Videos
|
Sports

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ ହେଲେ ରିକି ପଣ୍ଟିଙ୍ଗ

Ritu Das
Browse all articles by Ritu Das
·2 years ago·1 min read
ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ ହେଲେ ରିକି ପଣ୍ଟିଙ୍ଗ

ଅର୍ଗସ ବ୍ୟୁରୋ: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ପଣ୍ଟିଂଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ପଣ୍ଟିଂ ଦିଲ୍ଳୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ରହିଥିଲେ। ବିଗତ ୭ ସିଜନ ଧରି ପଣ୍ଟିଂ କ୍ୟାପିଟାଲ୍ସ ସହ ରହିଥିଲେ। ଅଷ୍ଟ୍ରେଲିଆ ଦଳର ଅଧିନାୟକ ଭାବରେ ପଣ୍ଟିଂ ଅପାର ସଫଳତା ହାସଲ କରିଛନ୍ତି।

ତେଣୁ ପଞ୍ଜାବ କିଙ୍ଗ୍ସ ତାଙ୍କ ଅଧୀନରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପଞ୍ଜାବ କିଙ୍ଗ୍ସ ସିଇଓ ସତୀଶ ମେନନ। ଏଯାଏ ଥରେ ମଧ୍ୟ ପଞ୍ଜାବ ଆଇପିଏଲରେ ଚାମ୍ପିୟନ ଆଖ୍ୟା ଅର୍ଜନ କରି ନ ଥିବା ବେଳେ କେବଳ ୨୦୧୪ରେ ଫାଇନାଲରେ ପ୍ରବେଶ କରିଥିଲା। ତେବେ ଆଗାମୀ ସିଜନରେ ପଞ୍ଜାବ ଏକ ଭିନ୍ନ ବ୍ରାଣ୍ଡର କ୍ରିକେଟ ଖେଳିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପଣ୍ଟିଂ।

ଗତ ସିଜନରେ ପଞ୍ଜାବ ନିକଟରେ ଅର୍ଶଦୀପ ସିଂ, ଜୀତେଶ ଶର୍ମା, କାଗିସୋ ରବାଡା, ଲିଆମ ଲିଭିଙ୍ଗଷ୍ଟୋନ, ସାମ କୁରାନ ଓ ଜନି ବେୟାରଷ୍ଟୋଙ୍କ ପରି ଖେଳାଳି ରହିଥିଲେ ମଧ୍ୟ ଏହା ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା। ଦୁଇ ଅନକ୍ୟାପ୍‌ଡ ଖେଳାଳି ଶଶାଙ୍କ ସିଂ ଓ ଆଶୁତୋଷ ଶର୍ମା ପ୍ରଭାବୀ ପ୍ରଦର୍ଶନ କରିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: