Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Ravindra Jadeja / ମାନସିକ ଚିନ୍ତାରେ ଅଛନ୍ତି କି ଜେଡେଜା ? ଆଉ ଖେଳିବେନି କି କ୍ରିକେଟ ?

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ମାନସିକ ଚିନ୍ତାରେ ଅଛନ୍ତି କି ଜେଡେଜା ? ଆଉ ଖେଳିବେନି କି କ୍ରିକେଟ ?
Ravindra Jadeja

Key Points

ବ୍ୟାଟିଂରେ ସେ ଏହି ଶୃଙ୍ଖଳାର ୩ଟି ଯାକ ମ୍ୟାଚରେ ମୋଟ ୪୩ ରନ କରିଥିଲେ।  

ଆଉ ଖେଳିବାକୁ ଚାହୁଁନାହାନ୍ତି ଜେଡେଜା ! ତାଙ୍କୁ ଖେଳରୁ ଅବସର ନେଇଯିବା ଉଚିତ୍ ! ଗତ ମ୍ୟାଚ୍‌ ତାଙ୍କର ବୋଧ ହୁଏ ଶେଷ ମ୍ୟାଚ୍‌ ଥିଲା ! ସେ ନୀରବରେ ନେଇପାରନ୍ତି ଅବସର ! ଜାଡେଜାଙ୍କୁ ନେଇ ଏବେ ଏମିତି ଅନେକ କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି । କାରଣ ଗତ କିଛି ମ୍ୟାଚ୍‌ରେ ଜେଡେଜାଙ୍କ ଫର୍ମ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ସେ କିଏ କହୁଛି ସେ ଖେଳିବା ଉଚିତ୍‌ ନୁହେଁ ତ ଆଉ କିଏ କହୁଛି ସେ ଅବସର ନେଇଯିବେ ଖୁବ୍‌ଶୀଘ୍ର ।

ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଭାରତର ପରାଜୟ ପରେ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡେଜାଙ୍କ ଖରାପ ଫର୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦୀର୍ଘ ଦିନ ଧରି ଫର୍ମରେ ନଥିବା ସତ୍ତ୍ବେ ଟିମରେ ତାଙ୍କୁ ସାମିଲ କରାଯିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏପରିକି ସେ ଖୁବଶୀଘ୍ର ଅବସର ନେଉଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ବ୍ୟାଟିଂ- ବୋଲିଂରେ ଅଲୋଡ଼ା ପ୍ରଦର୍ଶନ

ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ପାଇଁ ରବୀନ୍ଦ୍ର ଜାଡେଜାଙ୍କୁ ଜଣେ ନିୟମିତ ଅଲରାଉଣ୍ଡର ଭାବେ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ସେ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ବୋଲିଂରେ ସେ ଏହି ଶୃଙ୍ଖଳାରେ ଗୋଟିଏ ବି ଓ୍ବିକେଟ ନେଇ ପାରିନଥିଲେ । ସେହିପରି ବ୍ୟାଟିଂରେ ସେ ଏହି ଶୃଙ୍ଖଳାର ୩ଟି ଯାକ ମ୍ୟାଚରେ ମୋଟ ୪୩ ରନ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ୪୩ ରନ।

ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ବି ତାଙ୍କ ପାଇଁ ନୈରାଶ୍ୟଜନକ ଥିଲା। ଏହି ଶୃଙ୍ଖଳାରେ ସେ ମୋଟ ୫୬ ରନ କରିଥିବା ବେଳେ ଗୋଟିଏ ଓ୍ବିକେଟ୍ ନେଇଥିଲେ । ଏହି ଦୁଇଟି ଶୃଙ୍ଖଳାକୁ ମିଶାଇଲେ ସେ ଗତ ୬ଟି ଦିନିକିଆରେ କେବଳ ଗୋଟିଏ ଓ୍ବିକେଟ୍ ନେଇଛନ୍ତି ଓ ମୋଟ ୯୯ ରନ କରିଛନ୍ତି। ଯାହାକି ତାଙ୍କ ପରି ଜଣେ ବିଶ୍ବସ୍ତରୀୟ ଅଲରାଉଣ୍ଡରଙ୍କ ପାଇଁ ଏକ ଅତି ନୈରାଶ୍ୟଜନକ ପ୍ରଦର୍ଶନ। ଏହି ପ୍ରଦର୍ଶନର କୁଫଳ ଭାରତୀୟ ଦଳକୁ ଭୋଗିବାକୁ ପଡ଼ିଛି।

ଅନ୍ୟପଟେ ଟିମରେ ତାଙ୍କର ସ୍ଥାନକୁ ନେଇ ପୂର୍ବତନ ଦଳୀୟ ସାଥୀମାନେ ବି ପ୍ରଶ୍ନ ଉଠାଇଛନ୍ତି। ୧୯ ବର୍ଷରୁ କମ ଭାରତୀୟ ଦଳରେ ରବୀନ୍ଦ୍ରଙ୍କ ସାଥୀ ଖେଳାଳିଥିବା ଶ୍ରୀବତ୍ସ ଗୋସ୍ବାମୀ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି "ରବୀନ୍ଦ୍ର ଜାଡେଜା ଜଣେ ମହାନ ଖେଳାଳି ଓ ଭାରତ ପାଇଁ ଜଣେ ମ୍ୟାଚ ବିଜେତା ରହି ଆସିଛନ୍ତି। କିନ୍ତୁ ମୋତେ ଲାଗୁଛି ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଦିନିକିଆ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ହୋଇପାରେ ? ଭାରତର ପରବର୍ତ୍ତୀ ଦିନିକିଆ ଜୁନରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବାବେଳେ ଆମେ ତାଙ୍କ ସଫଳତାକୁ ସେଲିବ୍ରେଟ୍ କରିବା ଉଚିତ୍, କାରଣ ତାପୂର୍ବରୁ ସେ ନୀରବରେ ବିଦାୟ ନେଇପାରନ୍ତି।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ravindra Jadeja | Ravindra Jadeja To Retire After 3rd ODI Against New Zealand? | Argus News