Videos
|
Sports

ବେଙ୍ଗାଲୁରୁ ଷ୍ଟାମ୍ପିଡକୁ ନେଇ ଦୀର୍ଘ ୩ ମାସ ପରେ ମୁହଁ ଖୋଲିଲା RCB

Ritu Das
Browse all articles by Ritu Das
·1 year ago·2 min read
ବେଙ୍ଗାଲୁରୁ ଷ୍ଟାମ୍ପିଡକୁ ନେଇ ଦୀର୍ଘ ୩ ମାସ ପରେ ମୁହଁ ଖୋଲିଲା RCB

Key Points

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୧୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ରଜତ ପଟିଦାରଙ୍କ ଅଧିନାୟକତ୍ୱରେ ଦଳ ଫାଇନାଲରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଟ୍ରଫି ଜିତିଥିଲା। ଏହାର ଉତ୍ସବ ପାଳନ କରିବା ପାଇଁ, ପରଦିନ ଅର୍ଥାତ୍‌ ଜୁନ ୪ରେ, ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୧୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ରଜତ ପଟିଦାରଙ୍କ ଅଧିନାୟକତ୍ୱରେ ଦଳ ଫାଇନାଲରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଟ୍ରଫି ଜିତିଥିଲା। ଏହାର ଉତ୍ସବ ପାଳନ କରିବା ପାଇଁ, ପରଦିନ ଅର୍ଥାତ୍‌ ଜୁନ ୪ରେ, ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କିନ୍ତୁ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ହୋଇଥିଲା ଏବଂ ଅନେକ ଲୋକଙ୍କ ଜୀବନ ଯାଇଥିଲା। ଏହାପରେ ଆରସିବି ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଥିଲା ଏବଂ ତା’ପରେ ସେମାନଙ୍କର ସୋସିଆଲ ମିଡିଆରେ କୌଣସି ପୋଷ୍ଟ କରାଯାଇ ନ ଥିଲା। ପ୍ରାୟ ୩ ମାସ ପରେ, ଆଜି ଆରସିବି ପ୍ରଥମ ପୋଷ୍ଟ କରି ବଡ଼ ଘୋଷଣା କରିଛି।



ଆରସିବି ଜୁନ ୪ରେ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ପୋଷ୍ଟ ଶେୟାର କରିଥିଲା। ଏହା ପରେ ବିରାଟ କୋହଲିଙ୍କ ସମେତ ସମସ୍ତ ଖେଳାଳି ମଧ୍ୟ ସମାନ କରିଥିଲେ। କିନ୍ତୁ ସେବେଠାରୁ ଫ୍ରାଞ୍ଚାଇଜର ସୋସିଆଲ ମିଡିଆ ସକ୍ରିୟ ନ ଥିଲା। ଏବେ ୩ ମାସ ପରେ, ଆଜି ପୋଷ୍ଟ କରି ଫ୍ରାଞ୍ଚାଇଜ RCB କେୟର୍ସ ରିଲିଫ ପାଣ୍ଠି ଘୋଷଣା କରିଛି। RCB ଦ୍ୱାରା ଶେୟାର କରାଯାଇଥିବା ପୋଷ୍ଟରେ କୁହାଯାଇଛି, ପ୍ରିୟ ୧୨ ମ୍ୟାନ୍‌ ଆର୍ମି, ଏହି ଚିଠିଟି ଆପଣଙ୍କ ପାଇଁ। ଆମେ ଏଠାରେ ଆମର ଶେଷ ପୋଷ୍ଟ କରିବାର ୩ ମାସ ବିତିଗଲାଣି। ଏହି ନୀରବତା ଆମର ଅନୁପସ୍ଥିତି ନୁହେଁ ବରଂ ଏହା ଶୋକ ଥିଲା। ଚିଠିରେ ଆହୁରି ଲେଖାଯାଇଛି, ଏହି ସ୍ଥାନଟି ପୂର୍ବରୁ ବହୁତ ଶକ୍ତି, ସ୍ମୃତି ଏବଂ ମୁହୂର୍ତ୍ତରେ ପରିପୂର୍ଣ୍ଣ ଥିଲା। କିନ୍ତୁ ୩ ଜୁନ ସବୁକିଛି ବଦଳାଇ ଦେଇଥିଲା। ସେହି ଦିନଟି ଆମର ସମସ୍ତଙ୍କ ହୃଦୟ ଭାଙ୍ଗି ଦେଇଥିଲା। ସେହି ନୀରବତାରେ ଆମେ ଶୋକ କରୁଛୁ। RCBର ନୋଟରେ ଆହୁରି ଲେଖାଯାଇଛି, ଏହିପରି ଭାବରେ RCB କେୟର୍ସ ସୃଷ୍ଟି ହୋଇଛି। ଏହା ଆମର ପ୍ରଶଂସକମାନଙ୍କୁ ସମ୍ମାନ, ସୁସ୍ଥତା ଏବଂ ସେମାନଙ୍କ ସହିତ ଠିଆ ହେବାର ଆବଶ୍ୟକତାରୁ ଜନ୍ମ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆମର ପ୍ରଶଂସକମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅର୍ଥପୂର୍ଣ୍ଣ କାର୍ଯ୍ୟ ପାଇଁ ଏକ ପ୍ଲାଟଫର୍ମ। ଆମେ ଆଜି ଏହି ସ୍ଥାନକୁ ଫେରୁଛୁ, ଉତ୍ସବ ପାଳନ କରିବା ପାଇଁ ନୁହେଁ, ବରଂ ଯତ୍ନ ନେବା ପାଇଁ। ଆପଣଙ୍କ ସହିତ ଠିଆ ହେବା ପାଇଁ। ଏକାଠି ଆଗକୁ ବଢ଼ିବା ପାଇଁ। କର୍ଣ୍ଣାଟକର ଗର୍ବ ରହିବା ପାଇଁ। ବିରାଟ କୋହଲି ଆଇପିଏଲର ପ୍ରଥମ ସିଜିନରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଛନ୍ତି, କିନ୍ତୁ ଏହା ପୂର୍ବରୁ ଫ୍ରାଞ୍ଚାଇଜ କେବେ ବି ଆଇପିଏଲ ଟ୍ରଫି ଜିତି ନଥିଲା। ୧୮ ବର୍ଷ ପରେ, ବିରାଟ କୋହଲି ଏବଂ ଆରସିବି ପ୍ରଶଂସକଙ୍କ ସ୍ବପ୍ନ ପୂରଣ ହୋଇଥିଲା, ଏହାର ଖୁସି ସାରା ଦେଶରେ ପାଳନ କରାଯାଇଥିଲା। କିନ୍ତୁ ପରଦିନ ଏହି ଖୁସି ଶୋକରେ ପରିଣତ ହୋଇଥିଲା। ଟିମ ଏବଂ କୋହଲିଙ୍କୁ ଦେଶବାସୀ ଦୋଷ ଦେଲେ। ଯେତେବେଳେ କି ଦୋଷ ତାଙ୍କର ନ ଥିଲା।

RCB Breaks Silence After 3 Months on Bengaluru Stampede Incident | Argus News