Videos
|
Sports

ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ରାଜସ୍ଥାନ ରୟାଲ୍ସ

Banajyotshna Ray
Browse all articles by Banajyotshna Ray
·2 years ago
ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ରାଜସ୍ଥାନ ରୟାଲ୍ସ

ଅର୍ଗସ ବ୍ୟୁରୋ:  ଚଳିତ ଆଇପିଏଲ୍‌ରେ ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ବିଜୟ ପାଇ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ରାଜସ୍ଥାନ ରୟାଲ୍ସ । ଶନିବାର ପଞ୍ଜାବ କିଙ୍ଗ୍ସକୁ ରୋମାଞ୍ଚକ ଭାବେ ଗୋଟିଏ ବଲ୍ ପୂର୍ବରୁ ୩ ୱିକେଟ୍‌ରେ ହରାଇଦେଇଛି ରାଜସ୍ଥାନ ରୟାଲ୍ସ। ଶନିବାରର ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ପୁଣି ଥରେ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇ ମାତ୍ର ୧୪୮ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ମାତ୍ର ଗୋଟିଏ ବଲ୍ ବାକି ଥାଇ ହାସଲ କରି ନେଇଥିଲା ରାଜସ୍ଥାନ । ଦଳ ପକ୍ଷରୁ ଶେଷ ଆଡକୁ ସିମ୍‌ରନ୍ ହେଟ୍‌ମାୟର୍‌ ମାତ୍ର ୧୦ ବଲ୍‌ରୁ ୨୭* ରନ୍ କରି ରାଜସ୍ଥାନକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rajasthan Royals remain on top of the table | Argus News