ଘରୋଇ ଗ୍ରାଉଣ୍ଡରେ RCBର ପରାଜୟ ଧାରା ଜାରି
·1 year ago

ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଘରୋଇ ଗ୍ରାଉଣ୍ଡ୍ ପରାଜୟ ଜାରି ରହିଛି। ଶୁକ୍ରବାର ବର୍ଷା ହାଧାପ୍ରାପ୍ତ ମ୍ୟାଚ୍ରେ ଆର୍ସିବିକୁ ପଞ୍ଜାବ କିଙ୍ଗ୍ସ ୫ ୱିକେଟ୍ରେ ପରାସ୍ତ କରିଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆର୍ସିବି ମାତ୍ର ୯୫ ରନ୍ କରିଥିଲା। ପଞ୍ଜାବ କିଙ୍ଗ୍ସ କିନ୍ତୁ ୧୧ ବଲ୍ ପୂର୍ବରୁ ମ୍ୟାଚ୍ ଜିତିଯାଇଥିଲା। ଜୋସ୍ ହାଜେଲଉଡ୍ ୩ ୱିକେଟ୍ ନେଇ ରୋମାଞ୍ଚ ଭରିଥିଲେ ମଧ୍ୟ ନେହାଲ୍ ୱାଧେରା ଆରସିବି ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ।
ପଞ୍ଜାବ କିଙ୍ଗ୍ସ ୧୨.୧ ଓଭରରେ ୫ ୱିକେଟ୍ ହରାଇ ୯୮ ରନ୍ ସଂଗ୍ରହ କରି ନେଇଥିଲା। ଏଥି ସହ ଶ୍ରେୟସ ଆୟରଙ୍କ ଦଳ ସପ୍ତମ ମ୍ୟାଚ୍ରୁ ପଞ୍ଚମ ବିଜୟ ହାସଲ କରି ଦ୍ବିତୀୟ ଦଳ ଭାବେ ୧୦ ପଏଣ୍ଟ୍ ଅର୍ଜନ କରି ଦ୍ବିତୀୟକୁ ଉଠିଛି। ଆର୍ସିବି ଘରୋଇ ମାଟିରେ ଆଉ ଏକ ପରାଜୟ ସହ ସେହି ସପ୍ତମ ମ୍ୟାଚ୍ରୁ ତୃତୀୟ ପରାଜୟ ପାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: