Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରତନ ଟାଟା ବିପଦବେଳେ ମଧ୍ୟ କରିଥିଲେ IPLକୁ ସହଯୋଗ 

Sports

ରତନ ଟାଟା ବିପଦବେଳେ ମଧ୍ୟ କରିଥିଲେ IPLକୁ ସହଯୋଗ 

Sangram Tripathy
Browse all articles by Sangram Tripathy
·1 year ago·2 min read
ରତନ ଟାଟା ବିପଦବେଳେ ମଧ୍ୟ କରିଥିଲେ IPLକୁ ସହଯୋଗ 

ଅର୍ଗସ ବ୍ୟୁରୋ:ଆଉ ନାହାନ୍ତି ଶିଳ୍ପ ସମ୍ରାଟ,୮୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରି,ପଞ୍ଚଭୂତରେ  ବିଳିନ ହୋଇସାରିଛନ୍ତି ରତନ ଟାଟା। 
କେବଳ ସେ ନିଜକୁ ଶିଳ୍ପ ସମ୍ରାଟରେ ସୀମିତ ରଖିନଥିଲେ କ୍ରୀଡ଼ା କ୍ଷେତ୍ର ପ୍ରତି ରତନ ଟାଟାଙ୍କର ରହିଛି ବଡ଼ ଅବଦାନ। ଭାରତ ଆୟୋଜନ କରୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲର କେଜ୍ର କେତେ ଆପଣମାନେ ମଧ୍ୟ ଜାଣନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି,ବିପଦ ବେଳେ ଆଇପିଏଲକୁ ସହଯୋଗ କରିଥିଲେ ରତନ ଟାଟା

୨୦୨୦ରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସୀମା ବିବାଦ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍ କୁ ସହଯୋଗ କରିଥିଲା ଟାଟା ଗ୍ରୁପ୍। କାରଣ ଏହି ସମୟରେ ପୂର୍ବରୁ ପ୍ରାୟୋଜକ ରହି ଆସିଥିବା ଚୀନର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଭିଭୋ ସ୍ପୋନ୍ସରସିପ୍ ପ୍ରତ୍ୟାହାର କରି ନେଇଥିଲୋ। ଫଳରେ ବିପଦ ସମୟରେ ବିସିସିଆଇକୁ ସହାୟତାର ହାତ ବଢାଇଥିଲା ଟାଟା।  ସେବେଠାରୁ ଆଇପିଏଲର ପ୍ରତ୍ୟେକ ସିଜିନକୁ ସ୍ପୋନ୍ସର କରୁଛି ଟାଟା। ଇଣ୍ଡିଆନ ପ୍ରିମିୟର ଲିଗ୍ ଓ ମହିଳା ପ୍ରିମିୟର ଲିଗର ମୁଖ୍ୟ ପ୍ରାୟୋଜକ ମଧ୍ୟ ରହିଛି ଟାଟା ଗ୍ରୁପ । ୨୦୨୩ରେ ବିସିସିଆଇ WPL ଆରମ୍ଭ କରିବାଠାରୁ ଟାଟା ଏହାର ପ୍ରାୟୋଜକ ରହିଛି ଏବଂ ୨୦୨୭ ପର୍ଯ୍ୟନ୍ତ ଏହି ଡିଲ୍ କରାଯାଇଛି। ଟାଟା ୨୦୨୭ ପର୍ଯ୍ୟନ୍ତ  WPLକୁ ପ୍ରାୟୋଜିତ କରିବ।୨୦୨୪ ସିଜନ୍ ପର୍ଯ୍ୟନ୍ତ ଏହି ଚାରି ବର୍ଷ ମଧ୍ୟରେ ଟାଟା ଆଇପିଏଲ ଲିଗ୍ ସହ ୨୫୦୦ କୋଟି ଟଙ୍କାର ଡିଲ୍ କରି ରେକର୍ଡ ଭାଙ୍ଗିଛି।

କେବଳ ସେତିକି ନୁହେଁ ବହୁ ବିଶିଷ୍ଟ କ୍ରିକେଟରଙ୍କୁ ସଫଳତାର ପାହାଚ ଚଢିବାରେ ମଧ୍ୟ ସେ ହୋଇଥିଲେ ସହାୟ,ଭାରତର ପୂର୍ବତନ କ୍ରିକେଟର ମୋହିନ୍ଦର ଅମରନାଥ, ସଞ୍ଜୟ ମଞ୍ଜେକର, ରବିନ ଉଥାପ୍ପା ଏବଂ ଭିଭିଏସ ଲକ୍ଷ୍ମଣଙ୍କ ପରି ଷ୍ଟାର୍ କ୍ରିକେଟରଙ୍କୁ ପ୍ଲାଟଫର୍ମ ଦେଇଥିଲା ଟାଟା ଗ୍ରୁପ୍। ଭାରତୀୟ ଆଥଲେଟଙ୍କୁ ସାହାଯ୍ୟ ଓ ସହାୟତା ପାଇଁ ସଦା ସର୍ବଦା ଆଗେଇ ଆସିଛି ଟାଟା ଗ୍ରୁପ । କେବଳ କ୍ରିକେଟ କାହିଁକି ଭାରତୀୟ କ୍ରୀଡା ପ୍ରତି ତାଙ୍କର ଥିଲା ବିଶେଷ ଅବଦାନ । ଅନେକ ଖେଳାଳିଙ୍କୁ ସେ କେବଳ ଆର୍ଥିକ ପ୍ରୋତ୍ସାହନ ଯୋଗାଇନାହାନ୍ତି ବରଂ ସାରା ଭାରତରେ କ୍ରୀଡା ଭିତ୍ତିଭୂମିକୁ ମଜଭୁତ କରିବା ଲାଗି ଏକାଧିକ ସ୍ପୋର୍ଟ୍ସ ଏକାଡେମୀ ପ୍ରତିଷ୍ଠା କରିଛନ୍ତି । ଅନେକ ଅଲିମ୍ପିଆନଙ୍କୁ ପ୍ରୋତ୍ସାହନ ଯୋଗାଇଛି ଟାଟା ଗ୍ରୁପ । ଆଜି ରତନ ଟାଟା ଆମ ଗହଣରେ ନଥିଲେ ମଧ୍ୟ ବ୍ୟାବସାୟ କ୍ରୀଡ଼ାପ୍ରତି ତାଙ୍କର ଅବଦାନ ସବୁଦିନ ପାଇଁ ମନେ ରହିବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratan Tata contributed to the IPL even in times of danger | Argus News