|
logo
Live

Argus News - ସନ୍ଧ୍ୟାରେ RCB-LSG ହାଇଭୋଲଟେଜ ମ୍ୟାଚ…ଡିଫେଣ୍ଡିଂ ଚାମ୍ପିୟନକୁ ହରାଇବାକୁ ଲକ୍ଷ୍ନୌ ପ୍ରସ୍ତୁତ

Sports

IPL Update / ସନ୍ଧ୍ୟାରେ RCB-LSG ହାଇଭୋଲଟେଜ ମ୍ୟାଚ…ଡିଫେଣ୍ଡିଂ ଚାମ୍ପିୟନକୁ ହରାଇବାକୁ ଲକ୍ଷ୍ନୌ ପ୍ରସ୍ତୁତ

Ritu Das
Browse all articles by Ritu Das
·2 days ago·2 min read
ସନ୍ଧ୍ୟାରେ RCB-LSG ହାଇଭୋଲଟେଜ ମ୍ୟାଚ…ଡିଫେଣ୍ଡିଂ ଚାମ୍ପିୟନକୁ ହରାଇବାକୁ ଲକ୍ଷ୍ନୌ ପ୍ରସ୍ତୁତ
India

Key Points

ବେଙ୍ଗାଲୁରୁ ୪ଟି ମ୍ୟାଚରୁ ୩ଟି ଜିତି ୬ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଲକ୍ଷ୍ୟ କରୁଛି 
ବ୍ୟାଟିଂ ପିଚ୍‌ ଓ ଛୋଟ ଗ୍ରାଉଣ୍ଡ ହେତୁ ଆଜି ମ୍ୟାଚରେ ବଡ଼ ସ୍କୋର ଓ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ 

ଚଳିତ ଆଇପିଏଲ୍‌ର ୨୩ତମ ଲିଗ୍‌ ମ୍ୟାଚରେ ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡ୍‌ରେ ଲକ୍ଷ୍ନୌକୁ ଭେଟିବ । ଘରୋଇ ଗ୍ରାଉଣ୍ଡ୍‌ରେ ଆଧିପତ୍ୟ ଜାରି ରଖିବା ପାଇଁ ବେଙ୍ଗାଲୁରୁ ପ୍ରସ୍ତୁତ ରହିଥିବାବେଳେ ଲକ୍ଷ୍ନୌ ପୁଣିଥରେ ବିଜୟ ଧାରାକୁ ଫେରିବା ପାଇଁ ପ୍ରୟାସ ଜାରି ରଖିବ। ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଉଭୟ ଦଳ ଇତି ମଧ୍ୟରେ ୪ଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ବେଙ୍ଗାଲୁରୁ ୪ଟି ମ୍ୟାଚରୁ ୩ ବିଜୟ ସହ ମୋଟ୍‌ ୬ ପଏଣ୍ଟ ଅର୍ଜନ କରିଛି । ଆଜି ଲକ୍ଷ୍ନୌକୁ ହରାଇଲେ ଦଳ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ।

ଏହାସହ ପଢ଼ନ୍ତୁ: SRH ମାଲିକ କାଭ୍ୟା ମାରାନ ଇଶାନଙ୍କ ଛକା ଏବଂ ହିଞ୍ଜଙ୍କ ୱିକେଟ୍ ଦେଖି ଏମିତି ରିଆକ୍ସନ ଦେଲେ ସବୁ ଆଶ୍ଚର୍ଯ୍ୟ


ଲକ୍ଷ୍ନୌ ୪ଟି ମ୍ୟାଚ ଖେଳି ୨ଟି ବିଜୟ ସହ ୪ ପଏଣ୍ଟ ଅର୍ଜନ କରିଛି । ରେକର୍ଡ ମଧ୍ୟ ବେଙ୍ଗାଲୁରୁ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୬ଥର ଭେଟିଛନ୍ତି । ଏଥିରୁ ବେଙ୍ଗାଲୁରୁ ୪ଟି ମ୍ୟାଚରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଦଳ ଥରେ ମାତ୍ର ସାମ୍ନାସାମ୍ନି ହୋଇଥିଲେ ଓ ବେଙ୍ଗାଲୁରୁ ୬ ୱିକେଟ୍‌ରେ ଉକ୍ତ ମ୍ୟାଚ ଜିତିଥିଲା । ବେଙ୍ଗାଲୁରୁକୁ ହରାଇବାକୁ ହେଲେ ଲକ୍ଷ୍ନୌକୁ ପ୍ରଥମେ ବ୍ୟାଟିଂ ବିଭାଗକୁ ସୁଦୃଢ଼ କରିବାକୁ ହେବ । ମିଚେଲ ମାର୍ଶ, ଆଡେନ ମାରକ୍ରମ, ରିଷଭ ପନ୍ତ, ନିକୋଲାସ ପୂରନଙ୍କ ଭଳି ତାରକା ଖେଳାଳିମାନେ ଏପର୍ଯ୍ୟନ୍ତ ଫର୍ମକୁ ଫେରି ନାହାନ୍ତି । ଅପରପକ୍ଷରେ ବେଙ୍ଗାଲୁରୁ ଚମତ୍କାର ଫର୍ମରେ ରହିଛି । ବିରାଟ କୋହଲି, ରଜତ ପାତିଦାର, ଦେବଦତ୍ତ ପାଡ଼ିକଲ, ଟିମ ଡେଭିଡ୍‌ ଓ ଫିଲ ସଲ୍ଟ ଇତି ମଧ୍ୟରେ ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ ।

ଛୋଟ ଗ୍ରାଉଣ୍ଡ ଓ ଦ୍ରୁତ ଆଉଟ୍‌ ଫିଲ୍ଡ ବ୍ୟାଟରଙ୍କ ପାଇଁ ଭୂସ୍ୱର୍ଗ କହିଲେ ଭୁଲ ହେବ ନାହିଁ । ବେଙ୍ଗାଲୁରୁ ଦଳ ନିୟମିତ ଭାବେ ୨୦୦ ଅତିକ୍ରମ କରୁଛି । ଆଜି ମଧ୍ୟ ବିଶାଳ ସ୍କୋର ସଂଗୃହୀତ ହେବ । ତେବେ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଏକ ପ୍ରକାର ନିଶ୍ଚିତ । ରାତିରେ ବ୍ୟାଟିଂ ସହଜ ହେଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL Update: ସନ୍ଧ୍ୟାରେ RCB-LSG ହାଇଭୋଲଟେଜ ମ୍ୟାଚ…ଡିଫେଣ୍ଡିଂ ଚାମ୍ପିୟନକୁ ହରାଇବାକୁ ଲକ୍ଷ୍ନୌ ପ୍ରସ୍ତୁତ | Argus News