Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଗିଲେ ରୋହିତ: ସୋସିଆଲ ମିଡ଼ିଆରେ ଜାହିର କଲେ ଅସନ୍ତୋଷ

Sports

ରାଗିଲେ ରୋହିତ: ସୋସିଆଲ ମିଡ଼ିଆରେ ଜାହିର କଲେ ଅସନ୍ତୋଷ

Ritu Das
Browse all articles by Ritu Das
·2 years ago·2 min read
ରାଗିଲେ ରୋହିତ: ସୋସିଆଲ ମିଡ଼ିଆରେ ଜାହିର କଲେ ଅସନ୍ତୋଷ

ଅର୍ଗସ ବ୍ୟୁରୋ: ଏବେ କିଛି ଦିନ ହେଲା ଇଣ୍ଡିଆ ଟିମର କ୍ୟାପଟେନ ରୋହିତ ଶର୍ମା ଆଇପିଏଲରୁ ଫ୍ରି ହୋଇଛନ୍ତି। ସୋସିଆଲ ମିଡ଼ିଆ ହେଉ କିମ୍ବା ଟିଭି ହେଡଲାଇନ୍ସ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ରୋହିତ୍ ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଷ୍ଟାର ସ୍ପୋର୍ଟ୍ସକୁ ନେଇ ରୋହିତ ମୁହଁ ଖୋଲିବା ପରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଷ୍ଟାର ସ୍ପୋର୍ଟ୍ସକୁ ବିରୋଧ ତେଜିବାରେ ଲାଗିଛି । ରୋହିତଙ୍କ କହିବା ମୁତାବକ, ଷ୍ଟାର ସ୍ପୋର୍ଟ୍ସକୁ ସେ ମନା କରିବା ସତ୍ତ୍ବେ ତାଙ୍କ କଥାବାର୍ତ୍ତାକୁ ରେକର୍ଡ କରାଯାଇଥିଲା ଏପରିକି ତାହାକୁ ପ୍ରସାରିତ ମଧ୍ୟ କରାଗଲା । ଯାହା ରୋହିତଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଆଘାତ ଦେଇଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Rohit Sharma (@ImRo45) May 19, 2024

ସୂଚନା ମୁତାବକ, ୨୦୨୪ ଆଇପିଏଲ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବ ଖେଳାଳି ଧବଲ କୁଲକର୍ଣ୍ଣି ଏବଂ ଅନ୍ୟ ଖେଳାଳିଙ୍କ ସହ ବାର୍ତ୍ତାଳାପ କରିଥିଲେ ରୋହିତ ଶର୍ମା । ଯାହା ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟ ଟିମ୍ ରେକର୍ଡ କରିଥିଲା, ସେଥିରୁ ଅଡ଼ିଓ କ୍ଲିପ କାଟିଦେବାକୁ କ୍ୟାମେରା ପର୍ସନଙ୍କୁ ଅନୁରୋଧ କରିଥିଲେ ହିଟମ୍ୟାନ୍ ରୋହିତ ଶର୍ମା । କିନ୍ତୁ ଏହାକୁ ଷ୍ଟାର ସ୍ପୋର୍ଟ୍ସ ଟିମ୍ ଏକ୍ସକ୍ଲୁସିଭ୍ କଣ୍ଟେଣ୍ଟ୍ କରି ପ୍ରସାରିତ କରିଥିଲା । ଏପରିକି କେକେଆର ଟିମର ସହକାରୀ କୋଚ୍ ଅଭିଷେକ ନାୟର ଏବଂ ରୋହିତଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ମଧ୍ୟ ଟେଲିକାଷ୍ଟ କରିଥିଲା ଷ୍ଟାର ସ୍ପୋର୍ଟ୍ସ, ଯାହାକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି ରୋହିତ ଶର୍ମା ।
ଟ୍ୱିଟ୍ କରି ରୋହିତ୍ ଲେଖିଛନ୍ତି ଯେ, କ୍ରିକେଟରଙ୍କ ଦୈନନ୍ଦିନ ଜୀବନରେ ଏବେ କ୍ୟାମେରା ଅଧିକ ହସ୍ତକ୍ଷେପ କରୁଛି । ସାଙ୍ଗ-ସାଥୀଙ୍କ ସହ ଟ୍ରେନିଂ ହେଉ କିମ୍ବା ପରିବାର ସହ ଏକାନ୍ତ ସମୟ ବିତାଇବା, ସବୁକିଛି ରେକର୍ଡ ହେଉଛି । ଷ୍ଟାର ସ୍ପୋର୍ଟ୍ସକୁ ମୁଁ ବାରଣ କରିବା ପରେ ବି ସେମାନେ ଏକ ଭିଡ଼ିଓକୁ ଟେଲିକାଷ୍ଟ କରିଲେ, ଯାହା ଗୋପନୀୟତାର ଉଲ୍ଲଂଘନ ଅଟେ । ଯଦି ଏଥିରେ ପ୍ରତିବନ୍ଧକ ନଲଗାଯାଏ ତେବ ଏକ୍ସକ୍ଲୁସିଭ୍ ଭିଡ଼ିଓ, ଏନଗେଜମେଣ୍ଟ ଚକ୍କରରେ ଦିନେ ଫ୍ୟାନ୍ସ, କ୍ରିକେଟର ଏବଂ କ୍ରିକେଟ୍ ମଧ୍ୟରେ ଥିବା ବିଶ୍ୱାସକୁ ଭାଙ୍ଗିଦେବ।

ତେବେ ଏହି ଘଟଣା ପରେ ବ୍ରଡକାଷ୍ଟରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଏହି ସବୁ ଆରୋପକୁ ଖଣ୍ଡନ କରିଛନ୍ତି। ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ କୁହାଯାଇଛି ଏହି ଭିଡିଓ ମେ' ୧୬ରେ ନିଆଯାଇଥିଲା। ଯେତେବେଳେ ଓ୍ବାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଅଭ୍ୟାସ କରୁଥିଲା। ଯାହାର ଅଥରାଇଜଡ ଆକସେସ ଉକ୍ତ ଚାନେଲ ନିକଟରେ ଥିଲା। ଏଥିରେ ଜଣେ ସିନିୟର ଖେଳାଳି ତାଙ୍କ ଜୁନିୟର ଫେଳାଳିଙ୍କ ସହ କଥା ହେଉଥିଲେ। ଏହି ଭିଡିଓକୁ ଷ୍ଟାର ସ୍ପୋର୍ଟ୍ସ ପ୍ରି-ମ୍ୟାଚ ଅଭ୍ୟାସ ବେଳେ ଲାଇଭ କଭରେଜ ବେଳେ ଦେଖାଯାଇଥିଲା। ଏହା ରେକର୍ଡେଡ ନ ଥିଲା। ଆଉ ଏହି ଭିଡିଓ ଦେଖାଇବା ବି ଚ୍ୟାନେଲ କର୍ତ୍ତୃପକ୍ଷଙ୍କ ମତ ନିଆଯାଇଥିଲା। ଷ୍ଟାର ଚ୍ୟାନେଲ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗୋପନୀୟତା ରଖେ ଏବଂ ଖେଳାଳିଙ୍କୁ ସମ୍ମାନ କରେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus Whatsapp Channel Mobile Top
Sponsored
Rohit is verumuch | Argus News