ମାଙ୍କଡ଼ ଆକ୍ରମଣର ଛାତିଥରା କାହାଣୀ କହିଲେ ଭାରତୀୟ କ୍ରିକେଟର ରିଙ୍କୁ ସିଂ

Key Points
ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ କିଏ ନ ଜାଣେ। ରିଙ୍କୁ ସିଂଙ୍କ ଫିନିସିଂ କ୍ଷମତା ତାଙ୍କୁ ସବୁଠାରୁ ବଡ଼ ଖେଳ ପରିବର୍ତ୍ତନକାରୀଙ୍କ ମଧ୍ୟରୁ ଜଣେ କରିଛି। ରିଙ୍କୁ ସିଂ ଜଣେ ଏମିତି ଖେଳାଳି ସାରା ବିଶ୍ବ ତାଙ୍କ ଛକା ଚଉକାର ଦିଓ୍ବାନା।
ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ କିଏ ନ ଜାଣେ। ରିଙ୍କୁ ସିଂଙ୍କ ଫିନିସିଂ କ୍ଷମତା ତାଙ୍କୁ ସବୁଠାରୁ ବଡ଼ ଖେଳ ପରିବର୍ତ୍ତନକାରୀଙ୍କ ମଧ୍ୟରୁ ଜଣେ କରିଛି। ରିଙ୍କୁ ସିଂ ଜଣେ ଏମିତି ଖେଳାଳି ସାରା ବିଶ୍ବ ତାଙ୍କ ଛକା ଚଉକାର ଦିଓ୍ବାନା। ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ କିଏ ନ ଜାଣେ। ରିଙ୍କୁ ସିଂଙ୍କ ଫିନିସିଂ କ୍ଷମତା ତାଙ୍କୁ ସବୁଠାରୁ ବଡ଼ ଖେଳ ପରିବର୍ତ୍ତନକାରୀଙ୍କ ମଧ୍ୟରୁ ଜଣେ କରିଛି। ରିଙ୍କୁ ସିଂ ଜଣେ ଏମିତି ଖେଳାଳି ସାରା ବିଶ୍ବ ତାଙ୍କ ଛକା ଚଉକାର ଦିଓ୍ବାନା। କିନ୍ତୁ ଭାରତୀୟ ଟିମ୍ରେ ଏମିତି ବହୁତ ଖେଳାଳି ଅଛନ୍ତି ଯେଉଁମାନେ ବହୁ ସଂଘର୍ଷ ଦେଇ ଗତି କରିଛନ୍ତି। ସେମାନଙ୍କ ମଧ୍ୟରୁ ରିଙ୍କୁ ଜଣେ। ଜଣେ ୟୁଟ୍ୟୁବରଙ୍କ ପଡକାଷ୍ଟରେ ରିଙ୍କୁ ଆସି ତାଙ୍କ ଛୋଟବେଳର କାହାଣୀ ଶେୟାର କରିଥିଲେ। ସେ ପିଲାବେଳେ ଏକ ମାଙ୍କଡ଼ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ। ଯାହା ତାଙ୍କୁ ଭୟଙ୍କର ଆଘାତ ଦେଇଥିଲା। ରିଙ୍କୁ କହିଥଲେ ଯେ, କିପରି ମାଙ୍କଡ଼ ଆକ୍ରମଣ ତାଙ୍କ ଏବଂ ତାଙ୍କ ଭାଇମାନଙ୍କ ପାଇଁ ବଡ଼ ହେବା ସମୟରେ ଏକ ସ୍ଥାୟୀ ସମସ୍ୟା ଥିଲା। ସବୁଠାରୁ ଖରାପ ଅଭିଜ୍ଞତା ଥିଲା ରିଙ୍କୁର ହାତକୁ ଟାଣି ନେଇଥିଲା। ଆଉ ସବୁଠୁ ବଡ଼ କଥା ହେଲା ରିଙ୍କୁଙ୍କ ଗୋଟିଏ ହାତ ଅନ୍ୟ ହାତ ଠାରୁ ୧ କେଜି ହାଲୁକା ହୋଇଯାଇଥିଲା।
ଯାହା ସବୁଠୁ ଯନ୍ତ୍ରଣାଦାୟକ ଥିଲା। ମୁଁ ଏବେବି ବାମ ହାତରେ ଏତେ ପ୍ରେସର ଦେଇପାରେନି। ଏମିତି ବହୁତଥର କାମୁଡ଼ିଛି କିନ୍ତୁ ବର୍ଷା ଦିନରେ ଭୟଙ୍କର କାମୁଡ଼ିଛି। ମାଙ୍କଡ଼ଟି ମୋତେ ଏଭଳି ସମୟରେ କାମୁଡ଼ିଥିଲା ଯେତେବେଳେ ପ୍ରବଳ ବର୍ଷା ହେଉଥିଲା। ସେତେବେଳେ ଆମ ଘରେ ପ୍ରକୃତରେ ଶୌଚାଳୟ ନଥିଲା, ତେଣୁ ଆମେ କ୍ଷେତକୁ ଯାଉଥିଲୁ। ଉତ୍ତର ପ୍ରଦେଶର ଆଲିଗଡ଼ରେ ବଢ଼ିଥିବା ରିଙ୍କୁ କହିଲେ ଦୁଃଖର କାହାଣୀ। ଆମ ଆଲିଗଡ଼ରେ ମାଙ୍କଡ଼ ଆକ୍ରମଣ ସାଧାରଣ କଥା। ମୋତେ ବହୁତ ଥର କାମୁଡ଼ିଛି। ବର୍ଷା ଋତୁ ଥିଲା, ତେଣୁ ମୁଁ, ମୋ ଭାଇ ଏବଂ ମୋର ବନ୍ଧୁ ଛତା ଧରି କ୍ଷେତକୁ ଯାଉଥିଲୁ। ଆମେ ଯାଉଥିବା ସମୟରେ ପଛଆଡ଼ୁ ଶବ୍ଦ ଶୁଭିଲା। ଦୌଡ଼ ଦୌଡ଼ ମାଙ୍କଡ଼ ଆସିଲା। ବର୍ଷା ପାଇଁ ହଠାତ ମୁଁ ଆଉ ଦୌଡ଼ି ପାରିଲିନି। ମୋ ଗୋଡ଼ ଖସିଗଲା ଆଉ ମୁଁ ପଡ଼ିଗଲି। ଆଉ ଏହି ସମୟରେ ମାଙ୍କଡ଼ଟି ମୋତେ ବାରମ୍ବାର କାମୁଡ଼ି ଚାଲିଥିଲା। ଏହା ମୋର ମାଂସର ବହୁତ ଅଂଶ ଚିରି ବାହାର କରିଦେଲା।
📱 Get Argus News App
✨ମାଙ୍କଡ଼ଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମାଙ୍କଡ଼ଟି ମୋତେ ଜମା ଛାଡ଼ି ନ ଥିଲା "ମୋତେ ରକ୍ଷା କରିବାକୁ ପାଖରେ ବହୁ ଲୋକ ନ ଥିଲେ। ମୋ ଭାଇ ପଥର ଫିଙ୍ଗୁଥିଲା, କିନ୍ତୁ ସେ ମୋତେ ଛାଡୁ ନ ଥିଲା। ମାଙ୍କଡ଼ଟି ମୋତେ ପୁରା ରକ୍ତାକ୍ତ କରିଦେଇଥିଲା। ମୋର ହାଡ଼ଗୁଡ଼ିକ ଦେଖାଯାଉଥିଲା। ସେହି ଘଟଣା ମନେ ପଡ଼ିଲେ ଏବେବି ମୋ ଛାତି ଥରିଯାଉଛି। ତା'ପରେ ପରିବାର ମୋତେ ହସ୍ପିଟାଲ ନେଇଯାଇଥିଲେ। ଯେତେବେଳେ ସେମାନେ ଡ୍ରେସିଂ କରୁଥିଲେ, ମୋ ପରିବାର ଲୋକ ମୋ ପାଖରେ ଠିଆ ହୋଇଥିଲେ, ଜାଣି ନଥିଲେ ଯେ ମୁଁ ଆଉ ବଞ୍ଚିବି କି ନାହିଁ। କାରଣ ବହୁତ ରକ୍ତ ବାହାରୁଥିଲା।