ଆଜି ଲକ୍ଷ୍ନୌରେ ନିର୍ବନ୍ଧ, ନଭେମ୍ବର ୧୮ରେ ହେବ ବାହାଘର

Key Points
ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ କ୍ରିକେଟର ରିଙ୍କୁ ସିଂ
ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବାକୁ ଯାଉଛନ୍ତି କ୍ରିକେଟର ରିଙ୍କୁ
ଆଜି ଲକ୍ଷ୍ନୌରେ ନିର୍ବନ୍ଧ
ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ କ୍ରିକେଟର ରିଙ୍କୁ ସିଂ । ସମାଜବାଦୀ ପାର୍ଟିର ସର୍ବକନିଷ୍ଠ ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବାକୁ ଯାଉଛନ୍ତି କ୍ରିକେଟର ରିଙ୍କୁ । ରିଙ୍କୁ ସିଂ ଆଜି ଲକ୍ଷ୍ନୌର ଏକ ହୋଟେଲରେ ସାଂସଦ ପ୍ରିୟା ସରୋଜଙ୍କ ସହ ନିର୍ବନ୍ଧ କରିବେ । ନଭେମ୍ବର ୧୮ରେ ବାରାଣସୀର ହୋଟେଲ୍ ତାଜରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ବିବାହରେ ଅନେକ ରାଜନୈତିକ ନେତା ଏବଂ ଫିଲ୍ମ ତାରକା ଯୋଗଦେବେ । ଇଣ୍ଡିଆନ୍ ପ୍ରିମିୟର ଲିଗରୁ କ୍ୟାରିୟର ଆରମ୍ଭ କରିଥିବା ଆଲିଗଡ଼ର ବାସିନ୍ଦା ରିଙ୍କୁ ସିଂ ୨୦୨୩ରେ ଆଇପିଏଲ୍ ସମୟରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଯଶ ଦୟାଲଙ୍କୁ ଲଗାତାର ପାଞ୍ଚଟି ଛକା ମାରି ଚର୍ଚ୍ଚାକୁ ଆସିଥିଲେ ।
ସେହିପରୀ ବାରାଣସୀର କରଖିଆଓଁ ଗାଁର ପ୍ରିୟା ସରୋଜ ବହୁ ବର୍ଷ ଧରି ସମାଜବାଦୀ ପାର୍ଟି ସହିତ ସକ୍ରିୟ ଭାବରେ ଜଡିତ ଅଛନ୍ତି। 2024 ମସିହାରେ, ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ମଛଲିଶହରରୁ ବିଜୟୀ ହେବା ପରେ ସେ ଲୋକସଭାରେ ସବୁଠାରୁ କମ୍ ବୟସ୍କ ମହିଳା ସାଂସଦ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ସମାପ୍ତ କରିବା ପରେ ନୋଏଡାର ଆମିଟି ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି ।