Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଦିଲ୍ଲୀକୁ ୧୨ ରନରେ ହରାଇଲା ରାଜସ୍ଥାନ ରୟାଲ୍ସ

Ritu Das
Browse all articles by Ritu Das
·2 years ago·1 min read
ଦିଲ୍ଲୀକୁ ୧୨ ରନରେ ହରାଇଲା ରାଜସ୍ଥାନ ରୟାଲ୍ସ

ଅର୍ଗସ ବ୍ୟୁରୋ: ଦୁଇ ଭାରତୀୟ ୱିକେଟ୍‌କିପର ଅଧିନାୟକଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ଋଷଭ ପନ୍ତଙ୍କୁ ମାତ୍ ଦେଇଛନ୍ତି ସଞ୍ଜୁ ସାମ୍‌ସନ୍। ଗୁରୁବାରର ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୧୨ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏଥି ସହିତ ସାମସନ୍‌ଙ୍କ ଦଳ ଦୁଇରୁ ଦୁଇ ବିଜୟ ହାସଲ କରିଛି। ରିୟାନ୍ ପରାଗ (୪୫ ବଲ୍‌ରୁ ୮୪ରନ୍)ଙ୍କ ବିଳମ୍ବିତ ପ୍ରହାର କାରଣରୁ ରାଜସ୍ଥାନ ରୟାଲ୍ସ ସଙ୍କଟରୁ ବାହାରି ୧୮୫ ରନ୍ ସ୍କୋର୍‌ କରିଥିଲା। 

ଜବାବରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ ୧୭୩/୫ରେ ଅଟକିଯାଇଥିଲା। ଦିଲ୍ଲୀର ଦୁଇ ବିଦେଶୀ ଖେଳାଳି ଡେଭିଡ୍ ୱାର୍ଣ୍ଣର (୪୯ ରନ୍, ୩୪ ବଲ୍‌) ଏବଂ ତ୍ରିଷ୍ଟାନ୍ ଷ୍ଟବ୍ସ (୨୩ ବଲ୍‌ରୁ ୪୪ ରନ୍, ) କେବଳ ଭଲ ସ୍କୋର୍‌ କରିପାରିଥିଲେ। ନାନ୍ଦ୍ରେ ବର୍ଗର ଓ ୟୁଜବେନ୍ଦ୍ର ଚହଲ ୨ ଲେଖାଏଁ ୱିକେଟ୍ ନେଇ ଦିଲ୍ଲୀକୁ ରୋକିଥିଲେ। ଶେଷ ଓଭରରୁ ୧୭ ରନ୍ ଆବଶ୍ୟକ ଥିବାବେଳେ ଆୱେସ ଖାନ୍‌ ଦୁଇ ବ୍ୟାଟର୍‌ ଅକ୍ଷର ପଟେଲ୍‌ ଓ ତ୍ରିଷ୍ଟାନ୍ ଷ୍ଟବ୍ସଙ୍କୁ ଏହା କରାଇ ‌ଦେଇ ନଥିଲେ। ଏଥି ସହିତ ନବମ ମ୍ୟାଚ୍‌ ସୁଦ୍ଧା ସମସ୍ତ ଦଳ ନିଜ ନିଜ ଘରୋଇ ପଡ଼ିଆରେ ଜିତିବା ଏକ ନୂଆ ଧାରା ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rajasthan royals | Argus News