Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ରେକର୍ଡ କଲେ ବୁମରା,୧୦ମ ବୋଲର ଭାବେ ୪୦୦ ୱିକେଟ୍ କ୍ଲବରେ ହେଲେ ସାମିଲ୍

Sangram Tripathy
Browse all articles by Sangram Tripathy
·1 year ago·2 min read
ରେକର୍ଡ କଲେ ବୁମରା,୧୦ମ ବୋଲର ଭାବେ ୪୦୦ ୱିକେଟ୍ କ୍ଲବରେ ହେଲେ ସାମିଲ୍

ଅର୍ଗସ ବ୍ୟୁରୋ:ବାଂଲାଦେଶ  ବିପକ୍ଷ ଟେଷ୍ଟରେ ଦେଖିବାକୁ ମିଳିଛି ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କ କମାଲ୍ । ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ହାସନ ମହମୁଦଙ୍କୁ ଆଉଟ୍ କରି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୪୦୧ ୱିକେଟ ପୂରଣ କରିଛନ୍ତି ବୁମରା। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ୪ ୱିକେଟ ଦଖଲ କରି ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି ଯଶପ୍ରୀତ। ଭାରତର ୬ଷ୍ଠ ଦ୍ରୁତତମ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୧ ୱିକେଟ ପୂରଣ ସହ ଭାରତର ୧୦ତମ ବୋଲର ଭାବେ ୪୦୦ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି। ୫ମ ଦ୍ରୁତତମ ବୋଲର ଭାବେ ମଧ୍ୟ ୪୦୧ ୱିକେଟ ନେବାରେ କରିଛନ୍ତି ରେକର୍ଡ। ୩୭ଟି ଟେଷ୍ଟ ଖେଳି ୧୬୩ ୱିକେଟ୍  ନେଇଛନ୍ତି । ତାଙ୍କର ଶ୍ରେଷ୍ଠ ପ୍ରର୍ଦଶନ ରହିଛି ୧୯ ରନ୍ ଦେଇ ୬ ୱିକେଟ୍ ନେଇଛନ୍ତି । ସେ ୧୦ ଥର ୫ ୱିକେଟ୍ ନେଇଛନ୍ତି। ସେହିଭଳି ୮୯ଟି ଦିନିକିଆ ଖେଳି ୧୪୯ ୱିକେଟ୍ ନେଇଛନ୍ତି।


ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ  ଅଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର ତାଲିକାରେ ଅନିଲ୍ କୁମ୍ବଲେ ୯୫୩ ୱିକେଟ୍ ନେଇ ପ୍ରଥମ,ଅଶ୍ବିନ୍ ୭୪୪ ନେଇ ଦ୍ବିତୀୟ ସ୍ତାନରେ ରହିଛନ୍ତି । 
ବୁମରା ଦିନିକିଆରେ ୧୦୦ ୱିକେଟ ନେବାରେ ଭାରତର ଦ୍ରୁତତମ ବୋଲର। ସେହିପରି ୭୦ଟି ବୁମ୍ରା ଦିନିକିଆରେ ୧୦୦ ୱିକେଟ ନେବାରେ ଭାରତର ଦ୍ରୁତତମ ବୋଲର। ସେହିପରି ୭୦ଟି ଟି-୨୦ରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୮୯ ୱିକେଟ୍ ନେଇଛନ୍ତି।ସେ ଦ୍ରୁତତମ ବୋଲର ଭାବେ ୫୦ଟି ୱିକେଟ ନେବାର ରେକର୍ଡ ମଧ୍ୟ କରିଛନ୍ତି।ଟି-୨୦ରେ ସେ ଦ୍ରୁତତମ ବୋଲର ଭାବେ ୫୦ଟି ୱିକେଟ ନେବାର ରେକର୍ଡ ମଧ୍ୟ କରିଛନ୍ତି।

ବାଂଲାଦେଶ  ବିପକ୍ଷ ପ୍ରଥମ ଟେଷ୍ଟ ପ୍ରଥମ ଇଂନିସ ୩୭୬ ରନରେ ଅଟକିଲା ରୋହିତ ସେନା,ଜୟସ୍ୱାଲ ୫୬,ଅଶ୍ବିନ୧୧୩, ଜାଡେଜା୮୬ ରନ୍ ପାରା ଖେଳିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସ  ଭାରତ ୩୭୬ ରନ୍ କରିଥିବାବେଳେ ବାଂଲାଦେଶ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଯାଇଥିଲା,ଭାରତ ପକ୍ଷରୁ ବୁମରା ୫୦ ରନ୍ ଦେଇ ୪ ୱିକେଟ୍ ନେବା ସହ ଗୋଟିଏ ମେଡେନ ମଧ୍ୟ ନେଇଥିଲେ ।  ଦ୍ବିତାୟ ଇଂନିସରେ ଭାରତଖେଳ ଜାରି ରଖିଛି ଗିଲ୍ ପନ୍ତ ଅର୍ଦ୍ଧଶତକୀୟ ପାରି ମଧ୍ୟ ଖେଳିଛନ୍ତି । ଭାରତ ବାଂଲାଦେଶ ବିପକ୍ଷରେ ୨ଟି ଟେଷ୍ଟ ଖେଳିବ ୨ରୁ ୨ ଜିତିବା ଲକ୍ଷ୍ୟରେ ରହିଛି ରୋହିତ୍ ସେନା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Recorded, Bumrah became the 10th bowler to join the 400-wicket club | Argus News