Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ରବି ଶାସ୍ତ୍ରୀ, ଇଞ୍ଜିନିୟରଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ପୁରସ୍କାର

Ritu Das
Browse all articles by Ritu Das
·2 years ago·1 min read
ରବି ଶାସ୍ତ୍ରୀ, ଇଞ୍ଜିନିୟରଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ପୁରସ୍କାର

ଅର୍ଗସ ବ୍ୟୁରୋ: ଏଠାରେ ମଙ୍ଗଳବାର ବିସିସିଆଇ ଦ୍ବାରା ଆୟୋଜିତ ହୋଇଛି ନମନ ପୁରସ୍କାର ପ୍ରଦାନ ଉତ୍ସବ। ଏଥିରେ ପୂର୍ବତନ କ୍ରିକେଟର୍‌ ରବି ଶାସ୍ତ୍ରୀ ଓ ଫାରୁକ ଇଞ୍ଜିନିୟରଙ୍କୁ ମିଳିଛି କର୍ଣ୍ଣଲ ସିକେ ନାୟୁଡ଼ୁ ଜୀବନବ୍ୟାପୀ ସାଧନା ପୁରସ୍କାର। ୨୦୨୨-୨୩ ବର୍ଷ ଲାଗି ଶ୍ରେଷ୍ଠ ଅନ୍ତର୍ଜାତୀୟ ଖେଳାଳି ପୁରସ୍କାର ପାଇଥିଲେ ଶୁଭମନ ଗିଲ୍‌ (ପୁରୁଷ) ଓ ଦୀପ୍ତି ଶର୍ମା (ମହିଳା)। ସେହିପରି ମହମ୍ମଦ ସାମି (୨୦୧୯-୨୦), ରବିଚନ୍ଦ୍ରନ ଅଶ୍ବିନ ( ୨୦୨୦-୨୧), ଯଶପ୍ରୀତ ବୁମ୍‌ରା (୨୦୨୧-୨୨) ଶ୍ରେଷ୍ଠ ପୁରୁଷ ଏବଂ ଦୀପ୍ତି ଶର୍ମା (୨୦୧୯-୨୦), ସ୍ମୃତି ମନ୍ଧାନା (୨୦୨୦-୨୧) ଶ୍ରେଷ୍ଠ ମହିଳା ପୁରସ୍କାର ପାଇଥିଲେ। 

ଶ୍ରେଷ୍ଠ ପଦାର୍ପଣକାରୀ ପୁରସ୍କାର ପୁରୁଷରେ ପାଇଥିଲେ ଯଶସ୍ବୀ ଜୟସ୍ବାଲ (୨୦୨୨-୨୩), ଶ୍ରେୟସ ଆୟର (୨୦୨୧-୨୨), ଅକ୍ଷର ପଟେଲ (୨୦୨୦-୨୧) ଓ ମୟଙ୍କ ଅଗ୍ରୱାଲ (୨୦୧୯-୨୦) ଏବଂ ମହିଳାରେ ଅମନଜୋର କୌର (୨୦୨୨-୨୩), ‌ଏସ୍‌ ମେଘନା (୨୦୨୧-୨୨), ଶେଫାଳି ବର୍ମା (୨୦୨୦-୨୧), ପ୍ରିୟା ପୁନିଆ (୨୦୧୯-୨୦)। ଏହି ଉତ୍ସବରେ ବିସିସିଆଇ ସଭାପତି ରୋଜର ବିନ୍ନି ଓ ସମ୍ପାଦକ ଜୟ ଶାହ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ravi Shastri, Engineer | Argus News