Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିରାଟଙ୍କ ମଜାକ ଉଡ଼ାଇବାରୁ ରାଗିଗଲେ RCB ଫ୍ୟାନ

Ritu Das
Browse all articles by Ritu Das
·2 years ago·1 min read
ବିରାଟଙ୍କ ମଜାକ ଉଡ଼ାଇବାରୁ ରାଗିଗଲେ RCB ଫ୍ୟାନ

ଅର୍ଗସ ବ୍ୟୁରୋ: ଆରସିବି ଫ୍ୟାନମାନଙ୍କର ମଜାକ ଉଡାଇବା କଥା ନୁହେଁ କାରଣ ଯିଏ ମଜାକ ଉଡ଼ାଇଛି ତାଙ୍କୁ ଆରସିବି ଫ୍ୟାନ ମାନେ ଛାଡ଼ି ନାହାନ୍ତି। ଆମେ କହୁଛୁ ଫେମସ ୟୁଟ୍ୟୁବର କ୍ୟାରି ମିନାଟିଙ୍କ କଥା। କ୍ୟାରି ମିନାଟି ହଟଷ୍ଟାର ସହ ଏକ ଶୁଟ କରୁଥିଲେ ଯେଉଁଥିରେ ଏକ କ୍ଲିପ ଅଛି ଯେଉଁଥିରେ ସେ କହୁଛନ୍ତି ଆଉ କ୍ୟାରି ମିନାଟି କହିଲେ ଯେ ବିରାଟ ଭାଇ ଡାଏଟିଂ ଏଥିପାଇଁ କରୁଛନ୍ତି ବା ମିଠା ଏଥିପାଇଁ ଛାଡ଼ିଛନ୍ତି ଯେ, ତାଙ୍କୁ କେବେ ସେଲିବ୍ରେଟ କରିବାର ସୁଯୋଗ ହିଁ ମିଳିନି। ରୋହିତଙ୍କୁ ଦେଖ ବିନଦାସ ମିଠା ଖାଇ ଲାଇଫକୁ ଏଞ୍ଜୟ କରୁଛନ୍ତି। ସେଥିପାଇଁ ଡାଏଟର ଦରକାର ନାହିଁ।

ଆରସିବି ୧୬ବର୍ଷ ହଁ। ଶେଷରେ କହିଲେ ଶୁଣୁଛୁ ନା ବିରାଟ ମୁଁ ତୋତେ କହୁଛି।  ବାସ ଏତିକି କଥାରେ ରାଗିଗଲେ ଫ୍ୟାନ। ଆଉ କ୍ୟାରି ମିନାଟି ଟ୍ରୋଲିଂର ଶିକାର ମାନେ ଜବରଦସ୍ତ ଟ୍ରୋଲିଂ। ଶେଷରେ କ୍ୟାରି ମିନାଟିଙ୍କୁ ସଫେଇ ଦେବାକୁ ପଡ଼ିଲା କହିଲେ ଯେ ମୁଁ ସେହିଭଳି ଭାବେ କହିନି ମୁଁ ବିରାଟ ଭାଇଙ୍କୁ ଅସମ୍ମାନ କରିନି। ଆପଣ ପୁରା ଏପିସୋଡ ଦେଖନ୍ତୁ ଯଦି ଏବେ ବି ଖରାପ ନେବାରେ ଅଛି ତ ନିଅନ୍ତୁ। ଆପଣ ମାନେ ଦର୍ଶକ। ଆପଣ ଯେମିତି ନେବେ ଏହାକୁ ନିଅନ୍ତୁ। 
କିନ୍ତୁ ଗୋଟିଏ କଥା ହେଉଛି ଆରସିବି ଫ୍ୟାନ ପୁରା ଲୟାଲ। ଇମୋସନାଲି ଆଟାଚ ଟ୍ରଫି ପଛେ ନ ଜିତନ୍ତୁ କିନ୍ତୁ କୋହଲି ଭାଇଙ୍କ ସାଥୀରେ ଫ୍ୟାନ ମାନେ ସବୁବେଳେ ଅଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RCB fan got angry | Argus News