Videos
|
Sports

Cricket Controversy / 'ଗୌତମ ଭାଇ, ଟିମ୍ ଇଣ୍ଡିଆକୁ ଆସନ୍ତୁ...' ରୋହିତ ନିଜେ ଗୌତମ ଗମ୍ଭୀରଙ୍କ ସପକ୍ଷରେ ବାହାରିଥିଲେ…ଆଉ ଏବେ

Ritu Das
Browse all articles by Ritu Das
·1 month ago·3 min read
'ଗୌତମ ଭାଇ, ଟିମ୍ ଇଣ୍ଡିଆକୁ ଆସନ୍ତୁ...' ରୋହିତ ନିଜେ ଗୌତମ ଗମ୍ଭୀରଙ୍କ ସପକ୍ଷରେ ବାହାରିଥିଲେ…ଆଉ ଏବେ
Cricket

Key Points

ଆଇସିସି ଟି-୨୦ ପୁରୁଷ ବିଶ୍ପକପ ୨୦୨୪ର ଟ୍ରଫି ଜିତିବାପରେ ଭାରତୀୟ ଦଳରେ ବହୁତ ସାରା ପରିବର୍ତ୍ତନ ହୋଇଛି
କୋଚ ହେବାପରେ ବଦଳିଗଲେ ଗମ୍ଭୀର ବୋଲି ରୋହିତ କହିଛନ୍ତି
ଆଇସିସି ଟି-୨୦ ପୁରୁଷ ବିଶ୍ପକପ ୨୦୨୪ର ଟ୍ରଫି ଜିତିବାପରେ ଭାରତୀୟ ଦଳରେ ବହୁତ ସାରା ପରିବର୍ତ୍ତନ ହୋଇଛି। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ପୂରା ହୋଇଯାଇଥିଲା। ଆଉ ଟିମ ପାଇଁ ଜଣେ ମୁଖ୍ୟ କୋଚଙ୍କୁ ଖୋଜାଯାଉଥିଲା। ସେହି ସମୟରେ ବହୁ ନାଁ ଚର୍ଚ୍ଚାରେ ଥିଲା। ତେବେ ଗୌତମଙ୍କ ନାଁ ସବୁଠୁ ଆଗରେ ଥିଲା।

ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଗୌତମ ଗମ୍ଭୀର କେବଳ ବିସିସିଆଇର ପସନ୍ଦ ନଥିଲେ ରୋହିତ ଶର୍ମାଙ୍କ ପାଇଁ ମଧ୍ୟ ଖାସ ଥିଲେ। ରୋହିତ ନିଜେ ଗମ୍ଭୀରଙ୍କୁ ଭାରତୀୟ ଟିମର ଦାୟିତ୍ବ ନେବାକୁ ନିଜର ପକ୍ଷ ରଖିଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଏବେ ପଡ଼ୁନି। ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।  ରିପୋର୍ଟ ଅନୁସାରେ, ଆଇପିଏଲ ୨୦୨୪ରେ ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଏକ ଟ୍ରେନିଙ୍ଗ ସେସନ ସମୟରେ ରୋହିତ ଗମ୍ଭୀରଙ୍କୁ କହିଥିଲେ, “ଗୌତି ଭାଇ, ଇଣ୍ଡିଆ ଟିମକୁ ଫେରିଆସ”। ରିପୋର୍ଟ ହିସାବରେ ଗମ୍ଭୀର ହସି ହସି କହିଥିଲେ, “ଯଦି ତୁମେ କ୍ୟାପ୍ଟେନ ରୁହ ତେବେ ମୁଁ ନିଶ୍ଚିତ କମବ୍ୟାକ କରିବି।“

ଆଉ କିଛି ଦିନ ପରେ ସେଇଆ ହିଁ ହେଲା ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେଲା, ଗୌତମ ଗମ୍ଭିର ଟିମ ଇଣ୍ଡିଆର ମୁଖ୍ୟ କୋଚ ହୋଇଗଲେ। ଆଉ ରୋହିତ ଶର୍ମା ଅଧିନାୟକ ଭାବେ ତାଙ୍କ ସହ କାମ କରିଲେ। କିନ୍ତୁ ରୋହିତଙ୍କୁ ତାଙ୍କର କିଛି ବନ୍ଧୁ ପୂର୍ବରୁ ଚେତାଇଥିଲେ ଯେ, ଦ୍ରାବିଡ ଏବଂ ଗମ୍ଭୀର ଦୁହିଁଙ୍କର କାମ କରିବା ଶୈଳୀ ସମ୍ପୂର୍ଣ୍ଣ ଅଲଗା।

ରୋହିତଙ୍କୁ କୁହାଯାଇଥିଲା ଯେ, ଖେଳାଳିଙ୍କ ସହ ଦ୍ରାବିଡଙ୍କ ସମ୍ପର୍କ ଶାନ୍ତ ସ୍ବଭାବ ଏବଂ ଭଲ ପାଇବା ଭରା ରହିବ। କିନ୍ତୁ ଗମ୍ଭୀରଙ୍କ ଆଚରଣ ଏକଦମ ଶକ୍ତ ଏବଂ ସ୍ପଷ୍ଟ। ଏମିତିରେ ଉଭୟଙ୍କ ମଧ୍ୟରେ ଜମା ତାଳମେଳ ରହିବନାହିଁ। କିନ୍ତୁ ସେତେବେଳେ ରୋହିତ ଏହି କଥାକୁ ସେତେ ଗୁରୁତ୍ବ ଦେଇ ନ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଅଷ୍ଟ୍ରେଲିଆ ଗସ୍ତ ପରେ ସମ୍ପର୍କ ବିଗିଡ଼ିବାକୁ ଲାଗିଲା

ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ଆରମ୍ଭ ହେବାପରେ ଯାହା ଆଶା ଥିଲା। ତାହା ଫଳସ୍ବରୂପ ହେଲା ନହିଁ। ଭାରତର ହୋମ ଗ୍ରାଉଣ୍ଡରେ ଘରୋଇ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ପରାସ୍ତ ହୋଇଥିଲା। ଏହାପରେ ବର୍ଡର ଗାଭାସ୍କାର ଟ୍ରଫି ବି ହାତରୁ ପଳାଇଲା। ଅଷ୍ଟ୍ରେଲିଆ ଗସ୍ତ ସମୟରେ ରୋହିତ ନିଜ ଫର୍ମକୁ ନେଇ ସଂଘର୍ଷ କରୁଥିଲେ ସେଥିପାଇଁ ସେ ଶେଷ ଟେଷ୍ଟ ମ୍ୟାଚ ଖେଳି ନଥିଲେ। ମ୍ୟାଚର କିଛି ମାସ ପରେ ଇଂଲଣ୍ଡ ଗସ୍ତ ସମୟରେ ହଠାତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

ରୋହିତଙ୍କ ନିକଟତର ଲୋକଙ୍କ କହିବା ଅନୁଯାୟୀ, ଇଂଲଣ୍ଡ ବିପକ୍ଷରେ ୫ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ଚାହୁଁଥିଲେ। ଏମିତିକି ଗୌତମ ଗମ୍ଭୀର ତାଙ୍କ ସହ ଇଂଲଣ୍ଡର ବୋଲିଂ ରଣନୀତି ବିଷୟରେ ତାଙ୍କ ସହ କଥା ହୋଇଥିଲେ। ରୋହିତ କିନ୍ତୁ କହିଥିଲେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବାପରେ ସେ ତାଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବେ ବୋଲି ଚୟନକର୍ତ୍ତାଙ୍କୁ କହିଥିଲେ। କିନ୍ତୁ ଚୟନକର୍ତ୍ତା ତାଙ୍କ ନିଷ୍ପତ୍ତିରେ ଏକମତ ହେଲାନାହିଁ। ଯେତେବେଳେ ତାଙ୍କୁ ସଙ୍କେତ ମିଳିଲା ଯେ, ଆଗକୁ ତାଙ୍କ ସ୍ଥାନ ସୁରକ୍ଷିତ ନୁହେଁ। ସେତେବେଳେ ସେ ହଠାତ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଗ୍ରହଣ କରିଥିଲେ। ଏହାପରେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ମଧ୍ୟ ରୋହିତଙ୍କ ପରେ ଟେଷ୍ଟ କ୍ରିକେଟରୁ ନିଜର ଅବସର ଗ୍ରହଣ କରିଥିଲେ।

ଏତିକିରେ ବି କଥା ସରି ନଥିଲା ୨୦୨୫ ମସିହାରେ ଭାରତ ଚାମ୍ପିୟନ୍ସ ଟ୍ରଫି ରୋହିତଙ୍କ ନେତୃତ୍ବରେ ଭାରତ ଟ୍ରଫି ଜିତିଥିଲା। ଏହାପରେ ମଧ୍ୟ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିନିକିଆ କ୍ୟାପଟେନସିପ ଶୁବମନ ଗିଲଙ୍କୁ ଦିଆଗଲା। ଚୟନକର୍ତ୍ତା ଅଗରକର ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀର ଜମା ବି ରୋହିତଙ୍କୁ ସପୋର୍ଟ କରୁ ନଥିଲେ। ସେଥିପାଇଁ ଗମ୍ଭୀରଙ୍କ ଉପରୁ ଧୀରେ ଧୀରେ କ୍ରିକେଟଫ୍ୟାନ୍ସଙ୍କ ବିଶ୍ବାସ ଭାଙ୍ଗିବାକୁ ଲାଗିଲା। ଆଉ ଏବେ ସିନିୟର ଖେଳାଳି ଗମ୍ଭୀରଙ୍କ ସହ ସମ୍ପର୍କ ଭଲ ନାହିଁ। କାରଣ କେତେବେଳେ କାହାକୁ ଦଳରୁ କାଢ଼ୁଛନ୍ତି ତାହା କେବଳ ଗମ୍ଭୀର ହିଁ ଜାଣିଛନ୍ତି। ରୋହିତ ଗମ୍ଭୀରଙ୍କ ସପକ୍ଷରେ ବାହାରିଥିଲେ କିନ୍ତୁ ସେ କେବେ ଭାବି ନଥିଲେ ଯେ ଦାୟିତ୍ବ ନେବା ପରେ ଗମ୍ଭୀର ଏମିତି ପରିବର୍ତ୍ତନ ହେବେ।