Videos
|
Sports

ରିତିକା କହିଲେ ୟୁଜବେନ୍ଦ୍ର ଚହଲ ହେଉଛନ୍ତି ଜଣେ କାର୍ଟୁନ

Ritu Das
Browse all articles by Ritu Das
·1 year ago·1 min read
ରିତିକା କହିଲେ ୟୁଜବେନ୍ଦ୍ର ଚହଲ ହେଉଛନ୍ତି ଜଣେ କାର୍ଟୁନ

Key Points

ରିତିକା କହିଲେ ଚହଲ ହେଉଛନ୍ତି ଜଣେ କାର୍ଟୁନ

'who is the boss'ରେ ପହଞ୍ଚିଲେ ଶର୍ମା ଦମ୍ପତି

ପ୍ରଥମେ ଧଓ୍ବନଙ୍କୁ ନେଇ ପ୍ରତିକ୍ରିୟା ଦେଇଥିଲେ ରୋହିତ

ଭାରତୀୟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ତାଙ୍କ ପତ୍ନୀ ରିତିକା ସଜଦେହ ନିକଟରେ ଏକ ୟୁଟ୍ୟୁବ ଶୋ' 'who is the boss'ରେ ପହଞ୍ଚିଥିଲେ। ଏହି ଶୋ'ର ହୋଷ୍ଟ ହେଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ ଏବଂ ତାଙ୍କ ପତ୍ନୀ ଗୀତା ବାସରା। ଶୋ'ରେ ଏକ ଗେମିଂ ସେଗମେଣ୍ଟ ହୋଇଥିଲା। ଯେଉଁଥିରେ ରୋହିତ ଏବଂ ରିକତିକାଙ୍କୁ କିଛି କ୍ରିକେଟରଙ୍କ ଫଟୋ ଦେଖାଯାଇଥିଲା। ଆଉ ଫଟୋ ଦେଖିବାପରେ ସେମାନଙ୍କୁ ନେଇ ଏକ ପ୍ରତିକ୍ରିୟା ଦେବାକୁ କୁହାଯାଇଥିଲା। ପ୍ରଥମେ ଧଓ୍ବନଙ୍କୁ ନେଇ ପ୍ରତିକ୍ରିୟା ଦେଇଥିଲେ ରୋହିତ।

ରୋହିତ ଧଓ୍ବନଙ୍କୁ କହିଲେ ଜଟ୍ଟ। ଏହାପରେ ଚହଲଙ୍କ ଫଟୋ ଆସିଥିଲା। ରୋହିତ ଚହଲଙ୍କ ଫଟୋକୁ ଦେଖି ହସିଲେ, କିଛି ବି କହିଲେନି କିନ୍ତୁ ରିତିକା କହିଲେ ଚହଲ ହେଉଛନ୍ତି କାର୍ଟୁନ। କାର୍ଟୁନ କହିବାରୁ ହରଭଜନ ଏବଂ ତାଙ୍କ ପତ୍ନୀ ଗୀତା ବହୁତ ହସିଥିଲେ। ରୋହିତ ଏବଂ ରିତିକା ଚହଲଙ୍କ ସହିତ ବହୁତ କ୍ଲୋଜ। ରିତିକା ଆଉ ମଧ୍ୟ କହିଲେ ସେ ଆମ ପରିବାରର ଜଣେ ସଦସ୍ୟ। ସାନ ଭାଇ ଭଳି ମୁଁ ତାକୁ ଭଲ ପାଏ। ସେ ବହୁତ ଫନି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ritika-says-yuzvendra-chahal-is-a-cartoon | Argus News