Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket Update / ୨୦ ଓଭର ନୁହେଁ ଏବେ ୧୮ ଓଭର ମ୍ୟାଚ ଖେଳିବେ ଦୁଇ ଟିମ: ବର୍ଷା ଯୋଗୁଁ ମ୍ୟାଚ୍ ଓଭର ହ୍ରାସ

Ritu Das
Browse all articles by Ritu Das
·8 months ago·2 min read
୨୦ ଓଭର ନୁହେଁ ଏବେ ୧୮ ଓଭର ମ୍ୟାଚ ଖେଳିବେ ଦୁଇ ଟିମ: ବର୍ଷା ଯୋଗୁଁ ମ୍ୟାଚ୍ ଓଭର ହ୍ରାସ

Key Points

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳାଯିବ। ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ୨-୧ରେ ବିଜୟୀ ହୋଇଥିଲା।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳାଯିବ। ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ୨-୧ରେ ବିଜୟୀ ହୋଇଥିଲା।

ଟି-୨୦ ଫର୍ମାଟରେ ୨୦୦୮ ପରଠାରୁ ଅଷ୍ଟ୍ରେଲିଆରେ ଭାରତ ସିରିଜ୍‌ ହାରିନାହିଁ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଟି-୨୦ରେ କିପରି ପ୍ରଦର୍ଶନ କରିବେ ତାହା ଉପରେ ସଭିଙ୍କ ନଜର। ଭାରତ ୨୦୨୪ରେ ବିଶ୍ୱକପ୍‌ ଜିତିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳି ମାତ୍ର ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଏହି ରେକର୍ଡ ବଜାୟ ରଖିବ ବୋଲି ଭାରତୀୟ ସମର୍ଥକ ଓ କର୍ମକର୍ତ୍ତା ଆଶା ରଖିବା ସ୍ୱାଭାବିକ୍‌।

ପୂର୍ବରୁ ବର୍ଷା ଯୋଗୁଁ ମ୍ୟାଚ୍ ୧୮ ଓଭରକୁ ହ୍ରାସ କରାଯାଇଥିଲା। ବର୍ଷା ବନ୍ଦ ହେବା ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ପୁଣି ଆରମ୍ଭ ହୋଇଛି। ପାଞ୍ଚ ଓଭର ପରେ ଭାରତର ସ୍କୋର ୪୩/୧ ଥିଲା। ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତ ଅଭିଷେକ ଶର୍ମାଙ୍କ ରୂପରେ ପ୍ରଥମ ଝଟକା ପାଇଥିଲା। ଟିମ୍ ଇଣ୍ଡିଆ ୮ ଓଭର ପରେ ୧ ୱିକେଟ୍ ହରାଇ ୭୦ ରନ୍ କରିଛି। ଶୁଭମନ ଗିଲ୍ ୨୯ ଏବଂ ଅଧିନାୟକ ସୂର୍ଯ୍ୟ ୨୧ ରନ୍ କରି ଖେଳୁଛନ୍ତି।

ଭାରତ- ଅଭିଷେକ ଶର୍ମା, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ (ୱିକେଟରକ୍ଷକ), ରିଙ୍କୁ ସିଂ, ଅକ୍ଷର ପଟେଲ, ଶିବମ ଦୁବେ/ ହର୍ଷିତ ରାଣା, କୁଲଦୀପ ଯାଦବ/ ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶ୍‌ପ୍ରୀତ୍‌ ବୁମ୍‌ରା।

ବେଞ୍ଚ- ୱାଶିଂଟନ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ।

ଅଷ୍ଟ୍ରେଲିଆ – ମିଚେଲ ମାର୍ଶ (ଅଧିନାୟକ), ଟ୍ରାଭିସ ହେଡ୍‌, ଜୋଶ ଇଂଲିଶ (ୱିକେଟରକ୍ଷକ), ଟିମ୍‌ ଡେଭିଡ୍‌, ଜୋଶ ଫିଲିପ୍‌, ମିଚେଲ ଓଏନ,
ମାର୍କସ ଷ୍ଟୋଇନିସ୍‌, ସିନ୍‌ ଆବଟ/ ଜାଭିୟର ବାର୍ଟଲେଟ, ନାଥାନ ଏଲିସ୍‌, ମ୍ୟାଟ କୁନେମାନ, ଜୋଶ ହାଜ୍‌ଲେଉଡ୍‌।
ବେଞ୍ଚ୍‌- ମାଥ୍ୟୁ ସର୍ଟ, ଜୋଶ ଫିଲିପ୍‌, ତନବୀର ସାଙ୍ଗା ଓ ବେନ୍‌ ଡ୍ୱାରଶୁଇସ୍‌।

ଏହାସହ ପଢ଼ନ୍ତୁ: ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌?

ଅଷ୍ଟ୍ରେଲିଆର ମାନୁକା ଓଭାଲ ଷ୍ଟାଡିୟମର କାନବେରାରେ ବୁଧବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି୨୦ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ପ୍ରଦର୍ଶନ ଓ ଦଳୀୟ ଫିଲ୍ଡିଂ ପ୍ରଦର୍ଶନ ଉପରେ ନଜର ରହିବ। କିନ୍ତୁ ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ରନ ଆଶା କରାଯାଉଛି। କାରଣ ଗତ ସିରିଜରେ ସୂର୍ଯ୍ୟାଙ୍କ ପ୍ରଦର୍ଶନ ସେତେ ଭଲ ନ ଥିଲା। ବର୍ତ୍ତମାନ ଖୁବ୍‌ ଭଲ ଫର୍ମରେ ଥିବା ଏହି ଦୁଇ ଦଳ ଗତ ୧୦ ଟି୨୦ ମ୍ୟାଚ୍‌ରୁ ୮ଟି ଲେଖାଏ ଜିତିଥିବା ବେଳେ ଗୋଟିଏ ଲେଖାଏ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି। ଏଣୁ ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ଏସିଆ କପ୍‌ରେ ଭାରତୀୟ ଖେଳାଳିମାନେ ଫିଲ୍ଡରେ ସର୍ବାଧିକ ୧୨ କ୍ୟାଚ୍‌ ହାତଛଡ଼ା କରିଥିଲେ। ୨୦୨୫ ଆରମ୍ଭ ହେବା ପରଠାରୁ ଭାରତର କ୍ୟାଚିଂ ଦକ୍ଷତା ୮୨.୭ %କୁ ହ୍ରାସ ପାଇଛି, ଯାହାକି ପୂର୍ଣ୍ଣ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛି। ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ଟାଇଟଲ ଡିଫେଣ୍ଡ କରିବାକୁ ଯାଉଥିବାରୁ କ୍ୟାଚିଂରେ ସୁଧାର ଆଣିବାକୁ ପଡ଼ିବ। ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ କ୍ୟାଚ୍‌ ହାତଛଡ଼ା କରିବା ମହାଙ୍ଗା ସାବ୍ୟସ୍ତ ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Match Cut to 18 Overs Due to Rain | Argus News