IPL Update / ଆଜି ବେଙ୍ଗାଲୁରୁ- ଗୁଜରାଟ ମଧ୍ୟରେ ହାଇଭୋଲଟେଜ ମ୍ୟାଚ
·6 days ago·2 min read

Key Points
ଚଳିତ ଆଇପିଏଲ୍ର ୩୪ତମ ଲିଗ୍ ମ୍ୟାଚରେ ଆଜି ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ଭେଟିବ।
ଚଳିତ ଆଇପିଏଲ୍ର ୩୪ତମ ଲିଗ୍ ମ୍ୟାଚରେ ଆଜି ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ଭେଟିବ। ଏହି ମ୍ୟାଚ ଜରିଆରେ ଭାରତୀୟ କ୍ରିକେଟ୍ର କିଙ୍ଗ୍ ବିରାଟ କୋହଲି ଓ ଶୁବମନ ଗିଲ୍ ମଧ୍ୟରେ କଡ଼ା ଟକ୍ରଲ ଦେଖିବାକୁ ମିଳିବ। ଶେଷ ମ୍ୟାଚରେ ପରାଜିତ ହୋଇଥିବା ଉଭୟ ଦଳ ବିଜୟଧାରାକୁ ଫେରିବା ପାଇଁ ତତ୍ପର ରହିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ।
ବେଙ୍ଗାଲୁରୁ ଗତ ୧୮ ତାରିଖରେ ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀଠାରୁ ପରାଜିତ ହୋଇଥିଲା । ଦିଲ୍ଲୀର ଶୃଙ୍ଖଳିତ ବୋଲିଂ ଓ ଚତୁର ରଣନୀତି ଆଗରେ ବେଙ୍ଗାଲୁରୁ ଫେଲ ମାରିଥିଲା। ଗୁଜରାଟ ଦଳ ମଧ୍ୟ ଚତୁର ରଣନୀତି ପାଇଁ ପରିଚିତ। ଆଶିଷ ନେହରାଙ୍କ ଅଧିନରେ ଗିଲଙ୍କ ଦଳ ସର୍ବଦା ଶୃଙ୍ଖଳିତ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇ ଆସିଛି। ଫଳରେ ଆଜି ଉଭୟ ଦଳର ରଣନୀତି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବା ନିଶ୍ଚିତ। ଖାଲି ସେତିକି ନୁହେଁ, ଉଭୟ ଦଳର ପେସ୍ ବୋଲିଂ ବିଭାଗ ମଧ୍ୟରେ ମଧ୍ୟ ଏକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ।
ଏହି ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର। ଉଭୟ ଦଳ ପରସ୍ପରକୁ ୬ ଥର ଭେଟିଛନ୍ତି ଓ ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି। ଗତବର୍ଷ ଗୁଜରାଟ ୬ ୱିକେଟ୍ରେ ବେଙ୍ଗାଲୁରୁକୁ ହରାଇଥିଲା। ଏଥର ବେଙ୍ଗାଲୁରୁ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଠା କରିବ। ଆଜି କୋହଲି ଗୋଟିଏ ଛକା ମାରିଲେ ୩୦୦ ଆଇପିଏଲ୍ ଛକା କ୍ଲବ୍ରେ ସାମିଲ ହେବେ। ପୂର୍ବରୁ କେବଳ କ୍ରିସ ଗେଲ ଓ ରୋହିତ ଶର୍ମା ଏହି କ୍ଲବରେ ରହିଛନ୍ତି।
ବେଙ୍ଗାଲୁରୁ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ। ମାତ୍ର ଗୁଜରାଟ ଏକାଦଶରେ ପରିବର୍ତ୍ତନ କରିପାରେ। ଗୁଜରାଟ ମଧ୍ୟ ଫର୍ମରେ ରହିଥିବା ଜାସନ ହୋଲ୍ଡରଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଇବା ଆଶା କରାଯାଉଛି ।
ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍ ଫିଲ୍ଡ ଯୋଗୁଁ ବିଶାଳ ସ୍କୋର ହେବା ଏକ ପ୍ରକାର ନିଶ୍ଚିତ । ରାତିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ଆରସିବି ପ୍ଲେଇଂ ଏକାଦଶ: ବିରାଟ କୋହଲି, ଫିଲ ସଲ୍ଟ, ଦେବଦତ୍ତ ପାଡ଼ିକଲ, ରଜତ ପାତିଦାର(ଅଧିନାୟକ), ଟିମ ଡେଭିଡ୍, ଜିତେଶ ଶର୍ମା, ରୋମାରିଓ ସେଫର୍ଡ/ଜାକବ ବେଥେଲ, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ସୂୟାଶ ଶର୍ମା, ଜୋସ ହାଜେଲଉଡ୍, ରସିକ ସଲାମ ।
ଗୁଜରାଟ ସମ୍ଭାବ୍ୟ ଦଳ: ଶୁବମନ ଗିଲ୍(ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ୱାସିଂଟନ ସୁନ୍ଦର, ଶାହରୁଖ ଖାନ/କୁମାର କୂଶାଗ୍ର, ଗ୍ଲେନ ଫିଲିପ୍ସ, ରାହୁଲ ତେୱାତିଆ, ରସିଦ ଖାନ, ଜାସନ ହୋଲ୍ଡର/କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅଶୋକ ଶର୍ମା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories