Videos
|
Sports

ରାଜସ୍ଥାନ ରୟାଲ୍ସର ବିଜୟ ଯାତ୍ରାରେ ଲାଗିଲା ବ୍ରେକ: ୧ ରନରେ ଜିତିଲା ହାଇଦ୍ରାବାଦ

Ritu Das
Browse all articles by Ritu Das
·2 years ago·2 min read
ରାଜସ୍ଥାନ ରୟାଲ୍ସର ବିଜୟ ଯାତ୍ରାରେ ଲାଗିଲା ବ୍ରେକ: ୧ ରନରେ ଜିତିଲା ହାଇଦ୍ରାବାଦ

ଅର୍ଗସ ବ୍ୟୁରୋ: ଚଳିତ ଆଇପିଏଲ୍‌ରେ ଗୁରୁବାର ସବୁଠାରୁ ରୋମାଞ୍ଚଭରା ମ୍ୟାଚ୍‌ ଦେଖିବାକୁ ମିଳିଛି। ଟେବୁଲ୍ ଟପ୍ପର ରାଜସ୍ଥାନ ରୟାଲ୍ସକୁ ୧ ରନ୍‌ରେ ହରାଇ ସନ୍‌ରାଇଜର୍ଜ ହାଇଦ୍ରାବାଦ ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉଠିଛି। ସଂଜୁ ସାମ୍‌ସନ୍‌ଙ୍କ ଦଳ ଦଶମ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରିଥିବାବେଳେ ପ୍ୟାଟ୍ କମିନ୍ସଙ୍କ ଦଳ ସମାନ ଦଶମ ମ୍ୟାଚ୍‌ ଖେଳି ଷଷ୍ଠ ବିଜୟ ପାଇଛି। ହାଇଦ୍ରାବାଦ ଏକମାତ୍ର ରନ୍‌ରେ ଜିତିବା ଚଳିତ ସଂସ୍କରଣରେ ସବୁଠାରୁ ସ୍ବଳ୍ପ ବ୍ୟବଧାନ ବିଜୟ ହୋଇଛି। ୨୦୧ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ପ୍ରଥମ ଓଭରରେ ଯୁଗଳ ଝଟ୍‌କା ଲାଗିଥିଲା। 

ଜୋସ୍ ବଟଲର୍ ଓ ସଂଜୁ ସାମସନଙ୍କୁ ଭୁବନେଶ୍ବର କୁମାର ଦୁଇଟି ବଲ୍ ବ୍ୟବଧାନରେ ପ୍ୟାଭିଲିଅନ୍ ପଠାଇଦେଇଥିଲେ। କିନ୍ତୁ ଯଶସ୍ବୀ ଜୟସ୍ବାଲ (୪୦ ବଲ୍‌ରୁ ୬୭ ରନ୍, ୭ ଚୌକା, ୨ ଛକା) ଏବଂ ରିୟାନ୍ ପରାଗ (୪୯ ବଲ୍‌ରୁ ୭୭ ରନ, ୯ ଚୌକା, ୪ ଛକା) ୭୬ ବଲ୍‌ରୁ ୧୩୩ ରନ୍‌ର ଭାଗୀଦାରି ଗଢ଼ି ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇ ଦେଇଥିଲେ। ଉଭୟ କିନ୍ତୁ ଶତକ ଦିଗରେ ଅଗ୍ରସର ହେବା ପୂର୍ବରୁ ଆଉଟ୍ ‌ହୋଇଯାଇଥିଲେ। 

ନଟରାଜନ ଏହି ଭାଗୀଦାରିକୁ ଅଲଗା କରିବା ପରେ ହାଇଦ୍ରାବାଦ ପ୍ରତ୍ୟାବର୍ତ୍ତନ କରିଥିଲା। ଶେଷ ଦୁଇ ଓଭରରୁ ୨୦ ରନ୍ ଆବଶ୍ୟକ ପଡ଼ିଥିଲା। ପ୍ୟାଟ୍ କମିନ୍ସ ୧୯ତମ ଓଭରରେ ମାତ୍ର ୭ ରନ ଦେଇ ଗୋଟିଏ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା। ଅନ୍ତିମ ଓଭରରୁ ହାଇଦ୍ରବାଦକୁ ୧୩ ରନ୍ ଆବଶ୍ୟକ ପଡ଼ିଥିଲା। ଆର୍ ଅଶ୍ବିନ ଓ ରୋଭମାନ ପାୱେଲ କିନ୍ତୁ ଭୁବନେଶ୍ବର କୁମାରଙ୍କ ବିପକ୍ଷରେ ଏହା ରନ୍ କରିପାରି ନଥିଲେ। ଏପରିକି ଶେଷ ବଲ୍‌ରୁ ୨ ରନ୍ ଆବଶ୍ୟକ ଥିଲେ ମଧ୍ୟ ପାୱେଲଙ୍କୁ ଭୁବି ଏଲ୍‌ବିଡ୍‌ବଲ୍ୟୁ କରି ଘରୋଇ ଦଳକୁ ରୋମଞ୍ଚକ ବିଜୟ ଦେଇଥିଲେ। ଫଳରେ ଭୁବନେଶ୍ବର ଅପ୍ରତ୍ୟାଶିତ ନାୟକ ପାଲଟିଯାଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା।

ଅଧିକ ପଢ଼ନ୍ତୁ ଖେଳ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: