Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆରସିବି-ଚେନ୍ନାଇ ମ୍ୟାଚରେ ବର୍ଷା ଆଶଙ୍କା!

Ritu Das
Browse all articles by Ritu Das
·2 years ago·1 min read
ଆରସିବି-ଚେନ୍ନାଇ ମ୍ୟାଚରେ ବର୍ଷା ଆଶଙ୍କା!

ଅର୍ଗସ ବ୍ୟୁରୋ: ଚଳିତ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ମଧ୍ୟରେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଶନିବାର ବଡ଼ ମ୍ୟାଚ ଅନୁଷ୍ଠିତ ହେବ। ପ୍ଲେଅଫ୍‌ରେ ପହଞ୍ଚିବାକୁ ହେଲେ ଏହା ଉଭୟଙ୍କ ପାଇଁ ନକ୍‌ଆଉଟ୍‌ ମ୍ୟାଚ୍‌ ସଦୃଶ ରହିବ। କିନ୍ତୁ ବେଙ୍ଗାଲୁରୁର ଖରାପ ପାଣିପାଗ ଆର୍‌ସିବିର କୋଟିକୋଟି ପ୍ରଶଂସକଙ୍କୁ ନିରାଶ କରିପାରେ। ମ୍ୟାଚ୍‌ ଦିନ ସହରରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଏଠାରେ ୭୩ରୁ ୭୫ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି। ଏଥିସହ ପ୍ରବଳ ଘଡ଼ଘଡି ମାରିବା ଆଶଙ୍କା ମଧ୍ୟ କରାଯାଉଛି। ଯାହାଦ୍ବାରା ମ୍ୟାଚ୍‌ ବହୁମାତ୍ରାରେ ପ୍ରଭାବିତ ହୋଇପାରେ।

ଯଦି ବର୍ଷା ଲାଗିରହେ ଓ ବିଳମ୍ବରେ ଛାଡ଼ିଯାଏ, ତାହେଲେ କମ୍‌ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯିବ। ଏପରି ହେଲେ ଘରୋଇ ଦଳକୁ ପ୍ଲେଅଫ୍‌ ଯୋଗ୍ୟତା ଅର୍ଜନ କରିବା ଆହୁରି କଷ୍ଟକର ହୋଇପଡ଼ିବ। ଆଇପିଏଲ୍ ନିୟମ ଅନୁସାରେ ରାତି ୧୦ଟା ୫୬ ମିନିଟ୍‌ ସୁଦ୍ଧା ମ୍ୟାଚ୍‌ ଆରମ୍ଭ ପାଇଁ ଶେଷ ସମୟ ରହିଛି। ଏହି ସମୟରେ ଖେଳ ଆରମ୍ଭ ହେଲେ ୫ ଓଭର ବିଶିଷ୍ଟ ମ୍ୟାଚ୍‌ ହୋଇପାରିବ। ଅନ୍ୟପକ୍ଷରେ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଡ୍ରେନେଜ୍‌ ବ୍ୟବସ୍ଥା ଦେଶରେ ସର୍ବୋକୃଷ୍ଟ। ତେଣୁ ବର୍ଷା ଛାଡ଼ିଲେ ଖେଳ ଶୀଘ୍ର ଆରମ୍ଭ ହୋଇପାରିବ। 

ଶନିବାର ଯଦି ପୂର୍ଣ୍ଣାଙ୍ଗ ଓଭର ଖେଳାଯାଏ ଏବଂ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୨୦୦ ରନ୍‌ ସଂଗ୍ରହ କରେ; ସେ କ୍ଷେତ୍ରରେ ଆର୍‌ସିବି ୧୮ ରନ୍‌ରେ ସିଏସ୍‌କେକୁ ହରାଇବାକୁ ପଡ଼ିବ କିମ୍ବା ୧୧ ବଲ୍‌ ପୂର୍ବରୁ ୨୦୦ ରନ୍‌ ଅତିକ୍ରମ କରିବାକୁ ହେବ। ଏପରି ହୋଇପାରିଲେ ଆର୍‌ସିବିର ନେଟ୍‌ରନ୍‌ରେଟ୍‌ ସିଏସ୍‌କେ ଉପରକୁ ଯାଇପାରିବ। କିନ୍ତୁ ମ୍ୟାଚ୍‌ ଆଦୌ ହୋଇ ନପାରିଲେ, ଦଳକୁ ପ୍ରତିଯୋଗିତାରୁ ବାହାରି ଯିବାକୁ ପଡ଼ିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Rain threat in | Argus News