Videos
|
Sports

Rohit Sharma Funny Reply / ରୋହିତଙ୍କୁ ଜୟପୁର ଷ୍ଟାଡିୟମରେ ଫ୍ୟାନ୍ସ କହିଲେ ବଡ଼ା ପାଓଁ ଖାଇବେ କି? ହିଟମ୍ୟାନ ଦେଲେ ମଜାଳିଆ ଢଙ୍ଗରେ ଉତ୍ତର

Ritu Das
Browse all articles by Ritu Das
·8 months ago·2 min read
ରୋହିତଙ୍କୁ ଜୟପୁର ଷ୍ଟାଡିୟମରେ ଫ୍ୟାନ୍ସ କହିଲେ ବଡ଼ା ପାଓଁ ଖାଇବେ କି? ହିଟମ୍ୟାନ ଦେଲେ ମଜାଳିଆ ଢଙ୍ଗରେ ଉତ୍ତର
india

Key Points

ଷ୍ଟାଡିୟମରେ ହୋହଲ୍ଲା ମଧ୍ୟରେ, ଜଣେ ପ୍ରଶଂସକ ମଜାରେ ପଚାରିଲେ
"ରୋହିତ ଭାଇ...ତୁମେ କ'ଣ ବଡ଼ା ପାଓଁ ଖାଇବ?"
ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ସାତ ବର୍ଷ ପରେ ବିଜୟ ହଜାରେ ଟ୍ରଫିରେ ଫେରିବା ପରେ ପୂରା ଉପଭୋଗ କରିଛନ୍ତି। ରୋହିତ ୭ବର୍ଷ ପରେ ବିଜୟ ହଜାରେ ଟ୍ରଫି ଖେଳୁଥିବାର ଦେଖିବାକୁ ମିଳିଥିଲା। ଡିସେମ୍ବର 24 ତାରିଖରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ସିକିମ ବିପକ୍ଷରେ ମୁମ୍ବାଇର ଜବରଦସ୍ତ ବିଜୟ ଉତ୍ସାହ ଏବଂ ମନୋରଞ୍ଜନର ମାହୋଲ ହୋଇଥିଲା। କାଣ ଏହି ମ୍ୟାଚକୁ ବ୍ରଡକାଷ୍ଟ କରାଯାଇ ନ ଥିଲା। ଷ୍ଟାଡିୟମରେ ମ୍ୟାଚ ଦେଖିବାର ସିଟ ଥିଲା ମାତ୍ର ୩୦୦୦ କିନ୍ତୁ ରୋହିତଙ୍କୁ ଦେଖିବାକୁ ଷ୍ଟାଡିୟମ ଥିଲା ପୁରା ଖଚାଖଚ ଭିଡ଼। ବିଜୟ ହଜାରେ ମ୍ୟାଚ ଦେଖିବାକୁ ଏତେ ଦର୍ଶକ ପୂର୍ବରୁ କେବେ ହୋଇ ନ ଥିଲେ। କାରଣ ଲୋକଙ୍କ ହୃଦୟରେ ରାଜ କରନ୍ତି ରୋ-କୋ। "ହିଟ୍ ମ୍ୟାନ୍" ମାତ୍ର 94 ବଲ୍ ରେ 155 ରନ୍ କରି ମୁମ୍ବାଇକୁ ଆଠ ୱିକେଟରେ ଜିତାଇଥିଲେ। ତଥାପି, ଏହି ମ୍ୟାଚ୍ ଅନ୍ୟାନ୍ୟ ଅନେକ କାରଣ ପାଇଁ ମଧ୍ୟ ଆଲୋଚନାର ବିଷୟ ହୋଇଛି।

ଏହାସହ ପଢ଼ନ୍ତୁ: ରବି ଶାସ୍ତ୍ରୀ ହେବେ ଇଂଳଣ୍ଡ ଦଳର ହେଡ କୋଚ? ରବିଙ୍କ ପାଖରେ ମ୍ୟାଚ ଜିତିବାର ବହୁ ଅନୁଭବ ଅଛି...

"ଷ୍ଟାଡିୟମରେ ରୋହିତ-ରୋହିତ" ଚିଲେଇଲେ ଫ୍ୟାନ୍ସ

ଯେତେବେଳେ ସିକିମ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ରୋହିତଙ୍କୁ ଅନେକ ଥର ସୀମାରେ ଫିଲ୍ଡିଂ କରୁଥିବାର ଦେଖାଯାଇଥିଲା ଏବଂ "ରୋହିତ-ରୋହିତ" ଡାକ ପୁରା ଷ୍ଟାଡିୟମ ଫାଟି ପଡ଼ୁଥିଲା। ସମସ୍ତେ "ହିଟମ୍ୟାନ୍"ଙ୍କ ଝଲକ ଦେଖିବାକୁ ଉତ୍ସାହିତ ହୋଇପଡ଼ିଥିଲେ। ରିପୋର୍ଟ ଅନୁଯାୟୀ, ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ 20,000 ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଏହି ସମୟରେ ଏକ ମଜାଦାର ଘଟଣା ଘଟିଥିଲା।

ଏହାସହ ପଢ଼ନ୍ତୁ: ବିଜୟ ହଜାରେ ଟ୍ରଫିରେ 'ବିରାଟଙ୍କ ଶତକ', ଫ୍ୟାନ୍ସ କହିଲେ ଏବେ କୋଚ୍‌ କଣ କରିବେ ?

"ରୋହିତ ଭାଇ ତୁମେ କ'ଣ ବଡ଼ାପାଓଁ ଖାଇବ?"
ଷ୍ଟାଡିୟମରେ ହୋହଲ୍ଲା ମଧ୍ୟରେ, ଜଣେ ପ୍ରଶଂସକ ମଜାରେ ପଚାରିଲେ, "ରୋହିତ ଭାଇ...ତୁମେ କ'ଣ ବଡ଼ା ପାଓଁ ଖାଇବ?" ଫିଲ୍ଡରେ ଠିଆ ହୋଇଥିବା "ହିଟମ୍ୟାନ" ମଧ୍ୟ ହସି ହସି ଉତ୍ତର ଦେଇଥିଲେ। କହିଥିଲେ ନା ନା ମୁଁ ଖାଇବିନି। ଏହି ବିଶେଷ ମୁହୂର୍ତ୍ତଟି କ୍ୟାମେରାରେ କଏଦ ହୋଇଥିଲା, ଏବଂ ଷ୍ଟାଣ୍ଡରେ ଥିବା ଦର୍ଶକମାନେ ହସିଥିଲେ। କାରଣ ରୋହିତ ଫ୍ୟାନ୍ସ କଥା ଶୁଣି ରେସପଣ୍ଡ କରୁଥିଲେ।
ବଡ଼ାପାଓଁ କଥା କାହିଁକି ଆସିଲା?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଡ଼ା ପାଓଁ ହେଉଛି ମୁମ୍ବାଇ ଏବଂ ମହାରାଷ୍ଟ୍ରର ଲୋକପ୍ରିୟ ଖାଦ୍ୟ। ଆଉ ରୋହିତଙ୍କୁ ମଧ୍ୟ ବଡ଼ାପାଓଁ ବହୁତ ପସନ୍ଦ। ସେଥିପାଇଁ ଫ୍ୟାନ୍ସମାନେ ତାଙ୍କୁ ବଡ଼ା ପାଓଁ ଖାଇବାକୁ ସବୁବେଳେ ଯାଚିଥାନ୍ତି। ଏହାସହ ମୁମ୍ବାଇ ଚା ରାଜା ରୋହିତ ଶର୍ମା ବୋଲି ଡାକିଥାନ୍ତି।