Kavya Maran Wedding / ଅନିରୁଦ୍ଧଙ୍କ ବିବାହରେ ରଜନୀକାନ୍ତଙ୍କ ଜଲୱା… ୭୫ ବର୍ଷରେ ଏମିତି ନାଚିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ
·1 hour ago·2 min read

Key Points
୭୫ ବର୍ଷ ବୟସରେ ରଜନୀକାନ୍ତଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ଫ୍ୟାନ୍ସ
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ
୭୫ବର୍ଷ ବୟସରେ ଏମିତି ନାଚିଲେ ରଜନୀକାନ୍ତ ଯେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଭାବିଲେ ରଜନୀକାନ୍ତଙ୍କ ଶରୀରେ ଜେଲର୨ର ଆତ୍ମା ପଶିଯାଇଛି ବୋଧହୁଏ। ସାଉଥ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ବୁଧବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନଭେମ୍ବର ୧୧ ତାରିଖରେ ଆଇପିଏଲ ଟିମର ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ ଅର୍ଥାତ SRHର ସିଇଓ କାବ୍ୟା ମାରନଙ୍କ ସହ ସାତଫେରା ନେଇଛନ୍ତି। ଏହି ବିବାହ ଖୁବ ଧୁମଧାମରେ ଗ୍ରୀସରେ ଅନୁଷ୍ଠିତ ହୋଇଛି। ଏହି ବିବାହ ଉତ୍ସବରେ କାବ୍ୟା ଏବଂ ଅନିରୁଦ୍ଧଙ୍କ କ୍ଲୋଜ ରିଲେଟିଭ ଯୋଗ ଦେଇଥିଲେ। ସବୁଠୁ ବଡ଼ କଥା ହେଲା ସାଉଥ ସୁପରଷ୍ଟାର ରଜନୀକାନ୍ତ ଏହି ବିବାହରେ ଯୋଗ ଦେଇଥିଲେ।
ବିବାହ ପରେ ଅନିରୁଦ୍ଧ ନିଜ ଇନଷ୍ଟା ଆକାଉଣ୍ଟରେ ବିବାହର କିଛି ସ୍ପେଶାଲ ଫଟୋ ଶେୟାର କରିଥିଲେ। ଯେଉଁଥିରେ ଦେଖିବାକୁ ମିଳୁଛି କି, ସୁପରଷ୍ଟାର ରଜନୀକାନ୍ତ ଏବଂ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ.ଷ୍ଟାଲିନ ବି ନଜର ଆସିଛନ୍ତି। ଦୁଇଜଣ ସ୍ବତନ୍ତ୍ର ଅତିଥି ବିବାହ ସ୍ଥାନରେ ପହଞ୍ଚି ଉଭୟ ବରବଧୂଙ୍କୁ ଆଶୀର୍ବାଦ ଦେଇଥିଲେ। ଏହାପରେ ମଞ୍ଚ ଉପରେ ଏକାଠି ଫଟୋ ଉଠାଇଥିଲେ।
ଏହି ବିଶେଷ ଅବସରରେ ରଜନୀକାନ୍ତଙ୍କ ଲୁକ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୁପରଷ୍ଟାର ଜଣକ ଏକ ଅତି ସରଳ ଓ ପାରମ୍ପରିକ ରୂପ ବାଛିଥିଲେ; ସେ ଏକ ଅଫ୍-ହ୍ୱାଇଟ୍ ରଙ୍ଗର ସାର୍ଟ ସହିତ ଧଳା ଧୋତି ପିନ୍ଧିଥିଲେ। ତାଙ୍କର ଏହି ସିମ୍ପଲ ଲୁକକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି। ଫଟୋଗୁଡ଼ିକରେ ରଜନୀକାନ୍ତଙ୍କ ଚେହେରାରେ ଏକ ହସ ଦେଖିବାକୁ ମିଳୁଛି। ସେ ମଞ୍ଚ ଉପରେ ଅନିରୁଦ୍ଧ ଏବଂ କାବ୍ୟାଙ୍କ ସହ ମିଶି ଫଟୋ ମଧ୍ୟ ଉଠାଇଥିଲେ। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।
ଅନିରୁଦ୍ଧ ରବିଚନ୍ଦର ଏବଂ କାବ୍ୟା ମାରନଙ୍କ ବିବାହ ଉତ୍ସବରେ ରଜନୀକାନ୍ତ ଅତ୍ୟନ୍ତ ଉତ୍ସାହର ସହ ନାଚିଥିଲେ, ଯାହା ସମଗ୍ର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା। କାରଣ ରଜନୀକାନ୍ତଙ୍କ ବୟସ ଏବେୋ ୭୫। ୭୫ବର୍ଷରେ ଏମିତି ନାଚିଲେ ଯେ, ସମସ୍ତେ ଦେଖି କାବା। ୭୫ବର୍ଷରେ ଏଭଳି ଫିଟନେସ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି। ସୁପରଷ୍ଟାରଙ୍କ ନୃତ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ତାଙ୍କର ଏହି ଲୁକକୁ ବେଶ୍ ପସନ୍ଦ କରୁଛନ୍ତି।
- ଅନିରୁଦ୍ଧ ରବିଚନ୍ଦର ଶେୟାର କଲେ ବିବାହ ଫଟୋ
ବିବାହ ପରେ ଅନିରୁଦ୍ଧ ନିଜ ଇନଷ୍ଟା ଆକାଉଣ୍ଟରେ ବିବାହର କିଛି ସ୍ପେଶାଲ ଫଟୋ ଶେୟାର କରିଥିଲେ। ଯେଉଁଥିରେ ଦେଖିବାକୁ ମିଳୁଛି କି, ସୁପରଷ୍ଟାର ରଜନୀକାନ୍ତ ଏବଂ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ.ଷ୍ଟାଲିନ ବି ନଜର ଆସିଛନ୍ତି। ଦୁଇଜଣ ସ୍ବତନ୍ତ୍ର ଅତିଥି ବିବାହ ସ୍ଥାନରେ ପହଞ୍ଚି ଉଭୟ ବରବଧୂଙ୍କୁ ଆଶୀର୍ବାଦ ଦେଇଥିଲେ। ଏହାପରେ ମଞ୍ଚ ଉପରେ ଏକାଠି ଫଟୋ ଉଠାଇଥିଲେ।
- ରଜନୀକାନ୍ତଙ୍କ ଲୁକ କେମିତି ଥିଲା?
ଏହି ବିଶେଷ ଅବସରରେ ରଜନୀକାନ୍ତଙ୍କ ଲୁକ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୁପରଷ୍ଟାର ଜଣକ ଏକ ଅତି ସରଳ ଓ ପାରମ୍ପରିକ ରୂପ ବାଛିଥିଲେ; ସେ ଏକ ଅଫ୍-ହ୍ୱାଇଟ୍ ରଙ୍ଗର ସାର୍ଟ ସହିତ ଧଳା ଧୋତି ପିନ୍ଧିଥିଲେ। ତାଙ୍କର ଏହି ସିମ୍ପଲ ଲୁକକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି। ଫଟୋଗୁଡ଼ିକରେ ରଜନୀକାନ୍ତଙ୍କ ଚେହେରାରେ ଏକ ହସ ଦେଖିବାକୁ ମିଳୁଛି। ସେ ମଞ୍ଚ ଉପରେ ଅନିରୁଦ୍ଧ ଏବଂ କାବ୍ୟାଙ୍କ ସହ ମିଶି ଫଟୋ ମଧ୍ୟ ଉଠାଇଥିଲେ। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।
- ଅନିରୁଦ୍ଧ-କାବ୍ୟାଙ୍କ ବିବାହ ଉତ୍ସବରେ ଜବରଦସ୍ତ ନାଚିଲେ ରଜନୀକାନ୍ତ
ଅନିରୁଦ୍ଧ ରବିଚନ୍ଦର ଏବଂ କାବ୍ୟା ମାରନଙ୍କ ବିବାହ ଉତ୍ସବରେ ରଜନୀକାନ୍ତ ଅତ୍ୟନ୍ତ ଉତ୍ସାହର ସହ ନାଚିଥିଲେ, ଯାହା ସମଗ୍ର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା। କାରଣ ରଜନୀକାନ୍ତଙ୍କ ବୟସ ଏବେୋ ୭୫। ୭୫ବର୍ଷରେ ଏମିତି ନାଚିଲେ ଯେ, ସମସ୍ତେ ଦେଖି କାବା। ୭୫ବର୍ଷରେ ଏଭଳି ଫିଟନେସ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି। ସୁପରଷ୍ଟାରଙ୍କ ନୃତ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ତାଙ୍କର ଏହି ଲୁକକୁ ବେଶ୍ ପସନ୍ଦ କରୁଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଅନିରୁଦ୍ଧ ରବିଚନ୍ଦର ହେଉଛନ୍ତି ରଜନୀକାନ୍ତଙ୍କ ପୁତୁରା
ସୁପରଷ୍ଟାର ରଜନୀକାନ୍ତ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କ ମଧ୍ୟରେ ଏକ ଘନିଷ୍ଠ ପାରିବାରିକ ସମ୍ପର୍କ ରହିଛି; ଅନିରୁଦ୍ଧ ହେଉଛନ୍ତି ରଜନୀକାନ୍ତଙ୍କ ପୁତୁରା। ଅନିରୁଦ୍ଧଙ୍କ ପିତା ରବି ରାଘବେନ୍ଦ୍ର, ରଜନୀକାନ୍ତଙ୍କ ପତ୍ନୀ ଲତା ରଜନୀକାନ୍ତଙ୍କ ଭାଇ ଅଟନ୍ତି, ଯେଉଁ କାରଣରୁ ଅନିରୁଦ୍ଧ ସେମାନଙ୍କର ପୁତୁରା। ଉଭୟ ଅନେକ ଚଳଚ୍ଚିତ୍ରରେ ଏକାଠି କାମ ମଧ୍ୟ କରିଛନ୍ତି। ଅନିରୁଦ୍ଧ ରଜନୀକାନ୍ତଙ୍କ ଅନେକ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ସଂଯୋଜନା କରିଛନ୍ତି, ଯେଉଁଥିରେ 'ପେଟ୍ଟା', 'ଦରବାର', 'ଜେଲର୍', 'ଭେଟ୍ଟାଇୟାନ୍' ଏବଂ 'କୁଲି' ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ।
Related Topics
Explore more stories