RCBର ନୂଆ ଅଧିନାୟକ ହେଲେ ରଜତ ପାଟିଦାର

Key Points
ଡୁପ୍ଲୋସିସଙ୍କ ପରେ ଆରସିବିର ଅଧିନାୟକ ହୋଇଛନ୍ତି ରଜତ ପାଟିଦାର । ଏହା ପୂର୍ବରୁ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଆରସିବିର ନେତୃତ୍ଵ ନେଇଥିଲେ ଡୁପ୍ଲୋସିସ୍ ।
ଆଇପିଏଲ୍-୨୦୨୫ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଘୋଷଣା କରିଛି ନୂଆ ଅଧିନାୟକ । ଆରସିବି ପକ୍ଷରୁ ରଜତ ପାଟିଦାରଙ୍କୁ ନୂଆ ଅଧିନାୟକ କରାଯାଇଛି । ପୂର୍ବରୁ ବିରାଟ କୋହଲି ଓ ରଜତ ପାଟିଦାରଙ୍କ ମଧ୍ୟରୁ ଜଣେ ଅଧିନାୟକ ହେବେ ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା । ଏବେ ଫ୍ରାଞ୍ଚାଇଜ୍ ରଜତ ପାଟିଦାରଙ୍କୁ ନେତୃତ୍ଵଭାର ଦେଇଛି ।
ଡୁପ୍ଲୋସିସଙ୍କ ପରେ ଆରସିବିର ଅଧିନାୟକ ହୋଇଛନ୍ତି ରଜତ ପାଟିଦାର । ଏହା ପୂର୍ବରୁ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଆରସିବିର ନେତୃତ୍ଵ ନେଇଥିଲେ ଡୁପ୍ଲୋସିସ୍ । ତେବେ ୨୦୨୫ ଆଇପିଏଲ୍ ନିଲାମ ପୂର୍ବରୁ ହିଁ ଡୁପ୍ଲୋସିସଙ୍କୁ ଅଧିନାୟକ ଦାୟିତ୍ଵରୁ ଆରସିବି ମୁକ୍ତ କରିଥିଲା । ଚଳିତ ଆଇପିଏଲ୍ ସିଜିନ୍ରେ ରଜତ ପଟିଦାରଙ୍କୁ ଆରସିବି ୧୧ କୋଟିରେ କିଣିଛି ।
📱 Get Argus News App
✨ଘରୋଇ କ୍ରିକେଟ୍ରେ ନେତୃତ୍ଵ ନେବାର ଅଭିଜ୍ଞତା ରଜତ ପାଟିଦାରଙ୍କ ପାଖରେ ରହିଛି । ସେ ମଧ୍ୟପ୍ରଦେଶକୁ ଏସଏମଟି ଫାଇନାଲରେ ପହଞ୍ଚାଇ ଥିଲେ । ତେବେ ଦଳ ମୁମ୍ବାଇ ଠାରୁ ୫ ୱିକେଟରେ ହାରି ଯାଇଥିଲା । ଏହାଛଡ଼ା ଆଜିଙ୍କ୍ୟ ରାହାଣେଙ୍କ ପରେ ଦ୍ଵିତୀୟ ସର୍ବାଧିକ ରନ୍ କରିଥିଲେ ରଜତ । ୧୦ ମ୍ୟାଚରେ ରଜତ ୪୨୮ ରନ୍ ସ୍କୋର କରିଥିଲେ ।
୨୦୨୧ରେ ଆରସିବିର ଅଂଶ ହୋଇଥିଲେ ରଜତ । ସେତେବେଳେ ଆରସିବି, ରଜତ ପାଟିଦାରଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଏହା ପରେ ୨୦୨୨ରେ ସେ ବିକ୍ରି ହୋଇ ନଥିଲେ । ୨୦୨୩ ଓ ୨୦୨୪ରେ ରଜତଙ୍କୁ ଆରସିବି ପୁଣି ୨୦ ଲକ୍ଷରେ କିଣିଥିଲା । ଚଳିତ ବର୍ଷ ରଜତଙ୍କୁ ଆରସିବି ୧୧ କୋଟିରେ କିଣିଛି ।