Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ବିରାଟଙ୍କ ଅବସର ପରେ ୧୮ ନଂ ଜର୍ସି ପିନ୍ଧି କ୍ୟାପଟେନ୍ ରୂପରେ ପଡ଼ିଆକୁ ଓହ୍ଲାଇଲେ ରିଷଭ ପନ୍ତ!

Ritu Das
Browse all articles by Ritu Das
·8 months ago·2 min read
ବିରାଟଙ୍କ ଅବସର ପରେ ୧୮ ନଂ ଜର୍ସି ପିନ୍ଧି କ୍ୟାପଟେନ୍ ରୂପରେ ପଡ଼ିଆକୁ ଓହ୍ଲାଇଲେ ରିଷଭ ପନ୍ତ!

Key Points

ଏବେ ତାଙ୍କ ଅବସର ପରେ କୋହଲିଙ୍କ ସବୁଠାରୁ ପସନ୍ଦର ଜର୍ସି ମାନେ ନମ୍ବର ୧୮କୁ କବ୍ଜା କରିନେଇଛନ୍ତି ଭାରତର ଷ୍ଟାର କ୍ରିକେଟର ରିଷଭ ପନ୍ତ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ବିରାଟ କୋହଲି ଆଇପିଏଲ ୨୦୨୫ ଖେଳୁଥିବା ସମୟରେ ଟେଷ୍ଟ କ୍ୟାରିୟରରୁ ସନ୍ନ୍ୟାସ ଗ୍ରହଣ କରିଥିଲେ। କିଙ୍ଗ କୋହଲିଙ୍କ ହଠାତ ଏଭଳି ଅବସର ସମସ୍ତଙ୍କୁ ଚକିତ କରିଥିଲା। ଏବେ ତାଙ୍କ ଅବସର ପରେ କୋହଲିଙ୍କ ସବୁଠାରୁ ପସନ୍ଦର ଜର୍ସି ମାନେ ନମ୍ବର ୧୮କୁ କବ୍ଜା କରିନେଇଛନ୍ତି ଭାରତର ଷ୍ଟାର କ୍ରିକେଟର ରିଷଭ ପନ୍ତ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ପନ୍ତ ଦୀର୍ଘ ୩ମାସ ପରେ ଆଘାତରୁ ସୁସ୍ଥ ହେବା ପରେ ପଡ଼ିଆକୁ ଫେରିଛନ୍ତି।

ଏହାସହ ପଢ଼ନ୍ତୁ : ପ୍ରଥମ T20ରେ ଅର୍ଶଦୀପଙ୍କୁ ବାଦ୍ ଦେବା ପରେ ଟାର୍ଗେଟରେ ଗମ୍ଭୀର

ବିରାଟ କୋହଲିଙ୍କ ପସନ୍ଦ ଜର୍ସିକୁ କରିଲେ କବ୍ଜା




ସେ ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜରେ ଭାରତ ଏ ଦଳର ଅଧିନାୟକତ୍ୱ କରୁଛନ୍ତି। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଖେଳାଯାଉଛି। ରିଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ବିଶେଷ ଭାବରେ ଉଲ୍ଲେଖନୀୟ ଥିଲା। କାରଣ ସେ ୧୭ ନଂ ଜର୍ସି ନ ପିନ୍ଧି ୧୮ ନମ୍ୱର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ସେ ୧୮ ନମ୍ୱର ଜର୍ସିରେ ଭାରତ ଏ ଦଳର ଅଧିନାୟକ ହୋଇଛନ୍ତି।
ପନ୍ତ ୧୮ ନମ୍ବର ଜର୍ସି ପିନ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏବେ ସେ ଯେତେବଳେ ଭାରତ ପାଇଁ ଟଷ୍ଟ ମ୍ୟାଚ ଖେଳିବେ ତାଙ୍କୁ ଏହି ଜର୍ସିରେ ଦେଖିବାକୁ ମିଳିବ।

ଏହାସହ ପଢ଼ନ୍ତୁ : ICUରୁ ବାହାରିବା ପରେ ଆସିଲା ଶ୍ରେୟସ ଆୟରଙ୍କ ବଡ଼ ବୟାନ...ଆଘାତକୁ ନେଇ ଏମିତି କହିଲେ

ଚଳିତ ବର୍ଷ ଜୁଲାଇରେ ଇଂଲଣ୍ଡ ଗସ୍ତ ସମୟରେ ରିଷଭ ପନ୍ତ ଆଘାତ ପାଇଥିଲେ। ତାଙ୍କର ଗୋଡ଼ରେ ଆଘାତ ଲାଗିଥିଲା, ଯାହା ପାଇଁ ସେ ୩ ମାସ ହେବ ଖେଳରୁ ଦୂରରେ ରହିଥିଲେ। ସେ ଅକ୍ଟୋବରରେ ପଡ଼ିଆକୁ ଫେରିଛନ୍ତି।
ରିଷଭ ପନ୍ତ ଟସ୍ ଜିତି ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଏ ବିପକ୍ଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ରିଷଭ ପନ୍ତଙ୍କ ମ୍ୟାଚ୍ ଅଭ୍ୟାସ ଭାବରେ କାର୍ଯ୍ୟ କରିବ।

ଆହତ ପରେ ଦଳକୁ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମୁକାବିଲାରେ ପନ୍ତ ଗୁରୁତର ଭାବେ ଆହତ ହୋଇଥିଲେ। କ୍ରିସ ଓ୍ବକ୍ସଙ୍କ ବଲରେ ରିଭର୍ସ ସ୍ବିପ ମାରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେ ଏଥିରେ ସଫଳ ନ ହୋଇ ଆହତ ହୋଇଯାଇଥିଲେ। ପାଦରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପଡ଼ିଆରୁ ହିଁ ତୁରନ୍ତ  ହସ୍ପିଟାଲ ନିଆଯାଇଥିଲା। ଏହାପରେ ପଞ୍ଚମ ମ୍ୟାଚରେ ଆଉ ଖେଳିପାରି ନ ଥିଲେ। ପ୍ରାୟ ୩ ମାସ ପରେ ପନ୍ତ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସେ ୨୦୨୫ ମସିହା ଜୁଲାଇ ୨୩ରେ ଭାରତ ପାଇଁ ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚରେ ସେ ୫୪ ରନର ପାଳି ଖେଳିଥିଲେ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rishabh Pant Takes No.18 Jersey as Captain After Virat's Retirement | Argus News