RCB ବିଜୟ ; କୁନାଲ ପାଣ୍ଡିଆ ମ୍ୟାନ ଅଫ୍ ଦି ମ୍ୟାଚ

Key Points
୭୩ ଦିନ ଓ ୭୪ ମ୍ୟାଚ୍ର ଜବରଦସ୍ତ ଲଢ଼େଇ ପରେ ଆଇପିଏଲ୍କୁ ମିଳିଛି ନୂଆ ବିଜେତା । RCB ପକ୍ଷରୁ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି କୁନାଲ ପାଣ୍ଡିଆ । ସେହିପରି IPL ରେ ଅରେଞ୍ଜ କ୍ୟାପ୍ ହାତେଇଛନ୍ତି ସାଇ ସୁଦର୍ଶନ ।
୭୩ ଦିନ ଓ ୭୪ ମ୍ୟାଚ୍ର ଜବରଦସ୍ତ ଲଢ଼େଇ ପରେ ଆଇପିଏଲ୍କୁ ମିଳିଛି ନୂଆ ବିଜେତା । RCB ପକ୍ଷରୁ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି କୁନାଲ ପାଣ୍ଡିଆ । ସେହିପରି IPL ରେ ଅରେଞ୍ଜ କ୍ୟାପ୍ ହାତେଇଛନ୍ତି ସାଇ ସୁଦର୍ଶନ । ସେ 15ଟି ମ୍ୟାଚ୍ ଖେଳୀ ମୋଟ 759 ରନ କରିଛନ୍ତି । ଏଥିରେ 88 ଚୌକା ଏବଂ 21 ଛକା ମାରିଥିଲେ । ସାଇ ସୁଦର୍ଶନ ଗୁଜୁରାଟ ଟାଇଟାନ୍ସ ପକ୍ଷରୁ ଖେଳୁଥିଲେ । ସେହିପରି ପ୍ରସିଦ୍ଧ କୃଷ୍ଣ ଆଇପିଏଲ 2025ର ପର୍ପଲ କ୍ୟାପ୍ ହାତେଇଛନ୍ତି । ଚଳିତ ସିଜିନରେ ଗୁଜରାଟ ଟାଇଟାନ୍ସ ପକ୍ଷରୁ 15 ମ୍ୟାଚ୍ ଖେଳୀ 25 ୱିକେଟ୍ ନେଇଛନ୍ତି ।
ସବୁଠାରୁ ମୂଲ୍ୟବାନ ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କ ନାଁରେ ମୋହର ବାଜିଛି । ସେହିପରି ସିଜିନରେ ସର୍ବାଧିକ ଛକା ନିକୋଲାସ ପୂରନ ମାରିଛନ୍ତି । ସର୍ବାଧିକ ଚୌକା ସାଇ ସୁଦର୍ଶନ ଖାତାରେ ଯୋଡ଼ି ହୋଇଥିଲା । ଚଳିତ ସିଜିନର ସୁପର ଷ୍ଟ୍ରାଇକର 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ବୈଭବ ଆଇପିଏଲ୍ ଇତିହାସରେ ଶତକ ହାସଲ କରିବାରେ ଦ୍ରୁତତମ ଭାରତୀୟ ବ୍ୟାଟସମ୍ୟାନ୍ ।