Videos
|
Sports

ରୋହିତ-ବିରାଟଙ୍କ ସନ୍ନ୍ୟାସ ପରେ ଟିମ ଇଣ୍ଡିଆର କ୍ୟାପଟେନ ହୋଇପାରନ୍ତି ରବୀନ୍ଦ୍ର ଜାଡେଜା

Ritu Das
Browse all articles by Ritu Das
·1 year ago·2 min read
ରୋହିତ-ବିରାଟଙ୍କ ସନ୍ନ୍ୟାସ ପରେ ଟିମ ଇଣ୍ଡିଆର କ୍ୟାପଟେନ ହୋଇପାରନ୍ତି ରବୀନ୍ଦ୍ର ଜାଡେଜା

Key Points

ବର୍ତ୍ତମାନ ଏହି ଦୌଡ଼ରେ ରବୀନ୍ଦ୍ର ଜାଡ଼େଜାଙ୍କ ନାମ ସାମିଲ ହୋଇଛି। ତାଙ୍କୁ ଟେଷ୍ଟ ଟିମ ପାଇଁ କ୍ୟାପ୍ଟେନ ହେବାକୁ କୁହାଯାଇଛି।

ଟିମ ଇଣ୍ଡିଆ ଖୁବଶୀଘ୍ର ଇଂଲଣ୍ଡ ଗସ୍ତ କରିବାକୁ ଯାଉଛି। ହେଲେ ଏହା ପୂର୍ବରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ସନ୍ନ୍ୟାସ ନେଇ ଭାରତୀୟ ଟିମର ଅସୁବିଧା ବଢାଇଦେଇଛନ୍ତି। ସବୁଠାରୁ ବଡ଼ ଚର୍ଚ୍ଚା କ୍ୟାପଟେନକୁ ନେଇ। କିଏ ହେବ ଇଣ୍ଡିଆର ଟେଷ୍ଟ ଟିମ କ୍ୟାପଟେନ। ଯଶପ୍ରିତ ବୁମରାହଙ୍କ ପାଖେ ଅଭିଜ୍ଞତା ଥିଲା ଏବଂ ସେ ଅଷ୍ଟ୍ରେଲିଆରେ ମଧ୍ୟ ନିଜର ଉତ୍ତମ ପ୍ରଦର୍ଶନ ଦେଖାଇଥିଲେ। କିନ୍ତୁ ଅଧିକ କାମ ପାଇଁ ସେ ମନା କରିଦେଇଛନ୍ତି। ପ୍ରଥମେ ଋଷଭ ପନ୍ତ ଏବଂ କେଏଲ ରାହୁଲଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା। ହେଲେ ମିଡିଆ ରିପୋର୍ଟ ମୁତାବକ ଶୁଭମନ ଗିଲଙ୍କୁ କ୍ୟାପ୍ଟେନର ଦାୟିତ୍ୱ ଦେବା ଲାଗି ଦାବି କରାଯାଇଛି। ହେଲେ ବର୍ତ୍ତମାନ ଏହି ଦୌଡ଼ରେ ରବୀନ୍ଦ୍ର ଜାଡ଼େଜାଙ୍କ ନାମ ସାମିଲ ହୋଇଛି। ତାଙ୍କୁ ଟେଷ୍ଟ ଟିମ ପାଇଁ କ୍ୟାପ୍ଟେନ ହେବାକୁ କୁହାଯାଇଛି।


ଜାଡେଜା ହେବେ କି କ୍ୟାପଟେନ: ଅଶ୍ୱିନ ନିଜ ୟୁଟ୍ୟୁବ ଚ୍ୟାନେଲରେ ଟିମ ଇଣ୍ଟିଆର କ୍ୟାପଟେନ ବିଷୟରେ କହିଛନ୍ତି। ଏହି ସମୟରେ ସେ ରବୀନ୍ଦ୍ର ଜାଡେଜାଙ୍କ କଥା କହିଛନ୍ତି। ସେ କହିଛନ୍ତି ଯେ, ଏହା ଭୁଲନ୍ତୁନି ଯେ; ଜାଡେଜା ଟିମର ସବୁଠୁ ଅଭିଜ୍ଞ ଖେଳାଳି। ତାଙ୍କ ସହ ଆଲୋଚନା ହେବା ଆବଶ୍ୟକ। ସେ ଆହୁରି କହିଛନ୍ତି ଯେ, ଯଦି ଆପଣ କୌଣସି ନୂଆ ଖେଳାଳିଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଟ୍ରେନିଂ ଦେବାକୁ ଚାହୁଁଛନ୍ତି ଏବଂ ପୁଣି ତାଙ୍କୁ କ୍ୟାପଟେନ କରିବାକୁ ପ୍ରସ୍ତୁତ ଅଛନ୍ତି, ତେବେ ଏଥିପାଇଁ ରବୀନ୍ଦ୍ର ଜାଡେଜା ସବୁଠୁ ଭଲ ହେବେ। ସେ ଦୁଇ ବର୍ଷ ପର୍ଯ୍ୟନ୍ତ ଅଧିନାୟକତ୍ୱ ସମ୍ଭାଳି ପାରିବେ। ଏହି ସମୟରେ ଜାଡେଜାଙ୍କ ନେତୃତ୍ୱରେ ଗିଲ ଉପ-ଅଧିନାୟକ ଭାବେ ମଧ୍ୟ ଖେଳିପାରିବେ। ଅଶ୍ୱିନଙ୍କ ମୁତାବକ, ଗିଲଙ୍କ ପାଖରେ ଅନେକ ପ୍ରତିଭା ରହିଛି। ସେ ବେଳେ ବେଳେ ଏହାକୁ ପ୍ରମାଣିତ ମଧ୍ୟ କରିଛନ୍ତି। ହେଲେ ବର୍ତ୍ତମାନ ତାଙ୍କ ପାଖରେ ଅଭିଜ୍ଞତା ନାହିଁ। ହେଲେ କୋହଲିଙ୍କ ପରେ ଗିଲ ୪ ନମ୍ବରରେ ବ୍ୟାଟିଂ କରିବାର ନଜରରେ ଆସିପାରନ୍ତି। ସେହିପରି ତାଙ୍କୁ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ମିଳିଛି। ଏଥିସହ ତାଙ୍କ ଉପରେ ଅଧିକ ପ୍ରେସର ପଡିବ। ଏହାବ୍ୟତୀତ ଇଂଲଣ୍ଡ ଭଳି ବିଦେଶୀ ଭୂଇଁରେ ଟିମର ନେତୃତ୍ୱ କରିବା ତାଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ravindra-jadeja-may-become-team-india-captain-after-rohit-virats-retirement | Argus News