|
logo
Live

Argus News - ରାଜକୋଟ ଟେଷ୍ଟ: ଇଂଲଣ୍ଡକୁ ୪୩୪ ରନରେ ହରାଇଲା ଟିମ ଇଣ୍ଡିଆ

Sports

ରାଜକୋଟ ଟେଷ୍ଟ: ଇଂଲଣ୍ଡକୁ ୪୩୪ ରନରେ ହରାଇଲା ଟିମ ଇଣ୍ଡିଆ

Ritu Das
Browse all articles by Ritu Das
·2 years ago·1 min read
ରାଜକୋଟ ଟେଷ୍ଟ: ଇଂଲଣ୍ଡକୁ ୪୩୪ ରନରେ ହରାଇଲା ଟିମ ଇଣ୍ଡିଆ

ଅର୍ଗସ ବ୍ୟୁରୋ: ରାଜକୋଟରେ ରୋହିତ ବାହିନୀର ବଡ ବିଜୟ । ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ । ରବିବାର ଇଂଲଣ୍ଡକୁ ୪୩୪ ରନର ବିଶାଳ ରନ୍ ବ୍ୟବଧାନରେ ହରାଇଛି ମେନ୍ ଇନ୍ ବ୍ଲୁ । ଏଥିସହ ଟେଷ୍ଟ ସିରିଜରେ ଦଳ ୨-୧ରେ ଆଗୁଆ ହେଇଛି ।

ରବିବାର ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ଯଶ୍ୱସୀ ଜୟସ୍ବାଲ ଦମଦାର ବ୍ୟାଟିଂ କରିବା ସହିତ ନିଜର ଦ୍ୱିଶତକ ଅର୍ଜନ କରିଥିଲେ । ତାଙ୍କ ସହ ଶୁଭମନ୍ ଗିଲ୍ ୯୧ ରନର ଇଂନିସ ଆଉ ସର୍ଫରାଜ ଖାନ୍ ୬୮ ରନର ଇଂନିସ୍ ଖେଳିଥିଲେ । ଏହାପରେ ଦଳ ୪୩୦ ରନ୍ କରି ପାଳି ଘୋଷଣା କରିଦେଇଥିଲା ।

ଏହାପରେ କିନ୍ତୁ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଟିମ୍ ପ୍ରଥମରୁ ହିଁ ହାତ ଟେକି ଦେଇଥିଲା । ଦଳର କୌଣସି ବି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ବଡ ସ୍କୋର କରିବାକୁ ସକ୍ଷମ ହେଇନଥିବା ବେଳେ, କେବଳ ମାର୍କ ଉଡ୍ ୩୦ରୁ ଅଧିକ ରନ୍ କରିବାକୁ ସକ୍ଷମ ହେଇଥିଲେ । ଆଉ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଇଂଲଣ୍ଡ ଟିମ୍ ମାତ୍ର ୧୨୨ ରନରେ ଅଲଆଉଟ୍ ହେଇଯାଇଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
ରାଜକୋଟ ଟେଷ୍ଟ: ଇଂଲଣ୍ଡକୁ ୪୩୪ ରନରେ ହରାଇଲା ଟିମ ଇଣ୍ଡିଆ | Argus News