Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରେକର୍ଡ କଲେ ରନ୍ ମେସିନ୍ ବିରାଟ କୋହଲି,ଚତୁର୍ଥ ଭାରତୀୟ ଭାବେ ୯ ହଜାର ଟେଷ୍ଟ ରନ୍ କ୍ଲବରେ ହେଲେ ସାମିଲ୍

Sports

ରେକର୍ଡ କଲେ ରନ୍ ମେସିନ୍ ବିରାଟ କୋହଲି,ଚତୁର୍ଥ ଭାରତୀୟ ଭାବେ ୯ ହଜାର ଟେଷ୍ଟ ରନ୍ କ୍ଲବରେ ହେଲେ ସାମିଲ୍

Sangram Tripathy
Browse all articles by Sangram Tripathy
·1 year ago·1 min read
ରେକର୍ଡ କଲେ ରନ୍ ମେସିନ୍ ବିରାଟ କୋହଲି,ଚତୁର୍ଥ ଭାରତୀୟ ଭାବେ ୯ ହଜାର ଟେଷ୍ଟ ରନ୍ କ୍ଲବରେ ହେଲେ ସାମିଲ୍

ଅର୍ଗସ ବ୍ୟୁରୋ:ରେକର୍ଡ କଲେ ରନ୍ ମେସିନ୍ ବିରାଟ କୋହଲି। ଚତୁର୍ଥ ଭାରତୀୟ ଭାବେ ୯ ହଜାର ଟେଷ୍ଟ ରନ୍ କ୍ଲବରେ ହେଲେ ସାମିଲ୍ । ସେଥିରେ ୩୧ଟି ଅର୍ଦ୍ଧଶତକ,୨୯ଟି ଶତକ ଅର୍ନ୍ତଭୁକ୍ତ। ୧୯୭ ତମ ଇଂନିସରେ ୯ ହଜାର ରନ୍ ପୂରଣ କରିଛନ୍ତି ବିରାଟ ସ୍ଥାପନ କରିଛନ୍ତି ନୂଆ କୀର୍ତ୍ତିମାନ । ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍‌ ପୂର୍ବରୁ ବିରାଟ୯୦୦୦ ଟେଷ୍ଟ୍‌ ରନ୍‌ଠୁ ଆଉ ୫୩ ରନ୍‌ ଦୂରରେ ଥିଲେ,ବେଙ୍ଗାଲୁରୁରେଚାଲିଥିବା ଟେଷ୍ଟର ଦ୍ବିତୀୟ ଇଂନିସରେ କୋହଲି  ୭୦ ରନ୍ କରିଥିଲେ।

ଭାରତ ପ୍ରଥମ ଇଂନିସରେ ୪୬ରେ ଅଲଆଉଟ୍ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ୪୦୨ ରନ୍ କରିଥିଲା। ଦ୍ବିତୀୟ ଇଂନିସରେ ଭାରତ ୨ ୱିକେଟ୍ ହରାଇ ୨୨୮ ରନ୍ କରିଥିଲା ଖବର ଶେଷ ସୁଦ୍ଧା।ଅଧିନାୟକ ରୋହିତ ଶର୍ମା ୫୨,ଯଶସ୍ବୀ  ଜୟସ୍ବାଲ ୩୫,ବିରାଟ ୭୦ ରନ୍ କରି ପାଭିଲିୟକୁ ଫେରିଥିଲେ। ସର୍ଫରାଜ ଖାନ୍ ୭୦ ରନ୍ କରି ଅପରାଜିତ ରହିଛନ୍ତି। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ପଏଣ୍ଟ ଟେବୁଲ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଥିବାବେଳେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଷଷ୍ଠ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ଭାରତ-ନ୍ୟୁଜିଲାଣ୍ଡ  ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Record run machine Virat Kohli, the fourth Indian to join the 9000 Test runs club | Argus News