ରାସ୍ତାରେ ଛୋଟ ପିଲାଙ୍କ ସହ ନଜର ଆସିଲେ ରିଷଭ ପନ୍ତ

ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କର ନୂଆ କାହାଣୀ। ରାସ୍ତାରେ ଛୋଟ ପିଲାଙ୍କ ସହ ନିଜେ ବି ଛୋଟ ପିଲା ହୋଇଯାଇଛନ୍ତି। ରିଷଭ ପନ୍ତ କ୍ରିକେଟ ଠାରୁ ତ ବହୁ ଦୂରରେ ଅଛନ୍ତି। କାର ଦୁର୍ଘଟଣା ପରେ ଆଘାତରୁ ମୁକ୍ତି ପାଇଥିବା ପନ୍ତଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଛି। ପନ୍ତ ରାସ୍ତା ମଝିରେ ପିଲାମାନଙ୍କ ସହ ଗୁଲି ଖେଳୁଥିବା ଦେଖାଯାଇଛି। ସତରେ ନୂଆ ଲୁକ୍ସରେ ପନ୍ତ। ଏହି ସମୟରେ ପନ୍ତଙ୍କୁ ହାଫ ପ୍ୟାଣ୍ଟ ଏବଂ ଟି-ଶର୍ଟ ଦେଖିବାକୁ ମିଳିଥିଲା। ପ୍ରଥମଥର ପାଇଁ ପନ୍ତଙ୍କ ଏପରି ଭିଡିଓ ଦେଖିବାକୁ ମିଳିଛି। ପିଲାମାନଙ୍କ ସହ ଏହି ଭିଡିଓକୁ ବହୁ ୟୁଜର୍ସ ଲାଇକ କରୁଛନ୍ତି।
ଭାରତୀୟ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜେ ଏହି ଷ୍ଟାଟସ ଶେୟାର କରିଛନ୍ତି। ପନ୍ତ ତଳେ ବସି ପିଲାମାନଙ୍କ ସହ ମସ୍ତି କରୁଛନ୍ତି। ଆପଣ ବି ଦେଖିଲେ ହଠାତ ଚିହ୍ନିପାରିବେନି। ସେ ଏପରି ଢଙ୍ଗରେ ଖେଳୁଛନ୍ତି ଯେପରି ଖେଳିବାରେ ତାଙ୍କର ଅନେକ ଅଭ୍ୟାସ ରହିଛି। ଆଉ ସେହି କୁନି କୁନି ପିଲାମାନେ ତାଙ୍କ ଫ୍ୟାନ ହୋଇଯାଇଛନ୍ତି।
୨୦୨୨ ମସିହା ଡିସେମ୍ବର ଶେଷ ସପ୍ତାହରେ ପନ୍ତ ଏକ ଭୟଙ୍କର କାର ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଆଣ୍ଠୁ ଏବଂ ଗୋଡର ଅପରେଶନ ସଫଳ ହୋଇଥିଲା। ଏହି ଦୁର୍ଘଟଣା ପରେ ପନ୍ତ ଅନେକ ବଡ଼ କ୍ରିକେଟ ଇଭେଣ୍ଟରୁ ବାଦ ପଡ଼ିଥିଲେ। ଏହାବ୍ୟତୀତ ସେ ଆଇପିଏଲ ୨୦୨୩କୁ ମଧ୍ୟ ମିସ କରିଥିଲେ। ଚଳିତବର୍ଷ ମଧ୍ୟ ଆଇପିଏଲ ସେ ଖେଳିବେ ନାହିଁ।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର