Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rishabh Pant: କେବେ କ୍ରିଜ୍‌କୁ ଫେରିବେ ଋଷଭ ପନ୍ତ ? ଆସିଲା ବଡ଼ ଅପଡେଟ୍

Sushanta Sahoo
Browse all articles by Sushanta Sahoo
·10 months ago·2 min read
Rishabh Pant: କେବେ କ୍ରିଜ୍‌କୁ ଫେରିବେ ଋଷଭ ପନ୍ତ ? ଆସିଲା ବଡ଼ ଅପଡେଟ୍

Key Points

ମାଞ୍ଚେଷ୍ଟର ଟେଷ୍ଟରେ କ୍ରିସ୍ ବୋକ୍ସଙ୍କ ବିପକ୍ଷରେ ରିଭର୍ସ ସ୍ଵିପ୍ ମାରିବାକୁ ପ୍ରୟାସ କଲା ବେଳେ ଆହତ ହୋଇଥିଲେ ଋଷଭ । ବ୍ୟାଟ୍ ବଦଳରେ ବଲ୍ ସିଧା ଋଷଭଙ୍କ ପାଦରେ ବାଜିଥିଲା, ଆଉ ଏହି କାରଣରୁ ପନ୍ତ ଇଂଲଣ୍ଡ ସିରିଜ୍‌ର ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳି ପାରି ନଥିଲେ ।

ମୁମ୍ବାଇ: ଆହତ ଋଷଭ ପନ୍ତ ତାଙ୍କ ସ୍ଵାସ୍ଥ୍ୟକୁ ନେଇ ବଡ଼ ସୂଚନା ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଋଷଭଙ୍କ ପାଦ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଯାହା ପରେ ସେ କ୍ରିଜ୍‌ରୁ ଦୂରେଇ ରହିଥିଲେ । ଏବେ ସେ ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର୍ କରିଛନ୍ତି । ଯେଉଁଥିରେ ତାଙ୍କ ବାମ ପାଦରେ ଏବେ ବି ପଟି ବନ୍ଧା ଯାଇଛି । ଏବେ ସେ ଜିମରେ ଅଭ୍ୟାସ କରୁଥିବା ଦେଖା ଯାଉଛି । ଯେଉଁଥିରେ ସେ ଲେଖିଛନ୍ତି, ଜାଣିନି ଏଭଳି କେତେ ଦିନ ଆଉ କାଟିବାକୁ ପଡ଼ିବ ।


ଭାରତୀୟ ଦଳର ୱିକେଟ୍ ରକ୍ଷକ, ବ୍ୟାଟ୍ସମ୍ୟାନ ଋଷଭ ପନ୍ତ କିଛିଦିନ ତଳେ ଆଉ ଏକ ସୋସିଆଲ୍ ମିଡିଆ ପୋଷ୍ଟ କରିଥିଲେ । ଯେଉଁଥିରେ ଗୋଡ଼ରେ ପ୍ଲାଷ୍ଟର ଲାଗିଥିବା ଫଟୋ ସେୟାର କରିଥିଲେ । ୨ ଆଙ୍ଗୁଠିରେ ପଟି ବନ୍ଧା ଯାଇଥିଲା । ଋଷଭ ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ସେ ଜୀବନକୁ ଉପଭୋଗ କରିବା ଲାଗି ନିଜେ ପିଜ୍ଜା ତିଆରୁ କରୁଥିବା ନଜର ଆସିଥିଲେ ।


ତେବେ ଋଷଭ ପନ୍ତ କେବେ ଫେରିବେ ମୈଦାନକୁ । ଏନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟତା ଆସି ନାହିଁ । କିନ୍ତୁ କିଛି ସପ୍ତାହ ତଳେ ଆସିଥିବା ରିପୋର୍ଟରେ କୁହାଯାଇଥିଲା, ଋଷଭ ପନ୍ତ ସୁସ୍ଥ ହେବା ଲାଗି ପ୍ରାୟ ୬ ସପ୍ତାହ ସମୟ ଲାଗିପାରେ ।


କେମିତି ହେଲେ ଆହତ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମାଞ୍ଚେଷ୍ଟର ଟେଷ୍ଟରେ କ୍ରିସ୍ ବୋକ୍ସଙ୍କ ବିପକ୍ଷରେ ରିଭର୍ସ ସ୍ଵିପ୍ ମାରିବାକୁ ପ୍ରୟାସ କଲା ବେଳେ ଆହତ ହୋଇଥିଲେ ଋଷଭ । ବ୍ୟାଟ୍ ବଦଳରେ ବଲ୍ ସିଧା ଋଷଭଙ୍କ ପାଦରେ ବାଜିଥିଲା, ଆଉ ଏହି କାରଣରୁ ପନ୍ତ ଇଂଲଣ୍ଡ ସିରିଜ୍‌ର ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳି ପାରି ନଥିଲେ । ଆଘାତ କାରଣରୁ ଏସିଆ କପ୍‌ରେ ବି ସ୍ଥାନ ମିଳି ନାହିଁ ।


ଖେଳ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Rishabh Pant Injury Update: Shares Recovery Photo, Misses Asia Cup 2025 | Argus News | Argus News