|
logo
Live
Argus News App
GET APP

Argus News - RCB ବିକ୍ରି ପରେ ଆସିଲା ବିଜୟ ମାଲ୍ୟାଙ୍କ ପ୍ରଥମ ପ୍ରତିକ୍ରିୟା.... କୋହଲିଙ୍କ ବିଷୟରେ ଲେଖିଲେ ଏମିତି...

Sports

IPL Controversy / RCB ବିକ୍ରି ପରେ ଆସିଲା ବିଜୟ ମାଲ୍ୟାଙ୍କ ପ୍ରଥମ ପ୍ରତିକ୍ରିୟା.... କୋହଲିଙ୍କ ବିଷୟରେ ଲେଖିଲେ ଏମିତି...

Ritu Das
Browse all articles by Ritu Das
·6 days ago·3 min read
RCB ବିକ୍ରି ପରେ ଆସିଲା ବିଜୟ ମାଲ୍ୟାଙ୍କ ପ୍ରଥମ ପ୍ରତିକ୍ରିୟା.... କୋହଲିଙ୍କ ବିଷୟରେ ଲେଖିଲେ ଏମିତି...
India

Key Points

ଏବେବି ଆରସିବି ମୋ ଡିଏନଏରେ
ଆରସିବି ବିକ୍ରୟକୁ ନେଇ ଏମିତି କହିଲେ ବିଜୟ ମାଲ୍ୟା
ବିରାଟ କୋହଲିଙ୍କୁ ନେଇ ଭାବୁକ ହେଲେ ମାଲ୍ୟା

ଏବେବି ଆରସିବି ମୋ ଡିଏନଏରେ। ମୁଁ ଦଳରେ ନ ଥିଲେ କଣ ହେଲା ବିରାଟ କୋହଲି ସବୁବେଳେ ମୋ ପ୍ରିୟ ଥିଲେ। ଆଉ ସବୁବେଳେ ରହିବେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରକୁ ଆଦିତ୍ୟ ବିର୍ଲା ଗ୍ରୁପ୍, ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ ଏବଂ ବୋଲ୍ଟ ଭେଞ୍ଚର୍ସର ଏକ ସଂଘ ଦ୍ୱାରା ଅଧିଗ୍ରହଣ କରାଯାଇଛି। IPL 2026 ପୂର୍ବରୁ ପ୍ରାୟ 16,500 କୋଟିରେ ସ୍ୱାକ୍ଷରିତ ଏହି ଚୁକ୍ତି ଐତିହାସିକ ପ୍ରମାଣିତ ହୋଇଛି। ବିଜୟ ମାଲ୍ୟା 2008 ମସିହାରେ ୪୫୦ କୋଟିରେ RCBର ମାଲିକାନା ଅଧିଗ୍ରହଣ କରିଥିଲେ। ଏହାକୁ ମନେ ପକାଇ ମାଲ୍ୟା ତାଙ୍କ ସଦ୍ୟତମ ପୋଷ୍ଟରେ କହିଛନ୍ତି ଯେ ଲୋକମାନେ ସେତେବେଳେ ତାଙ୍କୁ ପରିହାସ କରିଥିଲେ, ଏହାକୁ ଏକ ଭ୍ୟାନିଟି ପ୍ରୋଜେକ୍ଟ ବୋଲି କହିଥିଲେ। ସେ ଫ୍ରାଞ୍ଚାଇଜିର ବିପୁଳ ପ୍ରଶଂସକ ଅନୁସରଣ ପାଇଁ ଦାୟୀ ବିରାଟ କୋହଲିଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।


RCBର ନୂତନ ମାଲିକମାନଙ୍କୁ ଅଭିନନ୍ଦନ ଜଣାଇ ବିଜୟ ମାଲ୍ୟା ଲେଖିଛନ୍ତି ଯେ ₹450 କୋଟି ନିବେଶ ଏବେ 37 ଗୁଣ ବୃଦ୍ଧି ପାଇଛି। ସେ ମନେ ପକାଇଛନ୍ତି ଯେ ତାଙ୍କ ଦଳ କିପରି ଜଣେ ଯୁବ ବିରାଟ କୋହଲିଙ୍କୁ ଚୟନ କରିଥିଲା, ଯିଏ ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି। ଏହା ମଧ୍ୟ ସତ୍ୟ ଯେ ପ୍ରଶଂସକମାନେ କୋହଲିଙ୍କ ଯୋଗୁଁ RCBକୁ ଭଲ ପାଆନ୍ତି। କେବଳ ବେଙ୍ଗାଲୁରୁ ନୁହେଁ, ଫ୍ରାଞ୍ଚାଇଜିର ଦିଲ୍ଲୀ, ମୁମ୍ବାଇ, ପଞ୍ଜାବ ଏବଂ ଅନ୍ୟାନ୍ୟ ସହରରେ ମଧ୍ୟ ଏକ ବଡ଼ ପ୍ରଶଂସକ ଆଧାର ଅଛି।

ଏହାସହ ପଢ଼ନ୍ତୁ: ବେଙ୍ଗାଲୁରୁରେ ହେବ ନାହିଁ IPL 2026 ଉଦଘାଟନୀ ଉତ୍ସବ...BCCI ସଚିବ ଦେଲେ ବଡ ବୟାନ

ବିଜୟ ମାଲ୍ୟା ଲେଖିଛନ୍ତି ଆରସିବିର ନୂଆ ମାଲିକଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି। ମୁଁ ଏହି ସବୁଠାରୁ ମୂଲ୍ୟବାନ IPL ଫ୍ରାଞ୍ଚାଇଜ୍ ପାଇଁ ସେମାନଙ୍କୁ ଶୁଭକାମନା ଜଣାଉଛି ଏବଂ ସେମାନଙ୍କ ସଫଳତା ପାଇଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି। ଯେତେବେଳେ ମୁଁ 2008 ମସିହାରେ 450 କୋଟି ଟଙ୍କାରେ ଏହି ଫ୍ରାଞ୍ଚାଇଜ୍ କିଣିଥିଲି, ଅଧିକାଂଶ ଲୋକ ମୋତେ ପରିହାସ କରିଥିଲେ ଏବଂ ମୋର ନିବେଶକୁ କେବଳ ଦେଖାଣିଆ ବୋଲି କହିଥିଲେ। ମୋର ଏହି ତଥାକଥିତ ପାଗଳାମି ପଛରେ ଉଦ୍ଦେଶ୍ୟ ଥିଲା ରୟାଲ୍ ଚ୍ୟାଲେଞ୍ଜ ବ୍ରାଣ୍ଡ ନିର୍ମାଣ କରିବା, ଏବଂ ସେଥିପାଇଁ ମୁଁ ଏହି ଫ୍ରାଞ୍ଚାଇଜ୍ RCB ନାମକରଣ କରିଛି। ମୋର 450 କୋଟି ଟଙ୍କାର ନିବେଶ 16,500 କୋଟି ଟଙ୍କାକୁ ବୃଦ୍ଧି ପାଇଛି ତାହା ଦେଖି ମୁଁ ଅତ୍ୟନ୍ତ ଖୁସି।"

ବିରାଟ କୋହଲିଙ୍କ ବିଷୟରେ ସେ ଆହୁରି ଲେଖିଛନ୍ତି, "ଆରସିବି ସବୁବେଳେ ମୋ ଡିଏନଏର ଏକ ଅଂଶ ରହିବ। ଏହାର ମୋର ସ୍ମୃତି କେବେ ଲିଭିବ ନାହିଁ, ବିଶେଷକରି ଜଣେ ଖେଳାଳି ବିରାଟ କୋହଲିଙ୍କୁ ଦଳରେ ସାମିଲ କରିବାର ସ୍ମୃତି, ଯିଏ ଆଜି ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଜଣେ। ମୁଁ ସମସ୍ତ ଆରସିବି ପ୍ରଶଂସକଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋ କାର୍ଯ୍ୟକାଳ ମଧ୍ୟରେ ଏବଂ ପରେ ଦଳ ସହିତ ଜଡିତ ରହିଥିଲେ।" ସେ ପ୍ରଶଂସକମାନଙ୍କୁ ଦଳକୁ ସମର୍ଥନ ଜାରି ରଖିବାକୁ ମଧ୍ୟ ନିବେଦନ କରିଛନ୍ତି। ଯେତେବେଳେ ଦେଖେ ବିରାଟ କୋହଲିଙ୍କ ପାଇଁ ଆରସିବି ଫ୍ୟାନ ମାନେ ପୁରା ଲୟାଲ। ଦୀର୍ଘ ୧୮ବର୍ଷ ହେଲା ବହୁତ ଭଲ ପାଇବା ଦେଇଛନ୍ତି। ୧୭ବର୍ଷର ଟ୍ରଫି ନ ପାଇବାର ଅନ୍ତ ୨୦୨୫ ମସିହାରେ ଘଟିଥିଲା। ବିରାଟଙ୍କ ହାତରେ ଟ୍ରଫି ଦେଖି ମୁଁ ବହୁତ ଖୁସି ହୋଇଥିଲି। ଆରସିବି ମାନେ ବିରାଟ କୋହଲି। ଯିଏ ପ୍ରଥମରୁ ଆରସିବିରେ ହିଁ ଖେଳୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL Controversy: RCB ବିକ୍ରି ପରେ ଆସିଲା ବିଜୟ ମାଲ୍ୟାଙ୍କ ପ୍ରଥମ ପ୍ରତିକ୍ରିୟା.... କୋହଲିଙ୍କ ବିଷୟରେ ଲେଖିଲେ ଏମିତି... | Argus News