Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ମନେ ରହିବ ଯୋଦ୍ଧାଙ୍କ ଏ ପରାକ୍ରମ,ହୃହୟ ଜିତିଲେ ଭିନେଶ

Sangram Tripathy
Browse all articles by Sangram Tripathy
·1 year ago·2 min read
ମନେ ରହିବ ଯୋଦ୍ଧାଙ୍କ ଏ ପରାକ୍ରମ,ହୃହୟ ଜିତିଲେ ଭିନେଶ


ଅର୍ଗସ ବ୍ୟୁରୋ:ସୁନା ସ୍ବପ୍ନ ଭାଙ୍ଗିଦେଇଛି ଓଜନ। ପ୍ୟାରିସ୍ ଅଲମ୍ପିକ୍ସ ଫାଇନାଲରୁ ୧୦୦ ଗ୍ରାମ ଓଜନରୁ ଅଧିକ ହେବା କାରଣରୁ ଖେଳିବାକୁ ଅଯୋଗ୍ୟ ଘୋଷିତ ହେବା ପରେ କୁସ୍ତିରୁ ସନ୍ନ୍ୟାସ ନେଇଛନ୍ତି ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ। ୨୦୦୧ରୁ ୨୦୨୪ ଦୀର୍ଘ ୨୩ ବର୍ଷର କୁସ୍ତି କ୍ୟାରିୟରକୁ କରିଛନ୍ତି ଗୁଡ୍‌ବାଏ । ସନ୍ନ୍ୟାସ ନେବା ନେଇ ସାମାଜିକ ଗଣମାଧ୍ୟମରେ Xରେ ସୂଚନା ଦେଇଛନ୍ତି, କୁସ୍ତି ଜିତିଗଲା, ମୁଁ ହାରିଗଲି ଲେଖି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଭିନେଶ । ମା'ଙ୍କ ଉଦେଶ୍ୟରେ ଭାବବିହ୍ବଳ ପୋଷ୍ଟରେ ଲେଖିଛନ୍ତି ଆପଣଙ୍କ ସ୍ବପ୍ନ ଓ ମୋ ସାହାସ ଭାଙ୍ଗିଗଲା,ମୋର ଆଉ ଅଧିକ ଶକ୍ତି ନାହିଁ , ବିଦାୟ କୁସ୍ତି । ସମସ୍ତଙ୍କୁ କ୍ଷମା ମାଗିବା ସହ ସମସ୍ତଙ୍କ ପାଖରେ ଋଣୀ ବୋଲି ଲେଖିଥିଲେ ଭିନେଶ ।


ବିନେଶ  କୁସ୍ତୁକୁ ବାଏ ବାଏ କରିବା ପରେ କ୍ରୀଡ଼ାପ୍ରେମୀ ଙ୍କୁ ମଧ୍ୟ ଲାଗିଛି ଶକ୍ତ ଝଟକା। ନିଜ ପ୍ରିୟ ବକ୍ସକୁ ଆଉ କିଛି ଦିନ ମଇଦାନରେ ଦେଖିବାକୁ ଚାହିୁଁ ଥିଲେ ଦର୍ଶକ। ଭିନେଶଙ୍କ ଏଭଳି ଅଚାନକ ସନ୍ନ୍ୟାସ ଘୋଷଣା କରିବାକୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି। ପ୍ୟାରିସ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବାବେଳେ ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିଲେ କୁସ୍ତିଯୋଦ୍ଧା ଭିନେଶ,ଆଉ ଶେଷରେ ସାମାନ୍ୟ ଅଧିକ ଓଜନ କାରଣରୁ ସେ ଅଯୋଗ୍ୟ ଘୋଷିତ ହେବା ପରେ କୁସ୍ତିରୁ ବିଦାୟ ନେଇଛନ୍ତି। ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା। କହିଛନ୍ତି ଆମ ପାଇଁ ଭିନେଶ ଚାମ୍ପିଅନ,ପ୍ୟାରିସରୁ ସେ ଫେରିଲେ ତାଙ୍କୁ ସ୍ବାଗତ କରାଯିବା ସହ ଜଣେ ପଦକ ବିଜେତାଙ୍କ ଭଳି ତାଙ୍କୁ ସମ୍ମାନ ଦିଆଯିବ। ଅନ୍ୟପଟେ ଭିନେଶ ଫୋଗାଟ୍‌ଙ୍କୁ ମିଳିପାରେ ପଦକ,ଏନେଇ ମଧ୍ୟ ଚାଲିଛି ଆଲୋଚନା।  ଅଯୋଗ୍ୟତା ବିରୋଧରେ ସ୍ବିଜରଲ୍ୟାଣ୍ଡର ଲୁସାନେଠାରେ ଥିବା କୋର୍ଟ ଅଫ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ ବା CASର ଦ୍ବାରସ୍ଥ ହୋଇଛନ୍ତି ଭିନେଶ ଫୋଗାଟ୍।

କୋର୍ଟରେ ଯୁଗ୍ମ ରୌପ୍ୟ ପଦକ ବିଜୟିନୀ ଘୋଷଣା କରିବାକୁ କରିଛନ୍ତି ଅପିଲ। ତାଙ୍କର ଏହି ଅପିଲ CAS ଗ୍ରହଣ କରିବା ସହ ଆଜି ଏହାର ଶୁଣାଣି ହେବ ତେବେ ସିଏଏସ୍ ଏହି ମାମଲାର ଶୁଣାଣି କରି କ'ଣ ରାୟ ଦେଉଛି ତାହା ଉପରେ ଦେଶବାସୀଙ୍କ ନଜର ରହିଛି । ଯଦି ସପକ୍ଷରେ ରାୟ ଆସେ ତେବେ ଅନ୍ତାର୍ଜାତିୟ ଅଲିମ୍ପିକ୍ସ ସଙ୍ଘ ଭିନେଶଙ୍କୁ ମଧ୍ୟ ରୌପ୍ୟ ପଦକ ପ୍ରଦାନ କରିବେ ।  ତାଉପରେ ସାରା ଦେଶର ନଜର ରହିଛି। ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ବିନେଶ ତିନୋଟି ମୁକାବିଲା ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Remember the strength of the warrior, Vinesh won the heart | Argus News