Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଦିଲ୍ଲୀ କ୍ୟାପିଟାଲ୍ସରୁ ବିଦା ହେଲେ ରିଷଭ

Ritu Das
Browse all articles by Ritu Das
·1 year ago·2 min read
ଦିଲ୍ଲୀ କ୍ୟାପିଟାଲ୍ସରୁ ବିଦା ହେଲେ ରିଷଭ

ଅର୍ଗସ ବ୍ୟୁରୋ: ଆଇପିଏଲ-୨୦୨୫ ପୂର୍ବରୁ ପତ୍ୟେକ ଦଳ ନିଜର ରିଟେନସନ ତାଲିକା ଜାରି କରିଛନ୍ତି । ତେବେ ଏହି ତାଲିକାରେ ସବୁଠୁ ଆଶ୍ଚର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳର ଅଧିନାୟକ ଋଷଭ ପନ୍ତଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରିଛି ଦିଲ୍ଲୀ । ଆସନ୍ତା ସିଜନ ପାଇଁ ଦଳ କେବଳ ୪ ଜଣ ଖେଳାଳିଙ୍କୁ ରିଟେନ୍ କରିଛି । ଅକ୍ସର ପଟେଲ, କୁଳଦୀପ ଯାଦବ, ଟ୍ରିଷ୍ଟନ ଷ୍ଟବ୍ସ ଏବଂ ଅଭିଷେକ ପୋରେଲଙ୍କୁ ଦଳ ରିଟେନ୍ କରିଥିବା ବେଳେ ରିଷଭ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି । ତେଣୁ ଆଗାମୀ ମେଗା ଅକ୍ସନରେ ନିଲାମ ପାଇଁ ସାମିଲ ହେବେ ଋଷଭ ପନ୍ତ । ତେବେ ଏହାଭିତରେ ପନ୍ତଙ୍କୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସ ରିଷଭଙ୍କୁ କାହିଁକି ବିଦା କଲା ତାହା ସବୁଠୁ ବଡ଼ ପ୍ରଶ୍ନ। 

କୁହାଯାଉଛି ଯେ, ରିଷଭ ପନ୍ତ କ୍ୟାପଟେନସି ଚାହୁଁଥିଲେ। ଏହା ସହ କୋଚ୍ ଏବଂ ସପୋର୍ଟ ଷ୍ଟାଫ୍ ନିଯୁକ୍ତି ସହ ଜଡିତ ହେବାକୁ ଚାହୁଁଥିଲେ। ହେଲେ ଦଳ ଏହା ଚାହୁଁ ନ ଥିଲା। ଦଳ ଋଷଭଙ୍କୁ ରଖିବାକୁ ଚାହୁଁଥିଲେ ବି ଅଧିନାୟକ କରିବାକୁ ରାଜି ନ ଥିବାରୁ ପନ୍ତ ଦଳରେ ରହିବାକୁ ରାଜି ହୋଇନଥିଲେ। ଏଥିପାଇଁ  ତାଙ୍କୁ ଡିସି, ଦଳରୁ ବିଦା କରାଗଲା। ଆଇପିଏଲ-୨୦୨୫ରେ ଋଷଭ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଦିଲ୍ଲୀ କ୍ୟାପିଟାଲ୍ସର ରିଟେନସନ ତାଲିକାରୁ ବାଦ୍ ପଡ଼ିବା ପରେ ଋଷଭଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହେଉଛି । ଆଇପିଏଲ-୨୦୨୫ରେ ଋଷଭ କେଉଁ ଦଳରେ ସାମିଲ ହେବେ, ତାହା ଏବେ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଏହାଭିତରେ ଚେନ୍ନାଇର ପୂର୍ବତନ ଉପ-ଅଧିନାୟକ ସୁରେଶ ରାଇନା ଏକ ବଡ଼ ସଙ୍କେତ ଦେଇଛନ୍ତି । ଆସନ୍ତା ସିଜନ ପାଇଁ ରିଷଭ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି ରାଇନା । ସୁରେଶ ରାଇନା କହିଛନ୍ତି ଯେ, କିଛି ଦିନ ତଳେ ରିଷଭ ଧୋନୀଙ୍କ ସହ ଦେଖା କରିଥିଲେ । ଏହି ମିଟିଙ୍ଗରେ ଧୋନୀ ଏବଂ ପନ୍ତ ଆଗାମୀ ସିଜନକୁ ନେଇ ଆଲୋଚନା କରିଥାଇ ପାରନ୍ତି । ତେଣୁ ଖୁବଶୀଘ୍ର ପନ୍ତ ଧୋନୀଙ୍କ ଦଳରେ ୟେଲୋ ଜର୍ସିରେ ଦେଖିବାକୁ ମିଳିପାରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅକ୍ଟୋବର ୩୧ ତାରିଖରେ ଆଇପିଏଲ-୨୦୨୫ ପାଇଁ ରିଷଭଙ୍କ ବିନା ରିଟେନସନ ଲିଷ୍ଟ ଜାରି କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଆଇପିଏଲରେ ଦିଲ୍ଲୀ ପକ୍ଷରୁ ଋଷଭ ୧୧୧ଟି ମ୍ୟାଚ ଖେଳି ୩୫.୩୧ ହାରରେ ୩୨୮ ରନ୍ ସଂଗ୍ରହ କରିଛନ୍ତି । ୱିକେଟ କିପିଙ୍ଗ ସହ ଦମଦାର ବ୍ୟାଟିଂ କରି ସେ ଦଳକୁ ୨ ଥର ଫାଇନାଲରେ ପ୍ରବେଶ କରାଇଛନ୍ତି । ତେବେ ରିଷଭଙ୍କ ନେତୃତ୍ୱରେ ଦଳ ଚମ୍ପିଆନ୍ ହେବାରେ ଫେଲ ହୋଇଛି । ତେବେ ଆଗାମୀ ସିଜନ ପାଇଁ ନୂଆ ଅଧିନାୟକ ଖୋଜୁଛି ଦିଲ୍ଲୀ କ୍ୟାପିଟାଲ୍ସ। କ୍ରିକେଟର ଅକ୍ଷର ପଟେଲ ଓ ଶ୍ରେୟସ୍ ଆୟରଙ୍କ ନାମ ଏବେ ଚର୍ଚ୍ଚାରେ ରହିଛି।

 ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Rishav | Argus News