ବାରବାଟୀକୁ ସବୁଦିନ ପାଇଁ ବାଏ ବାଏ କହିବେ ରୋ-କୋ

ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ହେବାକୁ ଯାଉଛି ବଡ଼ ମ୍ୟାଚ। ଇଣ୍ଡିଆ ବନାମ ଇଂଲଣ୍ଡ ଓ୍ବାନଡେ ମ୍ୟାଚ। ତେବେ ଚର୍ଚ୍ଚା ହେଉଛି ବାରବାଟୀରେ ରୋହିତ ଏବଂ କୋହଲିଙ୍କ ପାଇଁ ଶେଷ ଦିନିକିଆ ମ୍ୟାଚ ହେବ ବୋଲି କୁହାଯାଉଛି। ଅର୍ଥାତ କିଙ୍ଗ କୋହଲି ଏବଂ ହିଟମ୍ୟାନଙ୍କୁ ଫ୍ୟାନ୍ସ ମାନେ ଓଡ଼ିଶା ମାଟିରେ ଶେଷ ଥର ପାଇଁ ଦେଖିବେ। ସେଥିପାଇଁ ଫ୍ୟାନ୍ସମାନେ ଟିକେଟ କିଣିବା ପାଇଁ ନାହିଁ ନ ଥିବା ଭିଡ଼ ଜମାଉଛନ୍ତି। ଷ୍ଟାଡିୟମ ଆଗରେ ଭିଡ଼ ଆଉ ଦଳାଚକଟା ପରିସ୍ଥିତି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମତୁଆଲା କିଏ କହୁଛି ରୋହିତ କୁ ଦେଖିବୁ ତ ଆଉ କିଏ କହୁଛି କୋହଲିଙ୍କର ଗୋଟିଏ ଝଲକ ଦେଖିବାକୁ ଚାହୁଁଛି। ତ ଆଉ କିଏ କହୁଛି ସାମିଙ୍କ ବୋଲିଂର ମୁଁ ଦିଓ୍ବାନା। ବାରବାଟୀରେ ଆସନ୍ତା ରବିବାର ହାଇ ଭୋଲଟେଜ ମ୍ୟାଚ। ଟି-୨୦ ଫର୍ମାଟରୁ ରୋହିତ ଏବଂ କୋହଲି ବିଦାୟ ନେଇସାରିଥିବାବେଳେ ଏବେ ଦିନିକିଆ ମ୍ୟାଚରୁ ଅବସର ନେଇପାରନ୍ତି ବୋଲି କୁହାଯାଉଛି।
ତେବେ ଏକଥା କହିବା ପଛରେ ଅନେକ କାରଣ ରହିଛି। ପ୍ରତମ ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ବାରବାଟୀକୁ ଖୁବ କମ ଏବଂ ଅଧିକ ସମୟ ବ୍ୟବଧାନରେ ଦିନିକିଆ ମ୍ୟାଚ ମିଳିବା। ୨୦୧୯ ମସିହା ଡିସେମ୍ବର ମାସରେ ବାରବାଟୀରେ ଶେଷଥର ପାଇଁ ଓ୍ବାନଡେ ମ୍ୟାଚ ଖେଳଯାଇଥିଲା। ଏହାର ପ୍ରାୟ ୫ବର୍ଷ ପରେ ପୁଣି ଥରେ ବାରବାଟୀକୁ ଏକ ଓ୍ବାନଡେ ମ୍ୟାଚ ମିଳିଛି। ଯଦି ଏଭଳି ପ୍ରକ୍ରିୟା ଆଗକୁ ଏମିତି ଚାଲୁ ରହେ ତେବେ ହୁଏତ ପରବର୍ତ୍ତୀ ଦିନିକିଆରେ ରୋହିତ ଏବଂ କୋହଲିଙ୍କୁ ବାରବାଟୀରେ ଖେଳିବାର ଦେଖିବାକୁ ନ ମିଳିପାରେ। ଏହାଛଡ଼ା ଇଂଲଣ୍ଡ ବନାମ ଇଣ୍ଡିଆର ଓ୍ବାନଡେ ମ୍ୟାଚ ପରେ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି। ସେହିପରି ୨୦୨୭ରେ ହେବାକୁ ଯାଉଛି ଦିନିକିଆ ବିଶ୍ବକପ। ତେଣୁ ଏହାରି ଭିତରେ ବାରବାଟୀକୁ ଯଦି କୌଣସି ଦିନିକିଆ ମ୍ୟାଚ ନ ମିଳେ ଆଉ ଓ୍ବାନଡେ ମ୍ୟାଚରୁ ରୋହିତ କୋହଲି ଅବସର ଘୋଷଣା କରନ୍ତି ତେବେ ଫ୍ୟାନ୍ସ ମାନେ ନିଶ୍ଚିତ ନିରାଶ ହେବେ। ତେବେ ଯାହା ହେଉନା କାହିଁକି ସମସ୍ତେ ଆଶା ରଖିଛନ୍ତି ବାରବାଟୀରେ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ। ଯେଉଁଥିରେ ରୋହିତ ଏବଂ କୋହଲିଙ୍କ ବ୍ୟାଟରୁ ଛକା ଚଉକାର ବର୍ଷା ଦେଖିବାକୁ ମିଳିବ। ତେବେ ସବୁ ଅପେକ୍ଷା ଫେବୃୟାରୀ ୯କୁ।