Videos
|
Sports

ଗୋଟିଏ ଗୋଡ଼ରେ ମ୍ୟାଚ ଖେଳିଥିଲେ ରିଷଭ ପନ୍ତ, ଗୋଟିଏ ହାତରେ ମ୍ୟାଚ ଖେଳିଲେ କ୍ରିସ୍ ଓ୍ବକ୍ସ

Ritu Das
Browse all articles by Ritu Das
·12 months ago·2 min read
ଗୋଟିଏ ଗୋଡ଼ରେ ମ୍ୟାଚ ଖେଳିଥିଲେ ରିଷଭ ପନ୍ତ, ଗୋଟିଏ ହାତରେ ମ୍ୟାଚ ଖେଳିଲେ କ୍ରିସ୍ ଓ୍ବକ୍ସ

Key Points

ଗୋଟିଏ ଗୋଡ଼ରେ ମ୍ୟାଚ ଖେଳିଥିଲେ ରିଷଭ ପନ୍ତ

ଗୋଟିଏ ହାତରେ ମ୍ୟାଚ ଖେଳିଲେ କ୍ରିସ୍ ଓ୍ବକ୍ସ

ଖେଳ ଓ ଟିମ୍ ପ୍ରତି ପୁରା ସମର୍ପିତ

ଖେଳାଳି ମାନେ ପ୍ରମାଣିତ କରିଦେଲେ ଯେ ଟେଷ୍ଟ ମ୍ୟାଚ ବୋରିଂ ନୁହେଁ

ଲୋକମାନେ ପ୍ରାୟତଃ ଟେଷ୍ଟ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି ନାହିଁ। ଟି-୨୦ ଓ୍ବାନଡେ ଦେଖିବାକୁ ସବୁ ଦିଓ୍ବାନା। ଟେଷ୍ଟ କ୍ରିକେଟ ବହୁତ ଲମ୍ବା ସମୟ ଚାଲେବୋଲି ଏହାକୁ ବିରକ୍ତିକର କହିଥାନ୍ତି। କିନ୍ତୁ ଏହି ମତ ଏବେ ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି। ଭାରତ ସୋମବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟକୁ ୬ ରନ୍‌ରେ ଜିତି ନେଇଛି । ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ବରାବର ହୋଇଛି । ଭାରତ ଆଜିର ଏହି ବିଜୟ ସହ ଇଂଲଣ୍ଡ ବୋଲର କ୍ରିସ୍ ଓ୍ବକ୍ସଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି । ସେ ଓଭାଲ୍ ଟେଷ୍ଟର ଶେଷ ଦିନରେ ଯେଉଁ ସାହସ ଦେଖାଇଛନ୍ତି, ତାହା କ୍ରିକେଟ୍ ଇତିହାସରେ ସବୁ ଦିନ ପାଇଁ ମନେ ରହିବ। ଓ୍ବକ୍ସଙ୍କୁ ସୋସିଆଲ୍ ମିଡିଆର ଜୋରଦାର ପ୍ରଶଂସା କରାଯାଉଛି।


ଅନେକ ୟୁଜର ଓ୍ବକ୍ସଙ୍କ ମନୋବଳ ଆଗରେ ରିଷଭଙ୍କ ସାହସ ଫିକା ପଡ଼ିଥିବା କହିଛନ୍ତି । ଭାରତର ଷ୍ଟାର୍ ୱିକେଟ୍-କିପର ବ୍ୟାଟ୍ ପନ୍ତ ଚତୁର୍ଥ ମ୍ୟାଚରେ ଗୋଡ଼ରେ ଆଘାତ ସତ୍ତ୍ୱେ ବ୍ୟାଟିଙ୍ଗ ପାଇଁ ମୈଦାନକୁ ଓହ୍ଲାଇଥିଲେ। ଓଭାଲ୍ ଟେଷ୍ଟରେ ଇଂଲଣ୍ଡ ସାମନାରେ ୩୭୪ ରନ୍ ଲକ୍ଷ୍ୟ ଥିଲା । ଆୟୋଜକ ଇଂଲଣ୍ଡ ୩୬୭ ରନ୍‌ରେ ୯ ୱିକେଟ୍ ହରାଇଥିଲା । ଜୋଶ ଟାଙ୍ଗ (୯) ନବମ ୱିକେଟ୍ ରୂପେ ଆଉଟ୍ ହୋଇଥିଲେ । ଏହାପରେ କ୍ରିସ୍ ଓ୍ବକ୍ସ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ ଗୋଟିଏ ବି ବଲ୍ ଖେଳି ନଥିଲେ, କିନ୍ତୁ ଟିମ୍‌ର ଅସୁବିଧା ସମୟରେ ଆହତ ସତ୍ତ୍ୱେ ମୈଦାନକୁ ଓହ୍ଲାଇବା ଓ ଦଳକୁ ଜିତାଇବା ନେଇ ତାଙ୍କ ମନୋବଳ ଲୋକଙ୍କ ମନ ଜିତିଛି। ଓ୍ବକ୍ସ ରବିବାର ଷ୍ଟାଡିୟମର ଇନଡୋରରେ ଗୋଟିଏ ହାତରେ ବ୍ୟାଟିଂ ଅଭ୍ୟାସ କରିଥିଲେ ଓ ସନ୍ଧ୍ୟା ସେସନରେ ନିଜ କିଟ୍ ପିନ୍ଧିଥିବା ନଜର ଆସିଥିଲେ। ଇଂଲଣ୍ଡ ବ୍ୟାଟର୍ ରୁଟ୍ କହିଥିଲେ ଯେ ଓ୍ବକ୍ସଙ୍କ ପ୍ରସ୍ତୁତି ଦର୍ଶାଉଛି ସେ ଟିମ୍ ପାଇଁ କେତେ ସମର୍ପିତ ଅଛନ୍ତି । ଆହତ ସମସ୍ୟ ଯୋଗୁ ୱୋକ୍ସ ପ୍ରଥମ ଇନିଂସରେ ବ୍ୟାଟିଂ କରିନଥିଲେ । ଇଂଲଣ୍ଡ ବର୍ତ୍ତମାନ ସୁଦ୍ଧା ୱୋକ୍ସଙ୍କ ଆହତ ବାବଦରେ ପୂରା ସୂଚନା ଦେଇ ନାହିଁ । ମ୍ୟାଚ୍ ପରେ ତାଙ୍କ ହାତର ସ୍କ୍ରିନ୍ କରାଯିବ । ତେବେ ଏହି ଆହତ କାରଣରୁ ନଭେମ୍ୱର ୨୧ରୁ ଆରମ୍ଭ ହେବାକୁ ଥିବା ଆସେସ୍ ଟେଷ୍ଟରେ ସେ ଟିମର ସଦସ୍ୟ ନ ହୋଇପାରନ୍ତି।

rishabh-pant-played-the-match-on-one-leg-chris-woakes-played-the-match-with-one-hand | Argus News