Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ

Sports

ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ

ଅର୍ଗସ ବ୍ୟୁରୋ:  ଆଇପିଏଲ ୨୦୨୫ ପାଇଁ ନିଲାମୀ ପ୍ରକ୍ରିୟା ଜାରି ।  ସାଉଦି ଆରବରେ ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ମେଗା ଅକ୍ସନରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଶ୍ରେୟସ ଆୟରଙ୍କୁ ପଞ୍ଜାବ କିଙ୍ଗସ ୨୬ କୋଟି ୭୫ ଲକ୍ଷ ଟଙ୍କାରେ କିଣିବାର କିଛି ସମୟ ପରେ ଋଷଭ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ । ଦ୍ବିତୀୟ ରାଉଣ୍ଡରେ ମହମ୍ମଦ ସାମିଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୦ କୋଟି ଟଙ୍କାରେ କିଣିଥିଲା। ସେହିପରି ଅକସନରେ ମିଚେଲ ଷ୍ଟାର୍କ ଙ୍କୁ ୧୧କୋଟି ୭୫ ଲକ୍ଷ ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ ନେଇଥିବାବେଳେ ଜୋସ୍ ବଟଲରଙ୍କୁ ୧୫ କୋଟି ୭୫ ଲକ୍ଷ ଟଙ୍କାରେ ଗୁଜରାଟ ଟାଇଟାନ୍ସକୁ ଯାଇଛନ୍ତି।

ଅର୍ଶଦୀପ ସିଂହଙ୍କୁ ପଞ୍ଜାବ କିଙ୍ଗ୍ସ ୧୮ କୋଟି ଟଙ୍କାରେ କିଣିଛି । ନିଲାମୀ ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିବ। ମୋଟ ୫୭୪ ଜଣ ଖେଳାଳି ନିଲାମ ହେବେ। ଏମାନଙ୍କ ମଧ୍ୟରୁ ୪୮ ଜଣ ଭାରତୀୟ ଥିବା ବେଳେ ୧୯୩ ଜଣ ବିଦେଶୀ ଖେଳାଳି ରହିଛନ୍ତି। ନିଲାମ ପାଇଁ ପ୍ରଥମେ ପଞ୍ଜୀକରଣ କରିଥିବା ଖେଳାଳିଙ୍କ ସଂଖ୍ୟା ୧୫୭୪ ଥିଲା। ଚୂଡ଼ାନ୍ତ ତାଲିକାରେ ମୋଟ ୩୬୬ ଜଣ ଖେଳାଳି ଭାରତୀୟ ହୋଇଥିବା ବେଳେ ୨୦୮ ଜଣ ବିଦେଶୀ ଖେଳାଳି ଅଛନ୍ତି ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Rishabh Pant is the most expensive player for the 2025 edition of IPL | Argus News