଲଙ୍କ କାର୍ଯ୍ୟକାଳ: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଖୁବ୍ ଶୀଘ୍ର ବାହାରିବ ବିଜ୍ଞାପନ

Ritu Das
Browse all articles by Ritu Das
·2 years ago·1 min read
ଜୁନ୍‌ରେ ସରିବ ରାହୁଲଙ୍କ କାର୍ଯ୍ୟକାଳ: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଖୁବ୍ ଶୀଘ୍ର ବାହାରିବ ବିଜ୍ଞାପନ

ଅର୍ଗସ ବ୍ୟୁରୋ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ପକ୍ଷରୁ ଏକ ବଡ଼ ଘୋଷଣା ହୋଇଛି। ବିସିସିଆଇର ସଚିବ ଜୟ ଶାହା ନିଶ୍ଚିତ କରିଛନ୍ତି ଯେ ଟିମ୍‌ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ଖୁବ ଶୀଘ୍ର ପ୍ରକାଶ ପାଇବ। ୨୦୨୧ ମସିହା ନଭେମ୍ବର ମାସରୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଥିବା ରାହୁଲ ଦ୍ରାବିଡଙ୍କର ଚୁକ୍ତିନାମା ୨୦୨୩ ବିଶ୍ୱକପ ସମାପ୍ତ ହେବା ପରେ ବୃଦ୍ଧି କରାଯାଇଥିଲା। ଏବେ ବୋର୍ଡ ଶୀଘ୍ର ଏକ ନୂତନ କୋଚ ପାଇଁ ବିଜ୍ଞାପନ ବାହାର କରିବ। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ବିସିସିଆଇ ସହିତ ଦ୍ରାବିଡଙ୍କ ବର୍ତ୍ତମାନର ଚୁକ୍ତିନାମା ଜୁନ୍ ମାସରେ ଶେଷ ହେବ।

୨୦୨୩ ମସିହା ନଭେମ୍ବର ମସାରେ ନିଜ ସମର୍ଥକଙ୍କ ସମର୍ଥନରେ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ତାଙ୍କ ଚୁକ୍ତି ବୃଦ୍ଧି କାଗଜରେ ଦସ୍ତଖତ କରିଥିଲେ। ଯାହାର ବୈଧତା ୨୦୨୪ ମସିହା ଜୁନ୍‌ ମାସ ଶେଷ ପର୍ଯ୍ୟନ୍ତ ଥିଲା। ଜୟ ଶାହା ନିଶ୍ଚିତ କରିଛନ୍ତି ଯେ ଦ୍ରାବିଡ଼ ଯଦି ଚାହାଁନ୍ତି ତେବେ ଏହି ଭୂମିକା ପାଇଁ ଆବେଦନ କରିପାରିବେ କିନ୍ତୁ ପୂର୍ବ ପରି କୌଣସି ସ୍ୱୟଂଚାଳିତ ସମ୍ପ୍ରସାରଣ ହେବ ନାହିଁ।

ରାହୁଲଙ୍କ କାର୍ଯ୍ୟକାଳ କେବଳ ଜୁନ୍ ପର୍ଯ୍ୟନ୍ତ ରହିଛି। ତେଣୁ ଯଦି ସେ ଆବେଦନ କରିବାକୁ ଚାହାଁନ୍ତି, ତେବେ ସେ ଏହା କରିପାରିବେ ବୋଲି ବିସିସିଆଇ ସଚିବ ନିଶ୍ଚିତ କରିଛନ୍ତି।  ବିସିସିଆଇ ଅଧିକାରୀ କହିଛନ୍ତି କି ନୂତନ କୋଚ୍ ଭାରତୀୟ କିମ୍ବା ବିଦେଶୀ ହେବେ କି ନାହିଁ ତାହା ଆମେ ସ୍ଥିର କରିପାରିବୁ ନାହିଁ। ଏହା ସିଏସି ଉପରେ ନିର୍ଭର କରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Rahul's Tenure ends | Argus News